Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାଦେବ ବେଟିଂ ଆପ୍ ମାମଲା ୩୨ ଜଣଙ୍କ ନାଁରେ ଏଫ୍‌ଆଇଆର୍ ରୁଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାଦେବ ବେଟିଂ ଆପ୍ ମାମଲା ୩୨ ଜଣଙ୍କ ନାଁରେ ଏଫ୍‌ଆଇଆର୍ ରୁଜ

ମୁମ୍ବାଇ: ମହାଦେବ ବେଟିଂ ଆପ୍‌କୁ ନେଇ ଆକ୍ସନ ମୁଡ୍‌ରେ ପୁଲିସ । ୧୫୦୦୦ କୋଟି ଟଙ୍କା ହେର୍‌ଫେର୍ ଅଭିଯୋଗରେ ମହାଦେବ ବେଟିଂ ଆପ୍‌ର ପ୍ରବର୍ତ୍ତକ ସମେତ ୩୨ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିଛି ମୁମ୍ବାଇ ପୁଲିସ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମୁମ୍ବାଇ ମାଟୁଙ୍ଗା ପୁଲିସ ଅଧିକାରୀଙ୍କ ଅନୁସାରେ, ୨୦୧୯ରୁ ବର୍ତ୍ତମାନ ଯାଏଁ ଏହି ଦୁର୍ନୀତି କରିଥିବା ଅଭିଯୋଗରେ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରକାର ଏବଂ ମୁଖ୍ୟ ଅ୍ରଭିଯୁକ୍ତ ରବି ଉପ୍ପଲ ଓ ଶୁଭମ ସୋନି ତଥା ଅନ୍ୟମାନଙ୍କ ବିରୋଧରେ ମଙ୍ଗଳବାର ଏଫ୍‌ଆଇଆର୍ ରୁଜୁ ହୋଇଛି । କୁର୍ଲା କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୨୦, ୧୨୦-ବି(ଷଡଯନ୍ତ୍ର), ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (ସାଇବରଆତଙ୍କବାଦ) ଏବଂ ଜୁଆ ଖେଳ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏଫଆଇଆର ମୁତାବକ ଅଭିଯୁକ୍ତମାନେ ଏହି ବେଟିଂ ଆପ୍‌? ଜରିଆରେ ପ୍ରାୟ ୧୫ହଜାର କୋଟି ଟଙ୍କାର ଠକେଇ କରିଛନ୍ତି । ମହାଦେବ ବେଟିଂ ଆପ୍ ଜରିଆରେ ପ୍ରମୋଟରମାନେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ଦେଇଛନ୍ତି ବୋଲି ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା । ଏହି ବେଟିଂ ଆପ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ଜାରି ରହିଛି ।

Leave a Reply