Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ଠାରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ ଉଦଘାଟିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ଠାରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ ଉଦଘାଟିତ

କଟକ-ତା.୨୮.୧୦.୨୦୨୩ରିଖ ଶନିବାର ଦିନ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ,କେଶବଧାମ, ଗତିରାଉତପାଟଣା, କଟକରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଘାଟିତ  ହୋଇଯାଇଛି। ଉଦଘାଟନି ସତ୍ରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପୁରୀର ପୂର୍ବତନ ପ୍ରଫେସର ଓ ଫିଜିଓଲୋଜି ବିଭାଗର ମୁଖ୍ୟ ଡ. ଅର୍ପିତା ପ୍ରିୟଦର୍ଶନି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ନିୟମ, ପ୍ରାଣାୟମ ଓ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଶ୍ରୀ ଦିବାକର ଘୋଷ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଅଖିଳ ଭାରତୀୟ ସହ ସଦଭାବନା ପ୍ରମୁଖ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ଅଧ୍ୟକ୍ଷ ଭାବରେ ଯୋଗଦେଇ ଯୋଗର ଅନୁଶାଶନ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ। ଶିକ୍ଷା ବିକାଶ ସମିତି ଓଡିଶା ଉତ୍ତର ପୂର୍ବ ସଂଭାଗର ସମ୍ପାଦକ ଶ୍ରୀ ମହେନ୍ଦ୍ର କୁମାର ଘଡେଇ ଅତିଥି ପରିଚୟ କରିଥିଲାବେଳେ ବିଦ୍ୟାଳୟର କୋଷାଧ୍ୟକ୍ଷା ଶୁଶ୍ରୀ ଇନ୍ଦୁମତୀ ଦେବୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦିଲ୍ଲୀ ପ୍ରାନ୍ତର ସଂଗଠନ ମନ୍ତ୍ରୀ ରବି କୁମାର ଜୀ, ଅଖିଳ ଭାରତୀୟ କବାଡି ସଂଯୋଜକ ତଥା ଏହି ସମାରୋହରେ ଖେଳ ଅଧିକାରୀ ବିଭୂତି ଭୂଷଣ ଦାସ, ଶିକ୍ଷା ବିକାଶ ସମିତି ଓଡିଶାର ସଭାପତି କିଶୋର ଚନ୍ଦ୍ର ମହାନ୍ତି, ସଂଘର ପ୍ରଚାରକ ଶ୍ରୀ ବିଜୟ ଗଣେଶ କୁଲକର୍ଣୀ, ଶିକ୍ଷା ବିକାଶ ସମିତି ଓଡିଶାର ସଂଗଠନ ମନ୍ତ୍ରୀ ଶ୍ରୀ ତାରକ ଦାସ ସରକାର, ଉତ୍ତର ପୂର୍ବ ସଂଭାଗର ସମ୍ଭାଗ ସଂଯୋଜକ ତୁଷାର ରଂଜନ ଦାଶ, ପୂର୍ବ କ୍ଷେତ୍ରର ଯୋଗ ସଂଯୋଜକ ମଧୁସୂଦନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମାରୋହରେ ବିଦ୍ୟା ଭାରତୀଙ୍କ ଯୋଗ ସଂଯୋଜକ ରାଜେଶ ଜୀ ଉପସ୍ଥିତ ରହି ଯୋଗର ଉପକ୍ରମଣିକା ଓ କିଛି ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ସମାରୋହରେ ବାଲୁବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ବାରା ଯୋଗ ପ୍ରଦର୍ଶନ କରାଯାଇଥିଲା। ଏହି ସମାରୋହରେ  ଭାରତର ୧୧ଟି କ୍ଷେତ୍ରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଯୋଗ ପ୍ରଦର୍ଶନ କରାଯିବ। ଏହି ସମାରୋହରେ  ଶିକ୍ଷା ବିକାଶ ସମିତି ଓଡିଶାର ବରିଷ୍ଠ ପୂର୍ଣ୍ଣକାଳିନ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଛନ୍ତି।

Leave a Reply