Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ-୪ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ-୪ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟୁ

ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥ ବୁର୍ଲା ଆମ୍ବସଢା କଣ୍ଟାପାଲି ନିକଟରେ ଏକ ଅବୈଧ ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ଅବସ୍ଥାରେ ଭିମସାରରେ ଚିକିତ୍ସାଧୀନ ରହିଛନ୍ତି । ମୃତକ ମାନେ ପଶ୍ଚିମବଙ୍ଗ ଅଞ୍ଚଳର । ଦୁଇ ଜଣ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି । ମୃତକଙ୍କ ମଧ୍ୟରେ ନଦୀଆ ଜିଲ୍ଲା ଧିବିନା ଗାଦି ଥାନା ଭାଗା ଗ୍ରାମର ଏସ କେ ମହମ୍ମଦ ଏବଂ ଅନ୍ୟ ଜଣେ ମେଦିନୀପୁର ଥାନା ରାମଚନ୍ଦ୍ରପୁରର ଏସ କେ ଆଲମ ବୋଲି ଜଣାପଡିଛି । ତେବେ ଅନେକ ଗୋରୁଙ୍କ ଘଟଣା ସ୍ଥଲରେ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଗୋଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ମୁତାବକ ଏକ ଟ୍ରଲର ବଲାଙ୍ଗୀର ବରଗଡ଼ ପଟୁ ସମ୍ୱଲପୁର ଅଭିମୁଖେ ଯାଉଥିବା ସମୟରେ କିଛି ବ୍ୟକ୍ତି ଏହା ଜାଣି ପାରି ତାଙ୍କୁ ପିଛା କରିଥିଲେ । ଟ୍ରଲରଟି ଦ୍ରୁତ ଗତିରେ ଫେରାର ମାରୁଥିବା ବେଳେ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣଙ୍କ ବୁର୍ଲା ଭିମସାରରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭିମସାରରେ ଚିକିତ୍ସାଧୀନ ରହିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଗୋମୃତ୍ୟୁକୁ ନେଇ ସ୍ଥାନୀୟ ଶହ ଶହ ଲୋକ ରୁଣ୍ଡ ହେବା ସହିତ ଗୋ ଚାଲାଣକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସକୁ ଅନେକ ସମୟ ଧରି ଘେରାଉ କରି ରଖିବା ସହିତ ଆମ୍ବୁଲାନ୍ସକୁ ଛାଡ଼ି ନ ଥିଲେ । ଏହା ପରେ ଅନ୍ୟ ଗୋରୁ ମାନଙ୍କୁ ମୁକ୍ତ କରାଯାଇଥିଲା ।

Leave a Reply