Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଗନଯାନ କ୍ରୁ ମଡ୍ୟୁଲର ସଫଳ ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଗନଯାନ କ୍ରୁ ମଡ୍ୟୁଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: “ଗଗନଯାନ” ଅଭିଯାନ ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ଇସ୍ରୋ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜିର ଅଭ୍ୟାସ ଗଗନଯାନ ମିଶନର କ୍ରୁ ମଡ୍ୟୁଲରେ କ୍ରୁ ଏସ୍କେପ୍ ସିଷ୍ଟମର କାର୍ଯ୍ୟଦକ୍ଷତା ପରୀକ୍ଷା କରିଛି । ମୂଳତଃ ଏହା ନିରାପତ୍ତା ବ୍ୟବସ୍ଥାର ପରୀକ୍ଷଣ କରିଛି, ଯାହା “ଗଗନଯାନ” ମିଶନର ଚାଳକମାନଙ୍କୁ କୌଣସି ତ୍ରୁଟି କାରଣରୁ ମିଶନ ରଦ୍ଦ ହେବା ସ୍ଥିତିରେ ମହାକାଶଯାନରୁ ନିରାପଦରେ ବାହାରି ଯିବା ପାଇଁ ଅନୁମତି ଦେବ ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ସେ କହିଛନ୍ତି ଯେ, ଆଜି ସକାଳେ ଆବର୍ଟ ମିଶନ -୧ (ଟିଭି – ଡି୧)ର ପରୀକ୍ଷାମୂଳକ ଉଡ଼ାଣର ସଫଳତା ଚୂଡ଼ାନ୍ତ ‘ଗଗନଯାନ’ ଉତକ୍ଷେପଣ ପୂର୍ବରୁ କ୍ରମାଗତ ଉଡାଣ ପରୀକ୍ଷଣର ଏକ ଅଂଶବିଶେଷ । ସମଗ୍ର ଅଭ୍ୟାସ ଆଶାନୁରୂପ ଭାବେ ଶେଷ ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଗୋଟିଏ ଇଞ୍ଜିନ ରକେଟ୍ ‘ଗଗନଯାନ’ କ୍ରୁ ମଡ୍ୟୁଲ୍ (ସିଏମ)ର ପ୍ରାରମ୍ଭିକ ଡିପ୍ରେସରାଇଜ୍ଡ ସଂସ୍କରଣକୁ ପ୍ରାୟ ୧୭ କିଲୋମିଟର ଉଚ୍ଚତାକୁ ନେଇ ଯାଇଥିଲା ଏବଂ ଏହା ପରେ ପାରାଚୁଟ୍ ବ୍ୟବହାର କରି ଚୂଡ଼ାନ୍ତ ଅବତରଣ କରିଥିଲା । ‘ଚନ୍ଦ୍ରାୟନ-୩’ ଦ୍ୱାରା ସଫଳ ଚନ୍ଦ୍ର ଅବତରଣର ଦୁଇ ମାସରୁ କମ୍ ସମୟ ପରେ ଆଜିର କାର୍ଯ୍ୟକ୍ରମ ୨୦୨୫ ମସିହାରେ ମହାକାଶକୁ ଜଣେ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ବ୍ୟବସ୍ଥା ଏବଂ ପ୍ରକ୍ରିୟାର ଅନେକ ପରୀକ୍ଷଣ ପାଇଁ ପଥ ପ୍ରଶସ୍ତ କରିଛି । ଏହି ପରୀକ୍ଷଣ ଉଡ଼ାଣ ଅବଶିଷ୍ଟ ଯୋଗ୍ୟତା ପରୀକ୍ଷା ଏବଂ ମାନବବିହୀନ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ, ଯାହା ଭାରତୀୟ ମହାକାଶଚାରୀମାନଙ୍କ ସହିତ ପ୍ରଥମ ‘ଗଗନଯାନ’ ଅଭିଯାନରେ ପରିଣତ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରଥମ ମାନବୀୟ ମହାକାଶ ଅଭିଯାନ ଏବଂ ପରେ ପ୍ରଥମ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି । ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ନିକଟରେ ଚନ୍ଦ୍ରାୟନ – ୩ ଏବଂ ଆଦିତ୍ୟ ଏଲ୍ -୧ ମିଶନ ସମେତ ଗତ ୪ରୁ ୫ ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅଭିଯାନର ସଫଳତାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତକୁ ଏବେ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିବା ଉଚିତ୍‌, ଯେଉଁଥିରେ ୨୦୩୫ ସୁଦ୍ଧା ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍‌’ (ଭାରତୀୟ ମହାକାଶ ଷ୍ଟେସନ) ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ଆଦି ନୂତନ ଲକ୍ଷ୍ୟ ସାମିଲ୍ ହୋଇଛି । ଇସ୍ରୋ ବୈଜ୍ଞାନିକ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଏହି ଉତକ୍ଷେପଣ ଆମକୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନଯାନକୁ ହୃଦୟଙ୍ଗମ କରିବାକୁ ଗୋଟିଏ ପାଦ ନିକଟତର କରିଛି । ଇସ୍ରୋର ବୈଜ୍ଞାନିକମାନଙ୍କୁ ମୋର ଶୁଭକାମନା ଜଣାଉଛି ।

Leave a Reply