Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରଯାନ-୩’ର ବିକ୍ରମ ଓ ପ୍ରଜ୍ଞାନ ଏବେ ସାମ୍ନା କରୁଛନ୍ତି ନୂଆ ସଙ୍କଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରଯାନ-୩’ର ବିକ୍ରମ ଓ ପ୍ରଜ୍ଞାନ ଏବେ ସାମ୍ନା କରୁଛନ୍ତି ନୂଆ ସଙ୍କଟ

!

ନୂଆଦିଲ୍ଲୀ: ଭାରତୀୟ ମହାକାଶ

ଗବେଷଣା ସଂସ୍ଥା (ଇସ୍ରୋ)ର

ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ

‘ଚନ୍ଦ୍ରଯାନ-୩’ ସଫଳତା ହାସଲ ପରେ

ଏବେ ଚନ୍ଦ୍ରରେ ସୁପ୍ତ ଅବସ୍ଥାରେ ରହିଛି ।

ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ

ଲ୍ୟାଣ୍ଡର ବିକ୍ରମ ଅବତରଣ କରି

ରୋଭର ପ୍ରଜ୍ଞାନ ଜରିଆରେ ଅନେକ

ତଥ୍ୟ ପ୍ରେରଣ କରିବା ପରେ ଏହି

ଅଭିଯାନକୁ ସ୍ଲିପ୍ ମୋଡ୍ରେ

ରଖାଯାଇଛି ।ଏହି ଅଭିଯାନ ସଫଳତାର

ସହ ଶେଷ ହୋଇଥିଲେ ମଧ୍ୟ

‘ଚନ୍ଦ୍ରଯାନ-୩’ କେବେ ବି ପୃଥିବୀକୁ

ଫେରିବ ନାହିଁ ଏବଂ ଚନ୍ଦ୍ର ପୃଷ୍ଠରେ

ସବୁଦିନ ପାଇଁ ରହିବ । ଇସ୍ରୋ ମୁଖ୍ୟ

ଏସ୍ ସୋମନାଥ କହିଛନ୍ତି, ‘ବିକ୍ରମ

ଲ୍ୟାଣ୍ଡର ନିଜର କାମ ବହୁତ ଭଲ

ଭାବେ କରିବା ପରେ ଖୁସିରେ ଚନ୍ଦ୍ରରେ

ଶୋଇଛି ।’ ତେବେ, ଚନ୍ଦ୍ର ପୃଷ୍ଠରେ ଏହି

ମହାକାଶଯାନ ଏବେ ସ୍ଲିପ୍ ମୋଡ୍ରେ

ରହିଥିବାରୁ ଏହା ନୂଆ ବିପଦର

ସମ୍ମୁଖୀନ ହେଉଛି, ଯାହା ଚନ୍ଦ୍ର ବାହାରୁ

ଆସୁଛି । ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର

ପ୍ରଜ୍ଞାନ ବର୍ତ୍ତମାନ ଚନ୍ଦ୍ରରେ ସମ୍ମୁଖୀନ

ହେଉଥିବା ସବୁଠାରୁ ବଡ ବିପଦ

ହେଉଛି ‘ମାଇକ୍ରୋମେଟ୍ରୋଏଡ୍‌’;

ଅର୍ଥାତ ଚନ୍ଦ୍ରପୃଷ୍ଠରେ ବୋମାମାଡ଼ ପରି

ଜାରି ରହିଥିବା ଉଲକାପାତ । ନାମ

ଗୋପନ ରଖିବା ସର୍ତ୍ତରେ ଇସ୍ରୋର

ଜନୈକ ବରିଷ୍ଠ ଅଧିକାରୀ

ଜାତୀୟସ୍ତରର ଗଣମାଧ୍ୟମ ଇଣ୍ଡିଆ ଟୁ

ଡେକୁ କହିଛନ୍ତି ଯେ ଲ୍ୟାଣ୍ଡର ବିକ୍ରମ

ଏବଂ ରୋଭର ପ୍ରଜ୍ଞାନ

ମାଇକ୍ରୋମେଟ୍ରୋଏଡ୍ ଦ୍ୱାରା ଧକ୍କା

ହୋଇପାରନ୍ତି । ଚନ୍ଦ୍ରପୃଷ୍ଠରେ ଥିବା

ଆପୋଲୋ ମହାକାଶଯାନ ସମେତ

ଅତୀତରେ ମିଶନଗୁଡ଼ିକ ମଧ୍ୟ ସମାନ

ସମସ୍ୟାର ସମ୍ମୁଖୀନ ହୋଇଥିବାରୁ

ଇସ୍ରୋ ଏହା ବିଷୟରେ ପୂର୍ବରୁ

ଜାଣିଥିଲା । ମଣିପାଲ ସେଣ୍ଟର ଫର୍‌

ନ୍ୟାଚୁରାଲ ସାଇନ୍ସର ପ୍ରଫେସର ତଥା

ନିର୍ଦ୍ଦେଶକ ଡକ୍ଟର ପି ଶ୍ରୀକୁମାର କହିଛନ୍ତି

ଯେ ଚନ୍ଦ୍ରରେ ବାୟୁମଣ୍ଡଳ କିମ୍ବା ଅମ୍ଳଜାନ

ନଥିବାରୁ ମହାକାଶଯାନର କ୍ଷୟ

ହେବାର ଆଶଙ୍କା ନାହିଁ । ତେବେ

ଦେଖିବାକୁ ବାକି ରହିଲା

ମାଇକ୍ରୋମେଟ୍ରୋଏଡ ପ୍ରଭାବ ଯାହା

ଦୀର୍ଘ ଚନ୍ଦ୍ର ରାତିର ଥଣ୍ଡା ତାପମାତ୍ରା

ବ୍ୟତୀତ ମହାକାଶଯାନକୁ ଆହୁରି ଅଧିକ

କ୍ଷତି ପହଞ୍ଚାଇପାରେ । ଚନ୍ଦ୍ରରେ

ବାୟୁମଣ୍ଡଳ ନ ଥିବାରୁ ସୂର୍ଯ୍ୟରୁ କ୍ରମାଗତ

ବିକିରଣ ପ୍ରବାହିତ ହେଉଛି । ଏହା ଦ୍ୱାରା

କିଛି କ୍ଷତି ମଧ୍ୟ ହୋଇପାରେ । ତେବେ

ଏହାକୁ ନେଇ ଅଧିକ ତଥ୍ୟ ନଥିବାରୁ

କ’ଣ ହେବ ତାହା ଏପର୍ଯ୍ୟନ୍ତ

ଜଣାପଡ଼ିନାହିଁ । ଚନ୍ଦ୍ରର ଧୂଳି ଲ୍ୟାଣ୍ଡର ଓ

ରୋଭର ପୃଷ୍ଠକୁ ମଧ୍ୟ ପ୍ରବେଶ କରିବ ।

ପୃଥିବୀର ଧୂଳି ଭଳି ଚନ୍ଦ୍ରରେ ବାୟୁ ରହୁ

ନଥିବାରୁ ଚନ୍ଦ୍ରର ଧୂଳି ମଧ୍ୟ ଏଥିରେ

ଲାଗି ରହିପାରେ । ଆପୋଲୋ ଅଭିଯାନ

ସମୟରେ ମହାକାଶଯାନରେ ଧୂଳି

କିପରି ଆଚ୍ଛାଦିତ କରିଛି ତାହା ଦେଖିବା

ପାଇଁ ତଥ୍ୟ ଉପଲବ୍ଧ ଅଛି ।

Leave a Reply