Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆଗରେ ଏବିଭିପିର ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆଗରେ ଏବିଭିପିର ବିକ୍ଷୋଭ

ଭବାନୀପାଟଣା: ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବି ନେଇ ଶନିବାର ଏବିଭିପିର କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ କିଛି ଦିନ ତଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାର ବାର୍ଷିକ କ୍ୟାଲେଣ୍ଡର ଘୋଷଣା କରିଥିଲେ । ମାତ୍ର ସେଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ନଥିଲା । ଗତ ୬ ବର୍ଷ ହେଲା ନିର୍ବାଚନ ହୋଇନାହିଁ । ଏହା ଦ୍ୱାରା ଛାତ୍ର ନେତୃତ୍ୱର ଭ୍ରୁଣ ହତ୍ୟା ହେବା ସହ ଛାତ୍ରମାନଙ୍କ ଭିତରେ ମାନବୀୟ ଓ ସାମାଜିକ ନେତୃତ୍ୱ ଉଦ୍ରେକ ହୋଇପାରି ନାହିଁ । ରାଜ୍ୟ ସରକାର ଯଥା ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ବୋଲି ଏବିଭିପି ପକ୍ଷରୁ ଦାବି କରାଯାଇଛି । ଯଦି ଆଗାମୀ ଦିନରେ ତାରିଖ ଘୋଷଣା ନ ହୁଏ ତେବେ ଏବିଭିପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଆଜିର ବିକ୍ଷୋଭରେ ବିଭାଗ ସଂଯୋଜକ କେଶବ ସାହୁ, ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ନଗର ସମ୍ପାଦକ ପଞ୍ଚାନନ ଦୁର୍ଗା, ଛାତ୍ର ନେତା ଭାରତ ମହାନ୍ତି, ରଶ୍ମିରଞ୍ଜନ ଭାଟି, ସୂରଜ ସାହୁ, ବ୍ଲକ ସଂଯୋଜକ ଅଭିଷେକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ କ୍ୟାମ୍ପସରେ ଏ ବିଷୟ ଓ ଅନ୍ୟାନ୍ୟ ଶିକ୍ଷା ବିଷୟକୁ ନେଇ ଏବିଭିପି ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି ।

Leave a Reply