Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସର୍ବସାଧାରଣ ସ୍ଥାନରେ ଅନଧିକୃତ ନମାଜ ଚଳିବନି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସର୍ବସାଧାରଣ ସ୍ଥାନରେ ଅନଧିକୃତ ନମାଜ ଚଳିବନି

ନଏଡ଼ା: ଅକ୍ଟୋବର ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ନଏଡା ଓ ଗ୍ରେଟର ନଏଡାରେ ସିଆରପିସିର ଧାରା ୧୪୪ ଅନୁଯାୟୀ କଟକଣା ବଳବତ୍ତର ରହିବ ଏବଂ ୫ରୁ ଅଧିକ ଲୋକଙ୍କ ଅନଧିକୃତ ସମାବେଶ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଗୌତମବୁଦ୍ଧ ନଗର ପୁଲିସ ଶନିବାର ନିର୍ଦ୍ଦେଶ ଦେଇଛି । ନବରାତ୍ରି ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ପୁଲିସ ଅନୁମତି ବିନା ସର୍ବସାଧାରଣ ସ୍ଥାନରେ ନମାଜ, ପୂଜା କିମ୍ବା ଅନ୍ୟ କୌଣସି ଧାର୍ମିକ କାର୍ଯ୍ୟକଳାପ କରାଯାଇ ପାରିବ ନାହିଁ । ଯେଉଁ ବିବାଦୀୟ ସ୍ଥାନରେ ପରମ୍ପରାଗତ ଭାବେ ପୂଜା ଓ ନମାଜ ପାଠ କରାଯାଏ ନାହିଁ ସେଠାରେ ପୂଜା ଓ ନମାଜ ସମେତ କେ?ଣସି ପ୍ରକାର ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ କିମ୍ବା ଅନ୍ୟମାନଙ୍କୁ ଏଥିପାଇଁ କେହି ପ୍ରୋତ୍ସାହିତ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଅନ୍ୟ ଧର୍ମର ଧାର୍ମିକ ଗ୍ରନ୍ଥକୁ କେହି ଅପମାନିତ କରିବେ ନାହିଁ । ଧାର୍ମିକ ସ୍ଥଳର କାନ୍ଥରେ କେହି ଧାର୍ମିକ ପତାକା, ପୋଷ୍ଟର କିମ୍ବା ବ୍ୟାନର ଲଗାଇବେ ନାହିଁ କି ଏଥିରେ କାହାକୁ ସମର୍ଥନ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave a Reply