Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଥୁରା ମସଜିଦକୁ ହଟାଇବା ଓ ଏହାକୁ ଶ୍ରୀକୃଷ୍ଣ ଜନ୍ମଭୂମି ମାନ୍ୟତା ଦେବା ଲାଗି ନିବେଦନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଥୁରା ମସଜିଦକୁ ହଟାଇବା ଓ ଏହାକୁ ଶ୍ରୀକୃଷ୍ଣ ଜନ୍ମଭୂମି ମାନ୍ୟତା ଦେବା ଲାଗି ନିବେଦନ

ପ୍ରୟାଗରାଜ : ଏଲହାବାଦ ଉଚ୍ଚ ନ୍ୟାୟାଳୟ ମଥୁରାରେ ଶାହି ଇଦଗାହ ମସଜିଦ ହଟାଇବା ଓ ଏହି ସ୍ଥାନକୁ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ରୂପେ ମାନ୍ୟତା ଦେବା ନିମନ୍ତେ ନିବେଦନ । ମୁଖ୍ୟ ବିଚାରପତି ଜଷ୍ଟିସ୍ ପ୍ରିତିଙ୍କର ଦିବାକର ଓ ଜଷ୍ଟିସ୍ ଆଶୁତୋଷ ଶ୍ରୀବାସ୍ତବଙ୍କ ଯୁଗଳ ପୀଠ ୨୦୨୦ରେ ମହକ ମାହେଶ୍ୱରୀଙ୍କ ଦ୍ୱାରା ରୁଜୁ ଜନସ୍ୱାର୍ଥ ମାମଲା ଉପରେ ଆଦେଶଗୃହୀତ କରିଛନ୍ତି । ଗତ ସେପ୍େଟମ୍ବର ମାସରେ କୋର୍ଟ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆବେଦନକାରୀ ତର୍କ ରଖିଥିଲେ ଯେ ଶାହି ଇଦଗାହ ମସଜିଦର ନିର୍ମାଣ ମୋଗଲ ବାଦଶାହ ଔରଙ୍ଗଜେବ କରାଇଥିଲେ ଓ ଏଥିପାଇଁ ଶ୍ରୀକୃଷ୍ଣ ଜନ୍ମଭୂମିର ଗୋଟିଏ ଅଂଶକୁ ଭାଙ୍ଗି ଦେଇଥିଲେ । ଜନସ୍ୱାର୍ଥ ମାମଲାରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ମସଜିଦ ସେହି ଭୂମି ଉପରେ ଛିଡା ହୋଇଛି ଯେଉଁଠି କେବେ ଏକ କାରାଗାର ଥିଲା । ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ମାତାପିତାଙ୍କୁ ମଥୁରାର ତତ୍କାଳୀନ ଶାସକ କଂସ ବନ୍ଦୀ କରି ରଖିଥିଲା । ଏଥିରେ ଏହା ମଧ୍ୟ ତର୍କ ଦିଆଯାଇଥିଲା ଯେ ଶାହି ଇଦଗାହ ମସଜିଦକୁ ଇସ୍ଲାମ ଅନୁସାରେ ଉଚିତ ମସଜିଦ କୁହାଯାଇ ନପାରେ କାରଣ କାହାଦ୍ୱାରା ଜୋର ଜବରଦସ୍ତ ହାତେଇଥିବା ଜମିରେ କୌଣସି ମସଜିଦ୍ ସ୍ଥାପିତ ହୋଇ ନପାରେ । ଏହା ପୂର୍ବରୁ ହାଇକୋର୍ଟ ଶ୍ରୀକୃଷ୍ଣ ଜନ୍ମଭୂମି- ଶାହି ଇଦଗାହ ମସଜିଦ ବିବାଦ ସମ୍ପର୍କିତ ସବୁ ମାମଲା ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିଜ ଆଦେଶରେ କୋର୍ଟ କହିଥିଲେ ଯେ ମାମଲା ହିନ୍ଦୁ ଓ ମୁସଲମାନ ଉଭୟଙ୍କ ଆସ୍ଥା ଓ ବିଶ୍ୱାସ ସମ୍ବଦ୍ଧିତ । ଯଦି ନିମ୍ନ କୋର୍ଟରେ ମାମଲାଗୁଡିକର ଶୁଣାଣି ଜାରି ରହିବ ତେବେ ଏଥିରେ ଅନେକ ବିଳମ୍ବ ହେବ । ଏଣୁ ମାମଲାଗୁଡିକୁ ଜିଲ୍ଲା ନ୍ୟାୟାଧୀଶ ମଥୁରାଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲା ସମ୍ପର୍କିତ ସବୁ ଫାଇଲ ଜିଲ୍ଲା ନ୍ୟାୟାଧୀଶ ମଥୁରାଙ୍କ ନିକଟରେ ରଖା ଯାଇଥିଲା ଓ କୋର୍ଟରେ ଏଗୁଡିକର ଶୁଣାଣି ନିମନ୍ତେ ଜଣେ ଅତିରିକ୍ତ ଓକିଲଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ସବୁ ମାମଲାର ଶୁଣାଣି ହାଇକୋର୍ଟ ଏକସଙ୍ଗରେ କରିବେ । ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି- ଶାହି ଇଦଗାହ ମସଜିଦ ସମ୍ପର୍କିତ ମୋଟ ୭ଟି ମାମଲାମଥୁରାର ବିଭିନ୍ନ କୋର୍ଟରେ ଲମ୍ବିତ ଥିଲା । ଏଥିରେ ହିନ୍ଦୁ ଆବେଦନକାରୀମାନେ ୧୩.୩୭ ଏକର ପରିମିତ ଭୂମି ଉପରେ ନିଜର ମାଲିକାନା ଦାବି କରୁଥିଲେ, ଏଥିରେ ସେମାନେ ଶାହି ଇଦଗାହ ମସଜିଦ କମିଟି ଓ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ମଧ୍ୟରେ ୧୯୬୮ ବୁଝାମଣାକୁ ମଧ୍ୟ ଚାଲେଞ୍ଜ କରିଛନ୍ତି । ଆବେଦନକାରୀମାନେ ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ସହ ସଲଗ୍ନ ଜ୍ଞାନବାପୀ ମସଜିଦର ଭିଡିଓଗ୍ରାଫି ସର୍ଭେକ୍ଷଣ ଭଳି ବିବାଦିତ କୃଷ୍ଣ ଜନ୍ମଭୂମି ସ୍ଥଳର ଭିଡିଓଗ୍ରାଫି ସର୍ଭେକ୍ଷଣ ନିମନ୍ତେ ଦାବି କରୁଛନ୍ତି ।

Leave a Reply