Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇତିହାସ ରଚିଲେ ସାତ୍ତ୍ୱିକ ଓ ଚିରାଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇତିହାସ ରଚିଲେ ସାତ୍ତ୍ୱିକ ଓ ଚିରାଗ

ହାଙ୍ଗଝୌ, ୫ ।୧୦: ଚୀନରେ ଚାଲିଥିବା

ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି

ଭାରତର ଦୁଇ ବ୍ୟାଡମିଣ୍ଟନ ଖେଳାଳି

ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ

ଶେଟ୍ଟୀ ।

ଆଜି ପୁରୁଷ ଡବଲ୍ସର କ୍ୱାର୍ଟର

ଫାଇନାଲରେ ସିଙ୍ଗାପୁରର ନେ ଜୋ ଜେ ଓ

ଜୋହାନ ଜୋୟୋଙ୍କ ଯୋଡ଼ିକୁ ୨୧-

୭,୨୧-୯ରେ ପରାସ୍ତ କରି ସେମି

ଫାଇନାଲରେ ପହଞ୍ଚିଛନ୍ତି ସାତ୍ତ୍ୱିକ ଓ ଚିରାଗ ।

ଏହା ସହିତ ଏକ ପଦକ ନିଶ୍ଚିତ କରିଛନ୍ତି

ଏହି ଯୋଡ଼ି ।

ସାତ୍ତ୍ୱିକ ଓ ଚିରାଗ ଏହି ଇଭେଣ୍ଟର

ଫାଇନାଲରେ ପ୍ରବେଶ କରି ଏକ ପଦକ ପକ୍କା

କରିବା ସହିତ ସେମାନଙ୍କ ନାଁରେ ଏକ

ରେକର୍ଡ ଯୋଡ଼ିଛନ୍ତି । ଏସୀୟ କ୍ରୀଡ଼ା

ଇତିହାସରେ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ

ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ

କରିବାରେ ସେମାନେ ହେଉଛନ୍ତି ଦ୍ୱିତୀୟ

ଭାରତୀୟ ଯୋଡ଼ି ।

ଏହା ପୂର୍ବରୁ ୪୧ ବର୍ଷ ତଳେ ଅର୍ଥାତ୍‌

୧୯୮୨ରେ ଭାରତର ଲେରୟ ଡି’ସା ଓ

ପ୍ରଦୀପ ଗାନ୍ଧନେ ଏସୀୟ କ୍ରୀଡ଼ାରେ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟର ସେମି

ଫାଇନାଲରେ ପ୍ରବେଶ କରିଥିଲେ ।

ଶୁକ୍ରବାର (ଆସନ୍ତାକାଲି) ସାତ୍ତ୍ୱିକ ଓ

ଚିରାଗ ସେମି ଫାଇନାଲରେ ମାଲେସିୟାର

ଏରୋନ ଚିଆ ଓ ସୋ ୱି ଇକ ଯୋଡ଼ିଙ୍କୁ

ଭେଟିବେ । ଏଥିରେ ସାତ୍ତ୍ୱିକ ଓ ଚିରାଗ

ହାରିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇବେ ।

ଭାରତ ଚଳିତ ଏସୀୟ କ୍ରୀଡ଼ାରେ ୮୬ଟି

ପଦକ ଜିତିସାରିଛି । ତା’ ମଧ୍ୟରେ ୨୧ଟି

ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ

ପଦକ ରହିଛି ।

Leave a Reply