Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁଇ ଆତଙ୍କବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକଶ୍ମୀରର ଶୋପିଆନ୍ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ
ଏନକାଉଣ୍ଟରରେ ହୋଇଛନ୍ତି । ନିକଟସ୍ଥ
ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କା ଥିବାରୁ ସର୍ଚ୍ଚ
ଅପରେସନ ଚାଲିଛି । ମିଳିତ ଅପରେସନ ସମୟରେ ସେନା ଏବଂ ପୁଲିସ
ବାହିନୀର ଗୁଳିରେ ଏହି ଆତଙ୍କବାଦୀଙ୍କ ଜୀବନ ଯାଇଛି । ଜମ୍ମୁକଶ୍ମୀର
ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ
ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଏହାପୂର୍ବରୁ ଅକ୍ଟୋବର ୪ରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ
ନିପାତ କରିଥିଲେ । ଆତଙ୍କବାଦୀମାନେ କୁଲଗାମର ହୋଇଥିବାବେଳେ
ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନଟ
କରାଯାଇଛି । ପୁଲିସ କହିଛି ଯେ ଏହି ଦୁଇ ଆତଙ୍କବାଦୀଙ୍କ ନାମ
ମୋରିଫତ ମକବୁଲ ଏବଂ ଜଜିମ ଫାରୁକ୍ ବୋଲି ଜଣାପଡିଛି । ପୁଲିସ
ଏହା ମଧ୍ୟ କହିଛି ଯେ କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଜଜିମ
ଫାରୁକ୍ ସମ୍ପୃକ୍ତ ଥିଲା । ଉଲ୍ଲେଖ ଥାଉ କି ଯେ ପୂର୍ବରୁ ସୁରକ୍ଷା ବାହିନୀ
ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।
ପୁଲିସ କହିଛି ଯେ ଏହି ଆତଙ୍କବାଦୀ ହେଉଛନ୍ତି ବାସିତ ଅମିନ ଭଟ ଏବଂ
ସାକିବ ଅହମ୍ମଦ ଲୋନ । ଦକ୍ଷିଣ କାଶ୍ମୀରର କୁଲଗାମର କୁଜଜରରେ
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନାଅନୁସାରେ ସୁରକ୍ଷା
ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସହ
ଏନକାଉଣ୍ଟର ହୋଇଥିଲା ।

Leave a Reply