ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନଜାଗରଣ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିର ରେ ଜନଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଏଠାରେ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହ ସଂଯୋଜକ ବାବୁଲାଲ ମିଶ୍ର ଙ୍କ ସଂଯୋଜନା ରେ ଆଜି ବଲାଙ୍ଗିର ରାମ ଚରିତ ମାନସ ମନ୍ଦିର ରେ ସନ୍ଧ୍ର‌୍ୟା ୭ ଘଟିକା ରେ ଜିଲ୍ଲାରେ ଜନଜାଗରଣ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଲାଙ୍ଗିର ଶାଖା ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ସହର ମଧ୍ୟରେ ଥିବା ପ୍ରତି ୱାର୍ଡ ରେ ଆଜି କମିଟି ଗୁଡିକର ଗଠନ କରାଯାଇ ସହରରେ ଥିବା ୨୫,୦୦୦ ପରିବାର କୁ ବ୍ୟକ୍ତି ଗତ ଭବରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିମନ୍ତ୍ରଣ କରାଯିବ ଓ ଜିଲ୍ଲା ତଥା ସହର ର ମନ୍ଦିର ମାନଙ୍କ ରେ ଜାନୁୟାରୀ ୨୨ ତାରିଖ ଦିନ ୧୧ ଘଣ୍ଟା ରୁ ଦିନ ୨ ଘଣ୍ଟା ମଧ୍ୟରେ ମନ୍ଦିର ଗୁଡ଼ିକରେ ଘଣ୍ଟ ସଙ୍ଖ ବାଦନ ସହିତ ଆଳତି ଏକ ଶୁଦ୍ଧ ବାତାବରଣ କରାଯିବ । ଏହି ଦିନ ପ୍ରତି ପରିବାର ରେ ସନ୍ଧ୍ୟା ରେ ଆଲୋକିତ କରାଯିବାକୁ ହିନ୍ଦୁସ୍ତାନ ରେ ରହୁଥିବା ପ୍ରତି ପରିବାର କୁ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପକ୍ଷରେ ଗତ ୫ ତାରିଖ ରେ ଅଯୋଧ୍ୟାରେ ଅକ୍ଷତ ପୂଜନ ହୋଇ ଏଠାରେ ପ୍ରାନ୍ତ ସ୍ତରରେ ପହଁଚି ଯାଇଚି ଓ ସାରା ଜିଲ୍ଲା କୁ ରାମମୟ କରି ଏକ ଆଧ୍ୟତ୍ମିକ ବାତାବରଣ ସ୍ରୁଷ୍ଟି କରାଯିବ ଓ ଏହି ଉପଲକ୍ଷେ ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଦେଶର ୫ ଲକ୍ଷ ଗ୍ରାମ ତଥା ୫୦ କୋଟି ରୁ ଉର୍ଦ୍ଧ ଲୋକଙ୍କ ନିକଟକୁ ଏହି ଅକ୍ଷତ ପହଞ୍ଚାଇବାର ଯୋଜନା ରହିଛି । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମୟରେ ଏହି ଅକ୍ଷତ ପ୍ରତ୍ୟେକ ଗ୍ରାମ ର ଯେକୌଣସି ମନ୍ଦିର କିମ୍ବା ଧାର୍ମିକ ସ୍ଥଳ ରେ ଗ୍ରାମର ସମସ୍ତ ଗ୍ରାମବାସୀ ଙ୍କ ଦ୍ୱ୍‌ାରା ପୂଜନ କରାଯାଇ ପ୍ରଭୁ ଶ୍ରୀରାମ ଙ୍କ ଉଦ୍ଦେଶ୍ୟ ରେ ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମ କରାଯିବ ଓ ଆଜିର ବୈଠକରେ ସତାଧିକ ମହିଳା ପୁରୁଷ କାର୍ଯ୍ୟକର୍ତ୍ତା ପ୍ରତି ୱାର୍ଡ ରୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *