Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓ ଡ଼ି ଶା ର ଶୈ ବ ପୀ ଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓ ଡ଼ି ଶା ର ଶୈ ବ ପୀ ଠ

ପଞ୍ଚଲିଙ୍ଗେଶ୍ୱର ମନ୍ଦିର : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଚଲିଙ୍ଗେଶ୍ୱର । ଏଠାକାର ମନ୍ଦିର ନାମ ଅନୁସାରେ ସ୍ଥାନର ନାମକରଣ ହୋଇଛି । ଏଠାରେ ପଥର ଉପରେ ଚିତ୍ ହୋଇ ଶୋଇ ରହିଲେ ଶିବଲିଙ୍ଗକୁ ଦେଖିହୁଏ ଓ ପୂଜା କରିହୁଏ । ପଞ୍ଚଲିଙ୍ଗେଶ୍ୱର ଚାରିପଟେ ରହିଛି ନୀଳଗିରି ପାହାଡ଼, ଯାହା ସ୍ଥାନଟିକୁ ଏକ ଭିନ୍ନରୂପ ପ୍ରଦାନ କରେ । ଗୁପ୍ତେଶ୍ୱର : ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ମଧ୍ୟରେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଅନ୍ୟତମ । ସମୁଦ୍ରପତ୍ତନରୁ ୫୦୦ ମିଟର ଉଚ୍ଚତାରେ ଅବସ୍ଥିତ ଏକ ଚୁନ ପଥର ପାହାଡ଼ ଉପରେ ରହିଛି ଗୁପ୍ତେଶ୍ୱରଙ୍କ ମନ୍ଦିର । ପାଖରେ ରହିଛି କୋଲାବ ନଦୀ । ଦୀର୍ଘଦିନ ଧରି ଗୁମ୍ଫା ମଧ୍ୟରେ ରହିଥିବାରୁ ଦିଅଁଙ୍କ ନାମକରଣ ଗୁପ୍ତେଶ୍ୱର ହୋଇଛି । ଏକ ହଜାର ପାହାଚ ଚଢ଼ି ମନ୍ଦିରକୁ ଯିବାକୁ ହୁଏ । ଗୁପ୍ତେଶ୍ୱର ମନ୍ଦିର ପାଖରେ ରହିଛି ଏକ ତୀର୍ଥସ୍ଥାନ, ଯାହାର ନାମ ହେଉଛି ଗୁପ୍ତକେଦାର । ହରିଶଙ୍କର : ସମ୍ବଲପୁରଠାରୁ ୧୬୫ କିଲୋମିଟର ଦୂରରେ ଅବସ୍ଥିତ ହରିଶଙ୍କର ମନ୍ଦିର ସୁନ୍ଦର ପାହାଡ଼ ଗନ୍ଧମାର୍ଦ୍ଦନର ଗଡ଼ାଣିଆ ପଥରେ ରହିଛି । ଏଠାରେ ଉଭୟ ହରି ଓ ହର ପୂଜା ପାଉଛନ୍ତି । ବୌଦ୍ଧ ଶିବ ମନ୍ଦିର : ବୌଦ୍ଧରେ ଥିବା ଶିବ ମନ୍ଦିର ରାଜ୍ୟର ପୁରାତନ ଶିବ ମନ୍ଦିର ମଧ୍ୟରେ ଅନ୍ୟତମ । ଏହି ମନ୍ଦିରର କଳାଭାସ୍କର୍ଯ୍ୟ ସେମାବଂଶୀୟ ରାଜାମାନଙ୍କ ସମୟର ବୋଲି କୁହାଯାଏ । ବିମେଳଶ୍ୱର : ସମ୍ବଲପୁର ସହରଠାରୁ ୩୨ କିଲୋମିଟର ଦୂରରେ ଅବସ୍ଥିତ ହୁମାରେ ରହିଛି ଏକ ଢ଼ଳିପଡ଼ିଥିବା ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ବିମଳେଶ୍ୱର । ମନ୍ଦିରଟି ଢ଼ଳି ରହିଥିବାରୁ ହୁମାକୁ ଓଡ଼ିଶାର “ପିସା’ ବୋଲି କୁହାଯାଏ । ବାବା ଲଡ଼ୁକେଶ୍ୱର : ଭଗବାନ ଲଡ଼ୁକେଶ୍ୱରଙ୍କ ପୀଠ ଭାବେ ପରିଚିତ ଶରଣକୁଳ ମନ୍ଦିର । ନୟାଗଡ଼ ସହର ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ପ୍ରସିଦ୍ଧ ଶୈବପୀଠ, ଯାହା ହରି ଓ ହର ନାମରେ ପରିଚିତ । ଭଗବାନ ଲଡୁକେଶ୍ୱରଙ୍କୁ ଲଡ଼ୁବାବା ବୋଲି ମଧ୍ୟ କୁହାଯାଏ । ମହାଶିବରାତ୍ରୀରେ ଓଡ଼ିଶା ବିଭିନ୍ନ ପ୍ରାନ୍ତରୁ ଏଠାକୁ ଲୋକମାନଙ୍କ ଆଗମନ ହୁଏ । ପ୍ରବଳ ଭିଡ଼ ହୁଏ ଏଠାରେ । ବଡ଼ଗାଁ ମନ୍ଦିର : ଭଞ୍ଜନଗର ସହରଠାରୁ ୫ ମାଇଲ ଦୂରରେ ଅବସ୍ଥିତ ଏକ କ୍ଷୁଦ୍ରଗ୍ରାମ ହେଉଛି ବଡ଼ଗାଁ । ଏଠାରେ ଏକ ଶିବ ମନ୍ଦିର ରହିଛି, ଯାହାର ନିର୍ମାଣଶୈଳୀ ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରର ନିର୍ମାଣଶୈଳୀ ସହ ସମାନ । ତେଣୁ ପର୍ଶୁରାମେଶ୍ୱର ମନ୍ଦିର ଓ ବଡ଼ଗାଁ ମନ୍ଦିର ଏକ ସମୟରେ ନିର୍ମିତ ହୋଇଥିଲା ବୋଲି କୁହାଯାଏ ।

Leave a Reply