Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ କାର‌୍ୟ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରୁଥିବା ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅନୁମୋଦନ କରିଛନ୍ତି । ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀ ସେହି ସମାନ ଲାଭ ପାଇପାରିବେ । ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର‌୍ୟ୍ୟରତ ମହିଳାମାନଙ୍କ ପାଇଁ ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ କରିବ ଏବଂ ସେମାନଙ୍କ କାର‌୍ୟ୍ୟ ଅବସ୍ଥାରେ ଉନ୍ନତି ଆଣିବ । ଏହାଦ୍ୱାରା ସେମାନେ ସେମାନଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନକୁ ଅଧିକ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ୨୦୧୯ରେ ଭାରତୀୟ ସେନାରେ ମହିଳାମାନଙ୍କୁ ମିଲିଟାରି ପୁଲିସ କର୍ପସରେ ସୈନିକ ଭାବେ ନିଯୁକ୍ତି ଦିଆଯାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି । ଏହି ନିଷ୍ପତ୍ତି ଲିଙ୍ଗଗତ ସମାନତା ପାଇଁ ସଶସ୍ତ୍ର ବାହିନୀର ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନକୁ ସୂଚାଇଥାଏ । ପୂର୍ବରୁ ମାତୃତ୍ୱ ଓ ଶିଶୁ ଯତ୍ନ ସୁବିଧା ମୁଖ୍ୟତଃ ମହିଳା ଅଧିକାରୀଙ୍କ ପାଇଁ ଉପଲବ୍ଧ ହେଉଥିଲା ଏବଂ ଅନ୍ୟ ପଦବୀ ପାଇଁ ସୀମିତ ବିକଳ୍ପ ରହିଥିଲା

Leave a Reply