Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁ ବିଦ୍ୟାମନ୍ଦିରରେ କୁଇଜ୍ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁ ବିଦ୍ୟାମନ୍ଦିରରେ କୁଇଜ୍ କାର୍ଯ୍ୟକ୍ରମ

ଜଗତସିଂହପୁର : କୂଳକଇଁଜଙ୍ଗା ଶିଶୁ ମନ୍ଦିରରେ କାୟାକଳ୍ପ ପକ୍ଷରୁ ବିଜ୍ଞାନ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଭାପତି ଗୀତିକାର ବାମଦେବ ସ୍ୱାଇଁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବରେ ସ୍ଥାନୀୟ ସମାଜସେବୀ ରଞ୍ଜନ ବେହେରା, ବିଭୁ ଦାଶ, ସୁଦର୍ଶନ ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ତ୍ରିଲୋଚନ ଦାଶ କୁଇଜ୍ ପରିଚାଳନା କରିଥିଲେ । ଶୁଭସ୍ମିତା ରଥ ସ୍କୋରର ଥିଲେ । ଶୁଭଶ୍ରୀ, ଅନିରୁଦ୍ଧ, ଶୁଭଙ୍କର ଶ୍ରେଷ୍ଠ ପ୍ରତିଯୋଗୀ ହୋଇଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଧ୍ରୁବଚରଣ ବେହେରାଙ୍କ ସ୍ମୃତିରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଗୁରୁଜୀ ଶ୍ରୀନିବାସ କୁଣ୍ଡୁ ଧନ୍ୟବାଦ ଦେଇଥିଲେ ।

Leave a Reply