Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନ୍ଦୀ ରଖିଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ଛାଡ଼ିଲା ହମାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନ୍ଦୀ ରଖିଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ଛାଡ଼ିଲା ହମାସ

ଗାଜା : ଇସ୍ରାଏଲ୍ରୁ ଅପହରଣ କରି ବନ୍ଦୀ କରି ରଖିଥିବା ପାଖାପାଖି ୨୦୦ ଜଣଙ୍କ ମଧ୍ୟରୁ ଶୁକ୍ରବାର ୨ ଛାଡ଼ି ଦେଇଛି ଆତଙ୍କବାଦୀ ସଂଗଠନ ହମାସ । ଏହି ଦୁଇ ଜଣ ହେଲେ ଆମେରିକୀୟ ନାଗିରକ । ମାନିବିକତା ଦୃଷ୍ଟିରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ବୋଲି ଶୁକ୍ରବାର ହମାସ ନେତା ଟେଲିଗ୍ରାମ୍ରେ ସୂଚନା ଦେଇଛନ୍ତି । ଆମେରିକାର ମାଆ ଝିଅଙ୍କୁ ଛାଡ଼ି ଦେଇଛି ହମାସ କହିଥିବେ ବେଳେ କେମିତି ଛାଡ଼ିଲା ଓ କାହିଁକି ଛାଡ଼ିଲା ସେ ନେଇ ଇସ୍ଲାମିକ୍ ଗ୍ରୁପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଶୁକ୍ରବାର ଅପହୃତ ନାଗରିକଙ୍କ ବିଷୟରେ ସୂଚନା ଦେଇଥିଲା ଇସ୍ରାଏଲ୍ । ଅପହରଣ କରିନିଆଯାଇଥିବା ନାଗରିକଙ୍କ ମଧ୍ୟରୁ ଅଧିକାଂଶ ଜୀବିତ ଅଛନ୍ତି ବୋଲି ଇସ୍ରାଏଲ୍ କହିଥିଲା । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ କମ୍ ବୟସର ହୋଇଥିବା ବେଳେ ୧୦ରୁ ୨୦ ଜଣଙ୍କୁ ୬୦ ବର୍ଷ ବୟସର ହେବେ ବୋଲି ଇଶ୍ରାଏଲ୍ ସୂଚନା ଦେଇଛିୟ ହମାସ ଆକ୍ରମଣ ପରେ ଇସ୍ରାଏଲ୍ରେ ୧୦୦ରୁ ୨୦୦ ଲୋକ ନିଖୋଜ ହୋଇଯାଇଛନ୍ତି ବୋଲି ଇସ୍ରାଏଲ୍ କହିଛି । ଅକ୍ଟୋବର ୭ ତାରିଖ ଶନିବାର ରାତିରେ ହଠାôତ ହମାସ ଇସ୍ରାଏଲ୍ ଉପରେ ୫ ହଜାର ରକେଟ୍ ମାଡ଼ କରିଥିଲା । ୭୫ ବର୍ଷ ପରେ ଏହା ସର୍ବାଧିକ ଭୟଙ୍କର ଆକ୍ରମଣ ବୋଲି ଇସ୍ରାଏଲ କହିଥିଲା । ହମାସ ଆକ୍ରମଣରେ ଇସ୍ରାଏଲ୍ର ୧୪୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଇସ୍ରାଏଲ ମଧ୍ୟ ହମାସକୁ ସମୁଳେ ବିନାଶ କରିବାକୁ ଶପଥ ନେଇଛି । ଏଥିପାଇଁ ଗାଜା ଉପରେ ଜଳ ସ୍ଥଳ ଓ ଆକାଶ ମାର୍ଗରେ ଭୟଙ୍କର ଆକ୍ରମଣ କରି ଚାଲିଛି ଇସ୍ରାଏଲ୍ । ହମାସ ସ୍‌୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୪,୧୩୭ ଜଣଙ୍କର ମୃତ୍ୟୁ ହେଲାଣି ।

Leave a Reply