Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନବାସୀ ପିଲାମାନଙ୍କର ଅନ୍ତଃ ପ୍ରତିଭାର ବିକାଶ ଓ ପ୍ରତିଷ୍ଠିତ ହେବା ଉଦେଶ୍ୟରେ ଦୁଇ ଦିନିଆ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନବାସୀ ପିଲାମାନଙ୍କର ଅନ୍ତଃ ପ୍ରତିଭାର ବିକାଶ ଓ ପ୍ରତିଷ୍ଠିତ ହେବା ଉଦେଶ୍ୟରେ ଦୁଇ ଦିନିଆ କର୍ମଶାଳା

ବ୍ରହ୍ମପୁର/ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଠାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବନବାସୀ ପିଲାମାନଙ୍କର ଅନ୍ତଃ ପ୍ରତିଭାର ବିକାଶ ଓ ପ୍ରତିଷ୍ଠିତ ହେବା ଉଦେଶ୍ୟରେ ଏକଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ଏହି ବ୍ଲକ ବ୍ୟତୀତ ସାନଖେମୁଣ୍ଡି,ସେରଗଡ଼, ବେଗୁନିଆ ପଡା ଭଳି ପାଞ୍ଚୋଟି ପଞ୍ଚାୟତର ଆଦିବାସୀ ସମ୍ପ୍ରଦାୟର ୯ ରୁ ୧୬ ବର୍ଗର ପିଲାଙ୍କୁ ନେଇ ତିରନ୍ଦାଜ, କବାଡି,ଦୌଡ଼, ସଟପୁଟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଗୌଡ଼ଗୋଠ, ମେରିକୋଟ, ଗୋଛା ଭଳି ଆଦିବାସୀ ଗ୍ରାମର ଯୁବକ ମାନେ ଆୟୋଜନ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟ ମନ୍ଦିର ଓ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।୨୮ ଓ ୨୯ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଡ଼ମ୍ବୁରଧର ଶବର, ପୀତବାସ ପଣ୍ଡା,ଅମ୍ବିକା ଦାଶ,ଭାସ୍କର ଶବର,ଶାନ୍ତି ମଣ୍ଡଳ ଆୟୋଜନ କରିଥିଲେ ।ଜିଲ୍ଲାରୁ ଆସିଥିବା ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଅଂଶ ଗ୍ରହଣ କରିଥିବା ବେଳେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Leave a Reply