Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖାଲିସ୍ତାନୀଙ୍କ ଟାର୍ଗେଟରେ ଏନଆଇଏ ଅଧିକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖାଲିସ୍ତାନୀଙ୍କ ଟାର୍ଗେଟରେ ଏନଆଇଏ ଅଧିକାରୀ

ନୂଆଦିଲ୍ଲୀ: ବିଦେଶରେ ଗୁପ୍ତ ଭାବେ ଭାରତ ବିରୋଧୀ ଏଜେଣ୍ଡା ଚଳାଉଥିବା ଖଲିସ୍ତାନୀ ସଂଗଠନ ଏବଂ ସେମାନଙ୍କ ସଦସ୍ୟଙ୍କ ଅଣ୍ଚା ଭାଙ୍ଗିବାରେ ଭାରତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଉଦ୍ୟମ କରିଚାଲିଛି । କିନ୍ତୁ ସେପଟେ ଏନଆଇଏ ଅଧିକାରୀଙ୍କ ଜୀବନ ଉପରେ ବିପଦ ମାଡ଼ିଆସୁଛି । ସେମାନଙ୍କୁ ଆକ୍ରମଣ କରିବାକୁ ଖଲିସ୍ତାନୀ ଓ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ଷଡ଼ଯନ୍ତ୍ର କରୁଥିବାରୁ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଏହାବ୍ୟତୀତ ରାଜ୍ୟର ଦୁର୍ଗମ ଅଂଚଳରେ ଚଢ଼ାଉ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି । ଆତଙ୍କବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ପାକିସ୍ତାନର ଆଇଏସଆଇ ସହ ମିଶି ଭାରତର ଅନ୍ୟ ଗୁଇନ୍ଦା ୟୁନିଟ୍ ସହିତ ଏନଆଇଏ ଅଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି । ବିଦେଶରେ ଖାଲିସ୍ତାନୀ ସଂଗଠନଗୁଡ଼ିକର ବିରୋଧ ମଧ୍ୟରେ ଗୃହ ମନ୍ତ୍ରାଳୟର ଚିଠିରେ କଶ୍ମୀରରେ ଏନଆଇଏ ଅଧିକାରୀଙ୍କୁ ଟାର୍ଗେଟ କରିବା ପାଇଁ ଅଲ୍‌-ବଦରର ସିଧାସଳଖ ଧମକ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଢ଼ାଉ ସମୟରେ ଏନଆଇଏ ଅଧିକାରୀଙ୍କୁ ଟାର୍ଗେଟ କରାଯାଇପାରେ । ଏନଆଇଏ ଗତ ୧୦ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଚଢ଼ାଉ କରିଛି । ନକ୍ସଲ ଓ ଖଲିସ୍ତାନ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଲୋକସମାନଙ୍କୁ ଧରିବାକୁ ଏନଆଇଏ ଚଢାଉ କରୁଛି । କିନ୍ତୁ ଏହି ଚଢାଉ ସମୟରେ ଆକ୍ରମଣ କରାଯାଇପାରେ ।

Leave a Reply