ଖାଆନ୍ତୁ ଓ ଖୁଆନ୍ତୁ:ମଟର କଚୋଡ଼ି

ସାମଗ୍ରୀ: ଅଟା- ୧ କପ୍‌, ସିଝା ଗ୍ରୀନ୍ ମଟର- ୧/୨ କପ୍‌, ଧନିଆ ପତ୍ର- ୨ ଚାମଚ, ଆମଚୁର୍ ପାଉଡର୍‌- ୧/୪ ଚାମଚ, ଅଦା ଛେଚା- ୧ ଚାମଚ, କଟା କଞ୍ଚା ଲଙ୍କା- ୨ ଚାମଚ, ଜିରା- ୧/୪ ଚାମଚ, ହେଙ୍ଗୁ- ଚିମୁଟାଏ, ଧନିଆ ଗୁଣ୍ଡ- ୧/୨ ଚାମଚ, ଲଙ୍କା ଗୁଣ୍ଡ- ୧/୪ ଚାମଚ, ଶୁଣ୍ଠି ଗୁଣ୍ଡ- ୧/୪ ଚାମଚ, ଗରମ ମସଲା- ୧/୪ଚାମଚ, ତେଲ ଏବଂ ଲୁଣ ଆବଶ୍ୟକ ଅନୁସାରେ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟାରେ କିଛି ଲୁଣ ଏବଂ ତେଲ ନେଇ ଭଲଭାବେ ମିଶାନ୍ତୁ । ସେଥିରେ ଅଧକପ୍ ପାଣି ଦେଇ ଦଳନ୍ତୁ । ଅଟା ଦଳାକୁ ନରମ ହେବାକୁ ୧୫-୨୦ ମିନିଟ୍ ପାଇଁ ସଫା କପଡ଼ାରେ ଘୋଡ଼ାଇ ରଖିଦିଅନ୍ତୁ । ଏବେ କଡ଼େଇରେ ତେଲ ଗରମ କରି ସେଥିରେ ହେଙ୍ଗୁ, ଜିରା, ଧନିଆ ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ଶୁଣ୍ଠି ଗୁଣ୍ଡ, ଲୁଣ, ଆମଚୁର୍ ପାଉଡର୍‌, ଗରମ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ସିଝା ମଟରକୁ ପକାଇ ଭଲଭାବେ ପେଷ୍ଟ୍ କରିଦିଅନ୍ତୁ । ଏବେ ହାତ ପାପୁଲିରେ ଅଟା ଗୋଳା ନିଅନ୍ତୁ । ତା’ ଭିତରେ ମଟର ମିଶ୍ରଣକୁ ପୂର ଭଳି ଭରନ୍ତୁ । କଡ଼େଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ କଚୁରିକୁ ଛାଣନ୍ତୁ । ଧୀମା ଆଞ୍ଚରେ ଉଭୟ ପାଶ୍ୱର୍କୁ ଭଲଭାବେ ବ୍ରାଉନ୍ ହେବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ମଟର କଚୋଡ଼ି । ସସ୍ କିମ୍ବା ଚଟଣି ସହ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *