Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଗଣା ଯୋଜନା ଉପରେ ଲାଗିବ ରୋକ୍‌! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଗଣା ଯୋଜନା ଉପରେ ଲାଗିବ ରୋକ୍‌!

ନୂଆଦିଲ୍ଲୀ -ଦିନେ ଦୁଇଦିନ ମଧ୍ୟରେ ଦେଶର ପ୍ରମୁଖ ରାଜ୍ୟଗୁଡିକ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏସବୁ ରାଜ୍ୟଗୁଡିକର ରାଜନୀତି ଚଳଚଂଚଳ ହୋଇଉଠିଛି । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ସରକାର ମାଗଣା ସାମଗ୍ରୀ ବାଣ୍ଟିବା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ଜବା୍ୱ ମାଗିଛନ୍ତି । ଜବା୍ୱ ଦାଖଲ ପାଇଁ କୋର୍ଟ ଚାରି ସପ୍ତାହ ସମୟ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟଗୁଡିକ ବିଭିନ୍ନ ମାଗଣା ଯୋଜନା ବାଣ୍ଟିବା ପ୍ରସଙ୍ଗକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହି ମାଗଣା ଯୋଜନା ସବୁ ଲୋକଙ୍କ ଉପରେ ବୋଝ ବଢ଼ାଉଥିବା କୁହାଯାଇଥିଲା । ତେଣୁ ବିଧାନସଭା ନିର୍ବାଚନ ପୂର୍ବରୁ ମାଗଣା ସାମଗ୍ରୀ ବଣ୍ଟନ ପ୍ରତିଶ୍ରୁତି ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏ ସମ୍ପର୍କରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ଶୁଣାଣି ପରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର ସହ ଏମପି , ରାଜସ୍ଥାନ ସରକାର ଓ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନୋଟିସ ଜାରି କରିଛନ୍ତି । ସମସ୍ତଙ୍କୁ ଜବା୍ୱ ଦେବାକୁ ଚାରି ସପ୍ତାହ ସମୟ ଦିଆଯାଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଭିନ୍ନ ମାଗଣା ଯୋଜନା ଦ୍ୱାରା ପ୍ରଲୋଭିତ କରାଯାଉଥିବା ସମ୍ପର୍କିତ ମାମଲା ଭଟୁଲାଲ ଜୈନଙ୍କ ଦ୍ୱାରା କରାଯାଇଛି । ଅଭିଯୋଗକାରୀଙ୍କ ପକ୍ଷର ଓକିଲଙ୍କ କହିବା କଥା ନିର୍ବାଚନ ପୂର୍ବରୁ ମାଗଣା ବଣ୍ଟନ ଠାରୁ ଆଉ କିଛି ନିଷ୍ଠୁର କାର୍ଯ୍ୟ ନାହିଁ । ପ୍ରତ୍ୟେକ ଥର ଏହା କରାଯାଉଛି ଓ ଏହାର ବୋଝ କରଦାତାଙ୍କ ଉପରେ ପଡୁଛି ବୋଲି ସେ କହିଛନ୍ତି । ତେଣୁ ଏ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି । ଯାହାକୁ ନେଇ ରାଜନୀତି ତୀବ୍ର ହେଉଛି । ରାଜସ୍ଥାନରେ ଗେହଲଟ ସରକାର ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସହ ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ବହୁ ଯୋଜନା ରିହାତି ଓ ମାଗଣାରେ ଦେଉଛନ୍ତି । ସେହିପରି ମଧ୍ୟପ୍ରଦେଶରେ ଶିବରାଜ ସରକାର ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ଓ ଲାଡଲି ବେହେନ ଯୋଜନାରେ ବହୁ ମାଗଣା ସ୍କିମ କାର୍ଯ୍ୟକାରୀ କରିଛନ୍ତି । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ହେଉଛି । ସେପଟେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ମଧ୍ୟ ବହୁ ମାଗଣା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରଲୋଭିତ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଏବେ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ କଡା ଆଭିମୁଖ୍ୟ ଘଟଣାକୁ କେଉଁ ମୋଡ଼ ଦେଉଛି ତାକୁ ନେଇ ଆଲୋଚନା ଜୋର ଧରିଛି ।

Leave a Reply