Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୮-୨୯ ସୁଦ୍ଧା ମୁତୟନ ହେବ ଭାରତର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୮-୨୯ ସୁଦ୍ଧା ମୁତୟନ ହେବ ଭାରତର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଏବେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ୍ (ବାୟୁ ପ୍ରତିରକ୍ଷା ବ୍ୟବସ୍ଥା) ଆଇରନ୍ ଡୋମ୍ ଚର୍ଚ୍ଚାରେ ରହିଛି । ଏକଦା ଏହି ପ୍ରତିରକ୍ଷା ବ୍ୟବସ୍ଥାକୁ କୌଣସି ଅସ୍ତ୍ର ମାତ୍ ଦେଇପାରିବ ନାହିଁ ବୋଲି କୁହାଯାଉଥିବା ବେଳେ ଏବେ ଏହା ଭୁଲ୍ ପ୍ରମାଣିତ ହୋଇଛି । ଗତମାସ ୭ ତାରିଖରେ ହମାସ ଆତଙ୍କବାଦୀଙ୍କ ୫ ହଜାର ରକେଟ୍ ଆକ୍ରମଣ ଏହି ବ୍ୟବସ୍ଥାର ଦୁର୍ବଳତାକୁ ପଦାକୁ ଆଣିଛି । ଏଭଳି ସ୍ଥିତିରେ ଭାରତ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ସୁଦୃଢ଼ କରିବା ପାଇଁ ବିଶାଳ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଭାରତର ନିଜସ୍ୱ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘କୁଶା’ ୨୦୨୮-୨୯ ସୁଦ୍ଧା ମୁତୟନ ହେବ । ରୁଷ୍‌ର ମହାଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଟ୍ରାୟମ୍ଫ ସହ ଭାରତର କୁଶା ସମକକ୍ଷ । ଭାରତର ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ପାକିସ୍ତାନ ଓ ଚୀନ୍‌ର ନିଦ ହଜାଇଦେବ ବୋଲି କୁହାଯାଉଛି । ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଯେ କୌଣସି ଯୁଦ୍ଧବିମାନ, ବିମାନ, ଡ୍ରୋନ୍‌, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନ୍ୟ ଆକ୍ରମଣକାରୀ ଅସ୍ତ୍ରକୁ ତତ୍‌କ୍ଷଣାତ ଠାବ କରି ନଷ୍ଟ କରିଦେଇପାରିବ । ଭାରତର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ବିକାଶ କରୁଛି । ଭାରତୀୟ ବାୟୁସେନା ଏବେ ଚୀନ୍ ଓ ପାକିସ୍ତାନ ସୀମାରେ ଏସ୍‌-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍ ମୁତୟନ କରିଛି, ଯାହା ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଭାରତ ରୁଷ୍‌ଠାରୁ ଏହି ସିଷ୍ଟମ୍ କିଣିଛି । ବର୍ତମାନ ଭାରତକୁ ୩ଟି ସ୍କ୍ୱାଡ୍ରନ ମିଳିଥିବା ବେଳେ ଅବଶିଷ୍ଟ ୨ଟି ବର୍ଷକ ମଧ୍ୟରେ ମିଳିଯିବ । ଗୋଟିଏ ସ୍କ୍ୱାଡ୍ରନରେ ୮ଟି ଟ୍ରକ୍‌ରେ ଆସୁଥିବା ୮ଟି ଲଞ୍ଚର ରହିଛି । ଏହା ଏକାସାଙ୍ଗରେ ୩୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହ ଏକାସାଙ୍ଗରେ ୧୦୦ଟି ଟାର୍ଗେଟକୁ ଚିହ୍ନଟ କରିଥାଏ । ସୂଚନା ଅନୁଯାୟୀ, ଏହା ୬୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଠାବ କରି ୪୦୦ କିଲୋମିଟର ରେଞ୍ଜ୍‌କୁ ଆସିବା ମାତ୍ରେ ନଷ୍ଟ କରିଦେଇଥାଏ । ଅର୍ଥାତ୍ ଯଦି ଚୀନ୍ ଓ ପାକିସ୍ତାନ ପକ୍ଷରୁ କୌଣସି ବିମାନ ଆକ୍ରମଣ ହୁଏ, ତେବେ ତାହାକୁ ବିଫଳ କରାଯାଇ ପାରିବ । ଭାରତ ୨୦୧୮-୧୯ରେ ଋଷୀୟ ପକ୍ଷ ସହ ଏସ୍‌-୪୦୦ର ପାଞ୍ଚଟି ସ୍କ୍ୱାଡ୍ରନ ପାଇଁ ୩୫,୦୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା, ଯେଉଁଥିରୁ ୩ଟି ପହଞ୍ଚି ସାରିଛି । ଅବଶିଷ୍ଟ ଦୁଇଟିର ଯୋଗାଣ ରୁଷ୍‌-ୟୁକ୍ରେନ ସଂଘର୍ଷ କାରଣରୁ ଅଟକି ରହିଥିଲା । ଏହା ଉପରେ ଆଲୋଚନା ପାଇଁ ରୁଷ୍ ଓ ଭାରତୀୟ ଅଧିକାରୀମାନେ ଖୁବ୍ ଶୀଘ୍ର ବୈଠକ କରିବେ ବୋଲି ସୂତ୍ରରୁ ପ୍ରକାଶ । ୟୁକ୍ରେନ୍ ସହ ଯୁଦ୍ଧ ଲାଗି ରହିଥିବାରୁ ଚୂଡ଼ାନ୍ତ ଡେଲିଭରି ସମୟସୀମା ସମ୍ପର୍କରେ ରୁଷୀୟ ପକ୍ଷ ସ୍ପଷ୍ଟ କରି ନାହାନ୍ତି ।

Leave a Reply