Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରମ୍ପରା ଉଜ୍ଜୀବିତ ରଖିଛନ୍ତି କୁମ୍ଭକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରମ୍ପରା ଉଜ୍ଜୀବିତ ରଖିଛନ୍ତି କୁମ୍ଭକାର

ସମ୍ବଲପୁର: ଆସୁଛି ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରାରେ ଦୀପାବଳିରେ ପ୍ରତି ଘରେ ମାଟିଦୀପ ଜାଳିବାର ପରମ୍ପରା ରହିଛି । ସେଥିପାଇଁ ଏହି ପର୍ବ ଆସିଲେ ମାଟି ଦୀପର ଚାହିଦା ବୃଦ୍ଧି ପାଇଥାଏ । ମାଟିରେ ସୁନ୍ଦର ଆକୃତି ଦେଇ କୁମ୍ଭାକାରମାନେ ଏହି ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି । ଦୀପାବଳୀ ସନ୍ଧ୍ୟାରେ ମାଟିର ଦୀପ ଜାଳି ଘରକୁ ଆଲୋକିତ କରାଯାଇଥାଏ । ସେଥିପାଇଁ ପୂର୍ବରୁ ଲୋକେ ବଜାରରୁ କିମ୍ବା କୁମ୍ଭାର ଘରୁ ମାଟିଦୀପ ସଂଗ୍ରହ କରିଥାନ୍ତି । ସମ୍ବଲପୁର ସହରକୁ ଉପକଣ୍ଠ ଅଞ୍ଚଳର କୁମ୍ଭାକାରମାନେ ମାଟିଦୀପ ଓ କଳସ ଆଦି ଆଣି ବିକ୍ରି କରିଥାନ୍ତି । ଅନେକ କୁମ୍ଭାର ଏବେ ରଙ୍ଗିନ ଦୀପ ତିଆରି କରି ଗ୍ରାହାକମାନଙ୍କୁ ଆକର୍ଷିତ କରୁଛନ୍ତି । କୁମ୍ଭାକାରମାନେ ଦୀପ ତିଆରି କରିବା ପାଇଁ ଦୁଇ ତିନି ମାସରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ଏବେ ସୁବିଧାରେ ମାଟି ମିଳୁ ନ ଥିବାରୁ ଦୂର ସ୍ଥାନରୁ ମାଟି ସଂଗ୍ରହ କରି ଆଣିବାକୁ ପଡିଥାଏ । ଗୋଡିପଥର ବଛାଯିବା ପରେ ମାଟି ଚକଟାଯାଏ । ପରେ ଏହାକୁ କୁମ୍ଭାର ଚକରେ ରଖି ଦୀପ ତିଆରି କରାଯାଇ ଖରାରେ ଶୁଖାଯାଇଥାଏ । ୩ରୁ ୪ଦିନ ଧରି ଜଣେ କୁମ୍ଭାର ଦୀପ ଗଢିବା ପରେ ପୋଡ଼ିବା ପାଇଁ ଭାଟିରେ ରଖିଥାଏ । ଏଥିପାଇଁ ୪ ଘଣ୍ଟା ସମୟ ଲାଗେ । ପରଦିନ ସକାଳୁ ଭାଟିରୁ ବାହାରିବା ପରେ ଚାହିଦା ଅନୁସାରେ ରଙ୍ଗ ଦିଆଯାଏ । ଏବେ ଦୀପାବଳି ସମୟରେ ମାଟିଦୀପ ଓ କଳସର ଚାହିଦା ଅଧିକ ରହିଛି । ରଙ୍ଗୀନ ଦୀପକୁ ଅଧିକ ଲୋକ ପସନ୍ଦ କରୁଛନ୍ତି । ବଜାରରରେ ରଙ୍ଗବେରଙ୍ଗ, ବିଭିନ୍ନ ଡିଜାଇନର ମାଟିଦୀପ ମିଳୁଛି । ସମ୍ବଲପୁରର ଗୋଲବଜାର, ଅଇଁଠାପାଲି, ଚାରଭାଟି, ଗୋବିନ୍ଦତୋଳା ଆଦି ସ୍ଥାନରେ ସ୍ୱତନ୍ତ୍ର ଦୀପାବଳି ବଜାର ଖୋଲିଛି । ଲୋକେ ନିଜ ପସନ୍ଦ ଅନୁସାରେ ମାଟିଦୀପ ଓ ଅନ୍ୟ ମାଟି ସାମଗ୍ରୀ କିଣି ଘରକୁ ନେଉଛନ୍ତି । କୁମ୍ଭାକାରଙ୍କ ପାଇଁ ସାମୟିକ ହେଲେ ବି ରୋଜଗାର ପାଇଁ ବାଟ ଫିଟାଉଛି । ଏହି ସମୟରେ ପୁରା ପରିବାର ଦୀପ ତିଆରି ଓ ବିକ୍ରି କାମରେ ଲାଗି ପଡିଛନ୍ତି । ବହୁ ବାଧାବିଘ୍ନ ସତ୍ତ୍ୱେ ଅନେକ କୁମ୍ଭକାର ପରିବାର ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ।

Leave a Reply