Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଂଗ୍ରେସ ପାଇଁ ନିଜ ପରିବାରଠୁ ବଡ଼ କିଛି ନାହିଁ : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଂଗ୍ରେସ ପାଇଁ ନିଜ ପରିବାରଠୁ ବଡ଼ କିଛି ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ଏବେ ଜୋରଦାର ପ୍ରଚାର ଚାଲିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସିଓନିରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମଧ୍ୟପ୍ରଦେଶ ଜନତା ଗୋଟିଏ ସ୍ୱରରେ କହୁଛନ୍ତି ଯେ ବିଜେପି ଅଛି ତ ବିଶ୍ୱାସ ଅଛି, ବିଜେପି ଅଛି ତ ସେଠାରେ ବିକାଶ ଅଛି । ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ଗରିବ ପରିବାରରୁ ଆସିଛି । ଦାରିଦ୍ର‌୍ୟ କ’ଣ ତାହା ବହିରେ ପଢ଼ିବାର ଆବଶ୍ୟକ ନାହିଁ । ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ଯେତେବେଳେ ଡିସେମ୍ବରରେ ‘ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ ସମାପ୍ତ ହେବ, ଆସନ୍ତା ପାଞ୍ଚ ବର୍ଷ ପାଇଁ ମାଗଣା ରାସନର ଗ୍ୟାରେଣ୍ଟି ବୃଦ୍ଧି କରାଯିବ । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ କଂଗ୍ରେସ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିଲା । ଏବେକାର ବିଜେପି ସରକାରରେ କୌଣସି ଦୁର୍ନୀତି ନାହିଁ । ଆମେ ଗରିବଙ୍କ ଅଧିକାର ପାଇଁ ସଞ୍ଚୟ କରିଥିବା ଟଙ୍କା ବର୍ତ୍ତମାନ ଗରିବଙ୍କ ରାସନରେ ଖର୍ଚ୍ଚ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ କଂଗ୍ରେସ ପାଇଁ କେହି ବି ନିଜ ପରିବାରଠାରୁ ବଡ଼ ନୁହଁନ୍ତି । ଯେଉଁଠାରେ କଂଗ୍ରେସ ସରକାରରେ ଅଛି, ସେଠାରେ ସରକାରୀ ଯୋଜନା, ରାସ୍ତା, ଗଳି, ସବୁକିଛି ତାଙ୍କର ପରିବାର ନାମରେ କରିଦିଅନ୍ତି । ଆଜି ବି କଂଗ୍ରେସ ନେତାମାନେ ଜେଜେବାପାଜେଜେମାଙ୍କ ନାମରେ ଭୋଟ୍ ମାଗୁଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନୀ ଇସ୍ତାହାରରେ ମଧ୍ୟ କେବଳ ଗୋଟିଏ ପରିବାର ଦେଖିବାକୁ ମିଳୁଛି ।

Leave a Reply