Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଟକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଜୟୀ ଦଶମୀ ଉତ୍ସବ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଟକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଜୟୀ ଦଶମୀ ଉତ୍ସବ ପାଳିତ

କଟକ) : ଶନିବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗର ବିଜୟୀ ଦଶମୀ ଉତ୍ସଦ ମହା ସମାରୋହରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକସ୍ଥିତ, ମଧୂସୂଦନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡଃ ଦେବାଶିଷ ଜେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପରିଦର୍ଶିତ ସମାଜରେ ସଂଘର ସ୍ୱୟଂ ସେବକ ମାନଙ୍କର ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶାର ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡଃ ଅନିଲ କୁମାର ମିଶ୍ର ଯୋଗାଦ ନକରି ବର୍ତ୍ତମାନ ସମୟରେ ସମାଜର ଆହ୍ୱାନକୁ ମୁକାବିଲା କରି ଦେଶକୁ ସୁସମୃଦ୍ଧ କରି ଗଢିତୋଳିବା ପାଇଁ ସ୍ୱୟଂ ସେବକମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଜିଲ୍ଲା ସଂଘ ଚାଳକ ଶ୍ରୀ ବିପିନ୍ ବିହାରୀ ରାଉତ ଓ ନଗର ସଂଘ ଚାଳକ ଶ୍ରୀ ଅରୁଣ କୁମାର ପତି ଏହି ଅବସରରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସେବକମାନେ ଦଣ୍ଡ, ନିୟୁଦ୍ଧ, ଘୋଷ, ପଦ ବିନ୍ୟାସ, ଯୋଗାସନ ଓ ଗଣ ସମତା ପ୍ରର୍ଦଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଶ୍ରୀ କୁଳମଣି ପ୍ରଧାନ, ଶ୍ରୀ ଚିତ୍ତ ରଂଜନ ମହାନ୍ତି ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ

Leave a Reply