Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂର୍ବତନ ଓଡିଶା ପୋଲିସ ଡିଜିପି ଶରତ ମିଶ୍ରଙ୍କ ବିୟୋଗରେ ଆର.ଏସ୍‌. ଏସ୍‌. ର ଶୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂର୍ବତନ ଓଡିଶା ପୋଲିସ ଡିଜିପି ଶରତ ମିଶ୍ରଙ୍କ ବିୟୋଗରେ ଆର.ଏସ୍‌. ଏସ୍‌. ର ଶୋକ


ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି),ଓଡିଶା ତଥା ବରିଷ୍ଠ ସାହିତ୍ୟିକ ଶ୍ରୀ ଶରତ ମିଶ୍ରଙ୍କର ଗତ କାଲି ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତ ମିଶ୍ରଙ୍କ ସହିତ ସଂଘର ଘନିଷ୍ଠ ସଂପର୍କ ଥିଲା । ଶ୍ରୀ ମିଶ୍ର ଅବସର ପରେ ପଢିବା, ଲେଖିବା ଏବଂ ଶିକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଏହି ସମୟରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ବକ୍ତା ଓ ଶ୍ରୋତା ଭାବରେ ସେ ଯୋଗ ଦେଉଥିଲେ । ସଂଘର କେନ୍ଦ୍ରୀୟ ଅଧିକାରୀମାନେ ଓଡିଶା ପ୍ରବାସ ସମୟରେ ତାଙ୍କ ଘରକୁ ଯାଇ ସାକ୍ଷାତ ମଧ୍ୟ କରୁଥିଲେ । ତାଙ୍କ ବିୟୋଗରେ ରାଜ୍ୟର ଏକ ଅପୂରଣୀୟ କ୍ଷତି ହୋଇଛି ।
ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇବା ସହିତ, ଏହି ଦୁଖଦ ସମୟରେ ସେମାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ତରଫରୁ ପ୍ରାର୍ଥନା କରାଯାଇଛି ।

Leave a Reply