Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍ ଲକ୍ଷେ କୋଟି କ୍ଷତି ସହିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍ ଲକ୍ଷେ କୋଟି କ୍ଷତି ସହିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍ ବଡ଼ ଧରଣର କ୍ଷତି ସହିବ । ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ । ଫଳରେ ଚୀନ୍ ପ୍ରାୟ ଲକ୍ଷେ କୋଟି ଟଙ୍କାର କ୍ଷତି ସହିବ । ଓଡ଼ିଶାରେ ଚୀନ ତିଆରି ଲିଚୁଲାଇଟ୍ ଅଧିକ ମାତ୍ରାରେ ବିକ୍ରି ହୁଏ । ବଜାରରେ ବହୁ ପରିମାଣରେ ସେଭଳି ଲାଇଟ୍ ରହିଛି । ଦୀପାବଳିରେ ରାଜ୍ୟରେ ୫୦୦୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥାଏ । ସେଥିରୁ ପ୍ରାୟ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୀନ୍ ସାମଗ୍ରୀ ବିକ୍ରି ହୁଏ । ଏଥର ଓଡ଼ିଶାରେ ଚୀନ୍ ୩୦୦୦ କୋଟି ଟଙ୍କା ହରାଇବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଉପରେ ଆର୍ôଥକ ସ୍ତରରେ ଚାପ ସୃଷ୍ଟି କରିବା ଓ ସ୍ଥାନୀୟ ଶିଳ୍ପକୁ ସମୃଦ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଆହ୍ୱାନ ଦେଇଛନ୍ତି । ଏହାର ପ୍ରଭାବରେ ଚୀନ୍ ସାମଗ୍ରୀ ବିକ୍ରି ହ୍ରାସ ପାଉଛି । ଲୋକମାନେ ଦେଶ ଭିତରେ ତିଆରି ଜିନିଷ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ମଦୁରାଇର ବାଣ ବଜାରରେ ପୂର୍ବରୁ ୩ ଲକ୍ଷ ଲୋକ ନିଯୁକ୍ତି ପାଇଥିଲେ । ଚୀନ୍ ସାମଗ୍ରୀ ପ୍ରବେଶ ପରେ ପ୍ରାୟ ୨ ଲକ୍ଷ ଲୋକ ବେକାର ହୋଇଯାଇଥିଲେ । ଯଦି ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରି ମଦୁରାଇ ବାଣ କିଣିବେ ତେବେ ସେହି ଶିଳ୍ପ ପୁଣି ଥରେ ସମୃଦ୍ଧ ହେବ । ସେହିପରି ଖେଳଣା ବଜାରରେ ଚୀନ୍‌ର ଯେଉଁ ଆଧିପତ୍ୟ ରହିଛି ତାହା ଦୂର କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି । ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସଭାପତି ବିସି ଭର୍ତିଆ ଓ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳିରେ ଆମେ ଭୋକାଲ ଫର ଲୋକାଲକୁ ପୂର୍ଣ୍ଣ ସମର୍ଥନ କରୁଛୁ । ମହିଳାମାନେ ବିକ୍ରି କରୁଥିବା ଜିନିଷ କିଣିବା ଲାଗି ଆମେ ଲୋକମାନଙ୍କୁ ଆହ୍ୱାନ ଦେଉଛୁ

Leave a Reply