Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍ ବ୍ୟାନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍ ବ୍ୟାନ୍

ନୂଆଦିଲ୍ଲୀ : ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍କୁ ବ୍ୟାନ୍ କଲେ କେନ୍ଦ୍ର ସରକାରୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୁପାରିଶ କ୍ରମେ ମହାଦେବ ବେଟିଂ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି । ମହାଦେବ ବୁକ୍ ଏବଂ ରେଡ୍ଡି ଆତ୍ତାପ୍ରିଷ୍ଟ୍ରୋ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ବିରୋଧରେ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ । ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ଇଡି ଦ୍ୱାରା କରାଯାଇଥିବା ତଦନ୍ତ ଏବଂ ଛତିଶଗଡର ମହାଦେବ ଆପ୍ ଘୋଟାଲା ପରେ ଏହି ପଦକ୍ଷେପ ନିଆଯାଇଛି । ଆପର ବେଆଇନ କାର୍ଯ୍ୟ ମଧ୍ୟ ଏଥିରେ ପ୍ରକାଶ ପାଇଛି । ଛତିଶଗଡ ପୋଲିସ ଫୋର୍ସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଭୀମ ସିଂ ଯାଦବ ଏବଂ ଅସୀମ ଦାସଙ୍କୁ ଗିରଫ କରାଯାଇଥିଲା । ମନି ଲଣ୍ଡରିଂ ଅପରାଧ ପାଇଁ ତାଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ଚଗଖଇ)ର ଧାରା ୧୯ ଅନୁଯାୟୀ ଗିରଫ କରାଯାଇଛି । କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍‌ତିବିଦ୍ୟା ମନ୍ତ୍ରୀ କହିଛନ୍ତି, ଆଇଟି ଆକ୍ଟର ଧାରା ୬୯ଇ ଅନୁଯାୟୀ ୱେବସାଇଟ୍‌/ଆପ୍ ବନ୍ଦ କରିବାକୁ ସୁପାରିଶ କରିବାକୁ ଛତିଶଗଡ ସରକାରଙ୍କର ସମ୍ପୂର୍ଣ୍ଣ କ୍ଷମତା ରହିଛି । ତଥାପି ସେମାନେ ତାହା କରିନାହାଁନ୍ତି ଏବଂ କୌଣସି ଅନୁରୋଧ କରିନାହାନ୍ତି । ସୂଚନାଯୋଗ୍ୟ ଯେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ କରୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି । ଇଡି ଏହା ମଧ୍ୟ କହିଛି ଯେ ଆପ୍ ପ୍ରମୋଟର୍ସ ସିଏମଙ୍କୁ ୫୦୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି ।

Leave a Reply