Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ବଢ଼ିଲା ବିଜୁଳି ବ୍ୟବହାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ବଢ଼ିଲା ବିଜୁଳି ବ୍ୟବହାର

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର । ଚଳିତ ଆର୍ôଥକ ବର୍ଷର ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଦେଶରେ ବିଜୁଳି ବ୍ୟବହାର ୯.୪ ପ୍ରତିଶତ ବଢ଼ି ୯୮୪.୩୦ ବିଲିୟନ ୟୁନିଟ୍ ହୋଇଛି । ଯେତେବେଳେକି ଗତ ଆର୍ôଥକ ବର୍ଷର ପ୍ରଥମ ସାତ ମାସରେ ବିଜୁଳି ବ୍ୟବହାର ୮୯୯.୯୫ ବିଲିୟନ ୟୁନିଟ୍ ରହିଥିଲା । ତେବେ ଆର୍ôଥକ ଗତିବିଧି ଏବଂ ପାଣିପାଗ ସ୍ଥିତି କାରଣରୁ ବିଜୁଳି ବ୍ୟବହାର ବଢ଼ିଛି । ବିଜୁଳି ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୩ ଏପ୍ରିଲ-ଅକ୍ଟୋବର ମଧ୍ୟରେ ପ୍ରାୟ ୨୪୨ ଗିଗାୱାଟ ଖର୍ଚ୍ଚ ହୋଇଛି । ଯେତେବେଳେକି ଗତ ବର୍ଷରେ ଏହି ସମୟରେ ଏହା ୨୧୫.୮୮ ଗିଗାୱାଟ ରହିଥିଲା । ତେବେ କେବଳ ଅକ୍ଟୋବରରେ ଦେଶରେ ବିଜୁଳି ବ୍ୟବହାର ପ୍ରାୟ ୨୨ ପ୍ରତିଶତ ବଢ଼ି ୧୩୮.୯୪ ଆରବ ୟୁନିଟ୍ ହୋଇଛି । ଏହାର କାରଣ ପାର୍ବଣ ସହ ଆର୍ôଥକ ଗତିବିଧି ବଢ଼ିବା ରହିଛି । ତଥ୍ୟ ଅନୁଯାୟୀ, ଗତ ବର୍ଷର ସମାନ ମାସରେ ବିଜୁଳି ବ୍ୟବହାର ୧୧୩.୯୪ ବିଲିୟନ ୟୁନିଟି ରହିଥିଲା । ସେହିଭଳି ୨୦୨୧ରେ ୧୧.୭୯ ଆରବ ୟୁନିଟ୍ ରହିଥିଲା । ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡର ପ୍ରବକ୍ତା କହିଛନ୍ତି, ‘ଗତ ଦୁଇ ମାସରେ ବିଜୁଳି ବ୍ୟବହାରରେ ଦ୍ରୁତ ବୃଦ୍ଧି ହୋଇଛି । ମୁଖ୍ୟ ଭାବରେ ଚଳିତ ବର୍ଷ ବିଳମ୍ବରେ ଶୀତ, ଅକ୍ଟୋବରରେ ପାର୍ବଣରେ ମଧ୍ୟ ଅଧିକ ଚାହିଦା ରହିଥିଲା ଫଳରେ ବ୍ୟବହାର ବୃଦ୍ଧି ହୋଇଛି ।’’ ସେ ଆହୁରି କହିଛନ୍ତି ‘ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହାଲୁକା ଗରମ ଫଳରେ ବିଜୁଳି ବ୍ୟବହାର କମ୍ ରହିଥିଲେବି, ଅତ୍ୟଧିକ ଆର୍ଦ୍ର ସ୍ଥିତି କାରଣରୁ ଜୁଲାଇରେ ବିଜୁଳି ବ୍ୟବହାର ବଢ଼ିଥିଲା । ବିଜୁଳି ମନ୍ତ୍ରାଳୟ ମଧ୍ୟ ଅନୁମାନ କରିଥିଲା ଯେ, ଗ୍ରୀଷ୍ମଋତୁରେ ବିଜୁଳି ଆବଶ୍ୟକତା ୨୨୯ ଗିଗାୱାଟ ହୋଇପାରେ । ଅଦିନିଆ ବର୍ଷା କାରଣରୁ ଏପ୍ରିଲ-ଜୁଲାଇରେ ଚାହିଦା ଆନୁମାନିକ ସ୍ତରରେ ପହଞ୍ଚିନଥିଲା ।

Leave a Reply