Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୦୭ ପଦକ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୦୭ ପଦକ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆସନ୍ତାକାଲି ଉଦ୍‌ଯାପିତ ହେବ ଏସିଆନ ଗେମ୍ସ । ତା’ପୂର୍ବରୁ ଆଜି ଅଭିଯାନ ଶେଷ କରିଛି ଭାରତ । ରେକର୍ଡ ୧୦୭ଟି ପଦକ ଜିତିଛି । ତା’ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ । ଏସିଆନ ଗେମ୍ସ ଇତିହାସରେ ଭାରତ ଏତେ ସଂଖ୍ୟକ ପଦକ କେବେ ଜିତି ନଥିଲା । ୨୦୧୮ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତ ୭୦ଟି ପଦକ ଜିତିଥିଲା ।୧୦୭ଟି ପଦକ ମଧ୍ୟରୁ ସର୍ବାଧିକ ପଦକ ଆସିଛି ଆଥଲେଟିକ୍ସରୁ । ଏଥିରେ ୬ଟି ସ୍ୱର୍ଣ୍ଣ ସମେତ ୨୯ଟି ପଦକ ରହିଛି । ଏହା ତଳକୁ ଅଛି ଶୁଟିଂ । ଏଥିରୁ ଆସିଛି ୨୨ଟି ପଦକ । ତା’ ମଧ୍ୟରେ ରହିଛି ୭ଟି ସ୍ୱର୍ଣ୍ଣ । ତୀରାନ୍ଦାଜୀରୁ ୯ଟି ପଦକ ଆସିଥିବା ବେଳେ ତା’ ମଧ୍ୟରେ ରହିଛି ୫ଟି ସ୍ୱର୍ଣ୍ଣ । ଅନେକ କ୍ଷେତ୍ରରେ ଭାରତ ଇତିହାସ ରଚିଛି । ଉଦାହାରଣ ସ୍ୱରୂପ ବ୍ୟାଡମିଣ୍ଟନରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଏସିଆନ୍ ଗେମ୍ସ ପ୍ରଥମ ଭାରତୀୟ ମହିଳା ଗଲ୍‌ଫ ଖେଳାଳି ଭାବେ ପଦକ ଜିତିଛନ୍ତି ଅଦିତି ଅଶୋକ । ସେ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ପଦକ ଜିତିବା ସହିତ ଭାରତୀୟ ପୁରୁଷ ହକି ଦଳ (ସ୍ୱର୍ଣ୍ଣ), ବକ୍ସର ନିଖାତ ଜରୀନ (ବ୍ରୋଞ୍ଜ), ପରବୀନ (ବ୍ରୋଞ୍ଜ), ପ୍ରୀତି (ବ୍ରୋଞ୍ଜ) ଓ ଲୋଭଲିନା (ବ୍ରୋଞ୍ଜ) ପ୍ରମୁଖ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଛନ୍ତି । ଓଡ଼ିଶାର କିଶୋର ଜେନା ଜାଭେଲିନରେ ରୌପ୍ୟ ପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚୀନର ହାଙ୍ଗଝୌରେ ଏହିପରି ଅନେକ ସୁଖଦ ସ୍ମୃତି ସାଉଁଟି ଥିବା ଭାରତ ଆଉ କିଛି କ୍ଷେତ୍ରରେ ନିରାଶ ମଧ୍ୟ ହୋଇଛି । କୁସ୍ତିରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା । ଦୀପକ ପୁନିଆଙ୍କ ବ୍ୟତୀତ ଆଉ କେହି ରୌପ୍ୟ ପଦକ ମଧ୍ୟ ପାଇଲେ ନାହିଁ । ମିଳିଥିବା ୬ଟି ପଦକରୁ ୫ଟି ହେଉଛି ବ୍ରୋଞ୍ଜ । ସବୁଠୁ ଅଧିକ ନିରାଶ କରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ । ସେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ହାରିଯାଇଥିଲେ । ସେହିପରି ବକ୍ସିଂରେ ପରବୀନ, ଲଭଲିନା ପ୍ରମୁଖ ପଦକ ପାଇବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ହେଁ, ସେମାନଙ୍କଠାରୁ ଅଧିକ ଆଶା କରାଯାଉଥିଲା । କେହି ସ୍ୱର୍ଣ୍ଣ ପଦକ ଜିତିପାରିଲେ ନାହିଁ । କେବଳ ଲଭଲିନା ରୌପ୍ୟ ପଦକ ପାଇଛନ୍ତି ।

Leave a Reply