Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁବେଳେ ସନାତନ ଧର୍ମକୁ ବିରୋଧ କରିବି: ଷ୍ଟାଲିନ-ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁବେଳେ ସନାତନ ଧର୍ମକୁ ବିରୋଧ କରିବି: ଷ୍ଟାଲିନ-ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ


ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ବୟାନ ଉପରେ କାଏମ ରହିଛନ୍ତି । ସେ ସନାତନ ଧର୍ମ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ହେଁ ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ । ଏଥିପାଇଁ ଆଜି ମାଡ୍ରାସ ହାଇକୋର୍ଟ ପୁଲିସକୁ ସମାଲୋଚନା କରିଥିଲେ । ଉଦୟନିଧି ଓ ପିକେ ସେକର ବାବୁଙ୍କ ବିରୋଧରେ ପୁଲିସ୍‌?ର ନିଷ୍କ୍ରିୟତା ଉପରେ କୋର୍ଟ ଆଜି ପ୍ରଶ୍ନ ଉଠାଇଥିଲେ । କୌଣସି ବ୍ୟକ୍ତି କେବେ ହେଲେ କୌଣସି ବିଚାରଧାରା ବିରୋଧରେ ମତ ରଖିପାରିବେ ନାହିଁ । ସେମାନେ ବିଚାରଧାରାର ବିଲୁପ୍ତ କରିବାକୁ କହି ପାରିବେ ନାହିଁ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ଏପରି ଟିପ୍ପଣୀ ସତ୍ତ୍ୱେ ମଧ୍ୟ ଉଦୟନିଧି ନିଜ ବୟାନରେ କାଏମ ରହିଛନ୍ତି । ପୂର୍ବରୁ ସେ ସନାତନ ଧର୍ମକୁ ଡେଙ୍ଗୁ ଓ ମାଲେରିୟା ସହ ତୁଳନା କରିଥିଲେ । ଏପରି ବୟାନ ଦେଇ ସେ କୌଣସି ଭୁଲ କରି ନାହାନ୍ତି ଓ ଏଥିପାଇଁ ସେ ସବୁ ପ୍ରକାରର ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଉଦୟନିଧି କହିଛନ୍ତି, “ମୁଁ କିଛି ବି ଭୁଲ କଥା କହିନି । ମୁଁ ଯାହା କହିଛି ଠିକ ଓ ଏହାକୁ ମୁଁ ଆଇନଗତ ଉପାୟରେ ଲଢ଼ିବି । ମୁଁ ମୋର ବୟାନ ବଦଳାଇବି ନାହିଁ । ମୁଁ ମୋର ବିଚାରଧାରା ସମ୍ପର୍କରେ କହିଛି । ଆମ୍ବେଦକର, ପେରିୟର କିମ୍ବା ଥିରୁମାବଲବାନ ଯାହା କହିଥିଲେ ମୁଁ ତା’ଠାରୁ ଅଧିକ କହିନି । ମୁଁ ବିଧାୟକ, ମନ୍ତ୍ରୀ କିମ୍ବା ଯୁବ ବାହିନୀର ସମ୍ପାଦକ ରହିଛି । କାଲି ହୁଏତ ମୁଁ ଆଉ ଏହି ପଦରେ ନଥିବି । କିନ୍ତୁ ଜଣେ ଭଲ ମଣିଷ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ।” ଉଦୟନିଧି ଆହୁରି କହିଛନ୍ତି, “ଆମେ ସନାତନ ସମ୍ପର୍କରେ ଅନେକ ବର୍ଷ ହେଲା କହି ଆସୁଛୁ । ନିଟ୍ ୬ ବର୍ଷ ପୁରୁଣା ପ୍ରସଙ୍ଗ । ସନାତନ ହେଉଛି ଶହଶହ ବର୍ଷ ପୁରୁଣା ପ୍ରସଙ୍ଗ ।

Leave a Reply