ଗୋରୁ ବୋଝେଇ ଟ୍ରକ ଜବତ -ଗୋଶାଳାକୁ ଗୋରୁ ହସ୍ତାନ୍ତର କଲା ପୋଲିସ

ବାରିପଦା : ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ସିଙ୍ଗଡ଼ା ଫାଣ୍ଡି ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ବଡବିଲ ନିକଟରୁ ଶୁକ୍ରବାର ସକାଳ ପ୍ରାୟ ୮ଘଟିକା ସମୟରେ ଏକ ଗରୁ ବୋଝେଇ ୧୦ ଚକିଆ ଟ୍ରକ ପୋଲିସ ଜବତ କରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ ଘଟିକା ସମୟରେ କରଞ୍ଜିଆ ଗୋ ସାଳାକୁ ହସ୍ତାନ୍ତର କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ତେଲକୋଇ ଅଞ୍ଚଳରୁ କଲିକତା ଅଭିମୁଖେ ଯାଉଥିବା ଟ୍ରକ୍ କୁ ସ୍ଥାନୀୟ ଲୋକେ ସନ୍ଦେହ କରି ଅଟକାଇବା ପରେ ସିଙ୍ଗଡ଼ା ଫାଣ୍ଡି ଅଧିକାରୀ ତପନ ବାରିକଙ୍କୁ ହସ୍ତାନ୍ତର କରିଥିଲେ । ଫାଣ୍ଡି ଅଧିକାରୀ ତପନ କୁମାର ବାରିକ ଟ୍ରକ ଜବତ କରି ରରୁଆଁ ଥାନାକୁ ନେଇ ମାମଲା ରୁଜୁ କରିଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦ୍ଦେଶ କ୍ରମେ ରରୁଆଁ ଓ କରଞ୍ଜିଆ ପୋଲିସ ର ଏକ ମିଳିତ ଦଳ ଗୋରୁ ଗାଡ଼ିକୁ ରରୁଆଁ ଥାନାରୁ କରଞ୍ଜିଆ ଗୋ ଶାଳାକୁ ଆଣି ସେଠାରେ ୪୨ ଗୋଟି ଗୋରୁଙ୍କୁ ହସ୍ତାନ୍ତର କରିଛି । ଏହି ଗୋ ଚାଲାଣ ରେ କିଛି ସ୍ଥାନୀୟ ଗୋ ମାଫିଆଙ୍କ ସଂପୃକ୍ତି ଥିବା ମଧ୍ୟ ଅନୁମାନ କରାଯାଉଛି । ତେବେ ଏହି ଘଟଣାରେ ଟ୍ରକ୍ ଡ଼୍ରାଇଭର, ହେଲପର ଓ ଗୋମାଫିଆ ମନେ ପୋଲିସ ଆଖିରେ ଧୂଳି ଦେଇ ଚଂପଟ୍ ମାରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *