Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଟି ଖୋଳିବା ବେଳେ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ସୁନାର ପ୍ରତିମା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଟି ଖୋଳିବା ବେଳେ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ସୁନାର ପ୍ରତିମା

ନୂଆଦିଲ୍ଲୀ: ମାଟି ତଳୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବାର ଖବର ଆଖି ପିଛୁଳାକେ ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା । ଫଳରେ ଭଗବାନ ବିଷ୍ଣୁଙ୍କ ସୁନାର ପ୍ରତିମା ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳମାତ୍ରାରେ ଭିଡ ଜମିଛି । ଏଥିସହିତ ଲୋକେ ସେଠାରେ ହୁଳହୁଳି, ହରିବୋଲ ପକାଇ, ମନ୍ତ୍ରା ଉଚ୍ଚାରଣ କରି ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି । ଏହି ଘଟଣାଟି ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି । ଏଠାରେ ପାଣିଟାଙ୍କି ପାଇଁ ମାଟିଖୋଳା କାମ ଚାଲିଥିଲା । ଏହି ସମୟରେ ଶ୍ରମିକମାନେ କିଛି ଗୋଟେ ଜିନିଷ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରିଥିଲେ । ଏହାପରେ ତାହାକୁ ଖୁବ ଯତ୍ନର ସହ ମାଟିରୁ ବାହାରକୁ ବାହାର କରିଥିଲେ । ଆଉ ସଫା କରିଥିଲେ । ସଫା କରିବା ପରେ ଜଣାପଡିଥିଲା କି ମାଟି ତଳୁ ବାହାରିଥିବା ପ୍ରତିମା ଭଗବାନ ବିଷ୍ଣୁଙ୍କର ତାହା ପୁଣି ସୁନାର ରହିଛି । ଖବରଟି ସମଗ୍ର ଅଞ୍ଚଳରେ ପହଞ୍ଚିବା ପରେ ଲୋକମାନେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିବା ସହିତ ଏଦୃଶ୍ୟ ଦେଖିଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତ

Leave a Reply