Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୩ ନୂତନ ବିଚାରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୩ ନୂତନ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନିଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି । ଏହା ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ସହ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ । ଏହି ତିନିଜଣ ନୂତନ ବିଚାରପତି ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଅଗଷ୍ଟିନ ଜର୍ଜ ମସିହ ଏବଂ ଗୌହାଟି ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସନ୍ଦୀପ ମେହେଟ୍ଟା । ନିକଟରେ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା ଏହି ତିନିଜଣ ବିଚାରପତିଙ୍କ ନାମ ସୁପାରିଶ କରାଯାଇଥିଲା ।

Leave a Reply