Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁଠାରୁ ପାୱାରଫୁଲ୍ ହିନ୍ଦୁ, ଏମାନଙ୍କ ଆଗରେ କଥା କହିବାକୁ ଡରନ୍ତି ପାକିସ୍ତାନ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁଠାରୁ ପାୱାରଫୁଲ୍ ହିନ୍ଦୁ, ଏମାନଙ୍କ ଆଗରେ କଥା କହିବାକୁ ଡରନ୍ତି ପାକିସ୍ତାନ ସରକାର

ନୂଆଦିଲ୍ଲୀ : ପାକିସ୍ତାନକୁ ଘେରି ରହିଛି ଆର୍ଥିକ ସଙ୍କଟ । ଟଙ୍କା ପାଇଁ ଡହଳବିକଳ ଦେଶବାସୀ । କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏପରି କିଛି ହିନ୍ଦୁ ଅଛନ୍ତି ଯେଉଁମାନଙ୍କୁ ଡରିଥାନ୍ତି ପାକିସ୍ତାନ ସରକାର । ପାକିସ୍ତାନ ଏକ ମୁସଲିମ୍ ରାଷ୍ଟ୍ର । କିନ୍ତୁ ଏଠାରେ କିଛି ହିନ୍ଦୁ ମଧ୍ୟ ରହିଥାନ୍ତି ୟ ଏମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନଙ୍କ ଆଗରେ ମୁଣ୍ଡ ନଆଁନ୍ତି ପାକିସ୍ତାନ ସରକାର । ପ୍ରଥମରେ ରହିଛନ୍ତି ରାଣା ଚନ୍ଦ୍ର ସିଂ । ରାଣା ହେଉଛନ୍ତି ପାକିସ୍ତାନ ସିନ୍ଧ ପ୍ରଦେଶର ଜଣେ ହିନ୍ଦୁ ନେତା । ସେ ଏତେ ଶକ୍‌ତିଶାଳୀ ଯେ ୧୯୭୭ରୁ ୧୯୯୯ ପର୍ଯ୍ୟନ୍ତ \”ପାକିସ୍ତାନ ପିପୁଲ୍ସ ପାର୍ଟି\’ ଟିକେଟରେ ୭ ଥର ନ୍ୟାସନାଲ୍ ଆସେମ୍ବଲିର ସଦସ୍ୟ ଭାବରେ ର୍ନିବାଚିତ ହୋଇଥିଲେ । ଏପରିକି ସେ ପାକିସ୍ତାନ ସରକାରରେ ମନ୍ତ୍ରୀ ରହିଛନ୍ତି । ଦ୍ୱିତୀୟରେ ଅଛନ୍ତି ଡକ୍ଟର ଖାଟୁମଲ ଜୀବନ । ଖାଟୁମଲ ମଧ୍ୟ ପାକିସ୍ତାନର ଜଣେ ରାଜନେତା । ତାଙ୍କ ରାଜ୍ ଲାହୋରରୁ କରାଚି ପର୍ଯ୍ୟନ୍ତ ଚାଲିଥାଏ । ସେ ମଧ୍ୟ ପାକିସ୍ତାନ ପିପୁଲ୍ସ ପାର୍ଟିର ଅନୁସୂଚିତ ଜାତି ହିନ୍ଦୁ ସିନେଟର ଭାବରେ କାମ କରିସାରିଛନ୍ତି । ଖବର ଅନୁଯାୟୀ ଖାଟୁମଲ ପାକିସ୍ତାନର ନ୍ୟାସନାଲ୍ ଆସେମ୍ବଲି ପାଇଁ ୩ଥର ର୍ନିବାଚନ ଲଢିଛନ୍ତି ଏବଂ ଜାତୀୟ ସଭାର ସଦସ୍ୟ ମଧ୍ୟ ହୋଇଥିଲେ । ଏପରିକି ସେ ପାକିସ୍ତାନ ସରକାରରେ ମଧ୍ୟ ମନ୍ତ୍ରୀ ରହି ସାରିଛନ୍ତି । ତୃତୀୟରେ ଅଛନ୍ତି ସଙ୍ଗୀତା । ତାଙ୍କୁ ପାକିସ୍ତାନ ଲୋକେ ପରବିନ୍ ରିଜବୀ ନାଁରେ ମଧ୍ୟ ଜାଣନ୍ତି ୟ ସଙ୍ଗୀତା ଜଣେ ପାକିସ୍ତାନୀ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ । ସେ ୧୯୭୧ରେ ଅମନ, ୧୯୭୮ ମୁଠି ଭର ଚାୱାଲ, ୧୯୮୪ରେ ନାମ ମେରା ବାଦନାମ୍ ଏବଂ ୧୯୯୮ରେ ନିକାହ ପରି ବଡ ଫିଲ୍ମରେ କାମ କରିଛନ୍ତି । ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରୀତା ଇଶ୍ୱର ୟ ସେ ଜଣେ ରାଜନେତ୍ରୀ । ଯିଏକି ପାକିସ୍ତାନୀ ମୁସଲିମ ଲିଗ୍ (ଲ) ସହ ଜଡିତ । ସେ ଜୁନ୍ ୨୦୧୩ରୁ ମେ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନର ନ୍ୟାସନାଲ୍ ଆସେମ୍ବଲିର ସଦସ୍ୟ ମଧ୍ୟ ରହିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରୀତା ପାକିସ୍ତାନର ସବୁଠାରୁ ଧନୀ ମହିଳା ରାଜନେତା ଭାବରେ ମଧ୍ୟ ଜଣାଶୁଣା । ଏହା ପଛକୁ ଅର୍ଥାô ୫ମରେ ଅଛନ୍ତି ନବୀନ ପରବାନୀ । ନବୀନ ପାକିସ୍ତାନର ଜଣେ ପ୍ରସିଦ୍ଧ ସ୍ନୁକର ଖେଳାଳି । ସେ ଡିସେମ୍ବର ୨୦୦୬ରେ କତାର ଦୋହାରେ ଆୟୋଜିତ ହୋଇଥିବା ଏସୀୟ ଗେମ୍ସରେ ନବୀନ ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିଲେ

Leave a Reply