Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ପୋତିବାକୁ ପୋଲିସ ନାକେଦମ ଡ୍ରାଇଭର ସହ ୨ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ପୋତିବାକୁ ପୋଲିସ ନାକେଦମ ଡ୍ରାଇଭର ସହ ୨ ଗିରଫ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବତ ହୋଇଥିବା ଗୋମାଂସ ହାଡ଼ ବୋଝେଇ ଗୋଟିଏ ଟ୍ରକର ହାଡ଼, ମାଂସ ପୋତିବାକୁ ନେଇ ଦୁଇଦିନ ଧରି ପୋଲିସ ନାକେଦମ୍ ହେଲେଣି । ଜବତ ଗୋମାଂସକୁ ପୋତିବାକୁ ଯେଉଁ ସ୍ଥାନକୁ ନେଇ ଯାଉଛନ୍ତି ଲୋକେ ବିରୋଧ କରିବାରୁ ସେଠାରେ ପୋତା ହୋଇପାରୁ ନାହିଁ । ଭରପୁର ବୋଝେଇ ହୋଇ ଥିବା ଟ୍ରକ୍ ଭିତରେ ହାଡ଼ ଓ ମାଂସ ପଚିବା ସହିତ ପୋକ ସାଲୁବାଲୁ ହେଉଛନ୍ତି । ଦୁରଗନ୍ଧରେ ନାକ ଫାଟି ପଡୁଛି । ମାଂସକୁ ପୋତିବାକୁ ନେଇ ପୋଲିସ ଚିନ୍ତାରେ ପଡିଛି । ଜିଲ୍ଲା ଅତିରିକ୍ତ ଏସ୍‌ପି ଜଳନ୍ଧର ଜାଲି ଆସି ସକାଳୁ ଘଟଣାସ୍ଥରେ ଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନର ପନ୍ଥା ବାହାରି ପାରି ନାହିଁ । ଅନ୍ୟ ପଟେ ଗୋରୁ ହାଡ଼ମାଂସ ନେଇ ଯାଉଥିବା ଗାଡିର ଡ୍ରାଇଭର ଓ ହେଲପରକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇଜଣ ହେଲେ ମୋତାଜ ଖାନ ଓ ସଂଜୟ ଦତ୍ତ । ଏହି ଦୁଇଜଣ ଘର କଲିକତାରେ ବୋଲି ପୋଲିସ କହିଛି । ଗୋମାଂସ ହାଡ଼ ପୋତିବା ପାଇଁ ଲୋକମାନଙ୍କ ସହ ଆଲୋଚନା ଚାଲିଛି ଏହାର ସମାଧାନର ସୂତ୍ର ବାହାରିବ ବୋଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡା କହିଛନ୍ତି । ଖବର ନେବାରେ ଜଣାପଡିଛି ଯେ କିଛି ହିନ୍ଦୁ ସଂଗଠନର ସୂଚନା ଅଧାରରେ ଶୁକ୍ରବାର ରାତି ୯ଟା ବେଳେ ପୋଲିସ ଏକ ବଡ ଟ୍ରକ୍‌କୁ ଜବତ କରି ଖାନତଲାସ ବେଳେ ଗାଡିରେ ଗୋମାଂସ କଲିକତାକୁ ଚାଲାଣ ହେଉଥିବାର ଜାଣିବାକୁ ପାଇଥିଲା । ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଗାଡିଟିକୁ ସେଠାରୁ ଥାନାକୁ ପୋଲିସ ଆଣିଥିଲା । ଗାଡିଟି ଥାନାରେ ପହଞ୍ôଚବା ପରେ ଶହଶହ ଲୋକ ଥାନାରେ ଜମା ହୋଇ ପାଟିତୁଣ୍ଡ କରିଥିଲେ । ଖବର ପାଇ ଅତିରିକ୍ତ ଏସପି ଜଳନ୍ଧର ଜାଲି, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ଗ୍ରାମାଞ୍ଚଳ ଥାନା ଆଇଆଇସି ବାମଦେବ ନନ୍ଦ ଓ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଲୋକଙ୍କ ସହ ଆଲୋଚନା କରି ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖଡିଅଣ୍ଟା ସରପଞ୍ଚ ଜୀବନକୃଷ୍ଣ ରାୟଙ୍କ ଏତେଲା କ୍ରମେ ପୋଲିସ କେଶ ନମ୍ବର ୪୯୭/୨୩ ୨୭୯,୪୨୯, ୭ ଗୋହତ୍ୟା ନିରୋଧ ଆଇନ ଓ ୧୮୪ ଏମଭିଆଇ ଆକ୍ଟରେ ମକଦ୍ଦମା ରୁଜୁ କରି ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଥାନା ଭିତରେ ଥିବା ମାଂସ ବୋଝେଇ ଟ୍ରକ୍‌ରୁ ପ୍ରବଳ ଦୁଗନ୍ଧ ବାହାରିବାରୁ ପୋଲିସ ଏହାକୁ ପୋତିବାକୁ ଏହି ବ୍ଳକ ଅନ୍ତର୍ଗତ ବାଲିପାଟଣା ନଦୀ ପଠାକୁ ନେଇଥିଲା । ଜେସିବି ଗାତ ଖୋଲି ସାରିବା ପରେ ସେଠାରେ ବାଲିପାଟଣା ପଞ୍ଚାୟତର ଶହଶହ ଲୋକ ପହଞ୍ଚି ସେଠାରେ ପୋତିବାକୁ ବିରୋଧ କରିବାକୁ ସେଠାରେ ପୋତା ଯାଇ ପାରି ନଥିଲା । ସେଠାରେ ଟ୍ରକ୍‌ଟି ଦବି ଯିବାରୁ ଟ୍ରକକୁ ମେସିନ ଲାଗାଇ ଉଠାଇବାକୁ ଦିନ ୪ଟା ବାଜି ଗଲା । ଏହାପରେ ଖଡିଅଣ୍ଟା ସରପଞ୍ଚଙ୍କ ସହ ଆଲୋଚନା ପରେ ସେଠାରୁ ୮କିମ ଦୂର ଖଡିଅଣ୍ଟା ପଞ୍ଚାୟତର ନଢ଼ଳିଆ ଗ୍ରାମ ନିକଟକୁ ନିଆଯାଇଥିଲା । ଗାଡି ପହଞ୍ଚିବା ପରେ ସେଠାରେ ମଧ୍ୟ ପୋତିବାକୁ ଗ୍ରାମବାସୀମାନେ ବିରୋଧ କରିଥିଲେ । ପରେ ପୋଲିସ ନିରୁପାୟ ହୋଇ କେଉଁଠାରେ ପୋତା ହେବ ସେ ବିଷୟରେ ଏକ ଗୁପ୍ତ ବୈଠକ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଏସ୍‌ପି ଜଳନ୍ଧର ଜାଲି, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ଗ୍ରାମାଞ୍ଚଳ ଥାନା ଆଇଆଇସି ବାମଦେବ ନନ୍ଦ, ମଡେଲ ଥାନା ଆଇଆଇସି ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷ ସୂତ୍ରରୁ ଜଣାପଡିଛି ଯେ ରାଜନଗର ବ୍ଲକର ଏକ ଅଜଣା ଜାଗାରେ ଟ୍ରକ୍‌ରେ ଥିବା ଗୋ ମାଂସ ହାଡ଼ ପୋତିଦିଆ ଯାଇଛ

Leave a Reply