Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୀରନ୍ଦାଜୀରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୀରନ୍ଦାଜୀରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

ମୁମ୍ବାଇ : ଏସୀୟ କ୍ରୀଡା ପ୍ରତିଯୋଗିତାରେ ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ ପଦକ । ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି । ମହିଳା କମ୍ପାଉଣ୍ଡ୍ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୯୯ରେ ପହଞ୍ଚିଛି । ମହିଳା ତୀରନ୍ଦାଜୀ ପ୍ରତିଯୋଗୀ ଜ୍ୟୋତି ସୁରେଖା ଦକ୍ଷିଣ କୋରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିବାବେଳେ ପୁରୁଷ ଇଭେଣ୍ଟରେ ଦୁଇ ଭାରତୀୟଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଶେଷରେ ଓଜାସଙ୍କୁ ସ୍ୱର୍ଣ୍ଣ ଏବଂ ଅଭିଷେକଙ୍କୁ ରୌପ୍ୟ ମିଳିଛି । ଆଗକୁ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ଚଳିତ ସଂସ୍କରଣରେ ଭାରତ ପ୍ରଥମ କରି ଶହେରୁ ଊର୍ଦ୍ଧ୍ୱ ମେଡାଲ୍ ବିଜୟ ସହ ଇତିହାସ ରଚିବା ଏକ ପ୍ରକାର ଥୟ । କାରଣ ଆଜି ମହିଳା ଓ ପୁରୁଷ କବାଡି ସହ ବାଡମିଣ୍ଟନ ଏବଂ ପୁରୁଷ କ୍ରିକେଟ୍ ମ୍ୟାଚ୍ ରହିଛି ।

Leave a Reply