Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାଗରଣ ର ନୂତନ ପର୍ବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାଗରଣ ର ନୂତନ ପର୍ବ


-ରବିନାରାୟଣ ପଣ୍ଡା-
ସମାଜ ଜାଗରଣ ଏକ ନିରନ୍ତର ପ୍ରକ୍ରିୟା । ଗୁରୁ ପରମ୍ପରା ଏହି ଚିରନ୍ତନ ପ୍ରକ୍ରିୟାକୁ ଆଗକୁ ବଢେଇ ଆସୁଥିଲେ । ସମାଜକୁ ପତନ ରୁ ରକ୍ଷା କରିବା ଏବଂ ଆଗକୁ ବଢିବା ପାଇଁ ଗତି ପ୍ରଦାନ କରିବା କାମ ଆମର ଏହି ଦିଗଦ୍ରଷ୍ଟାମାନେ କରି ଆସୁଥିଲେ । ଅଧୋପତନ ରୁ ଉଦ୍ଧାର ପାଇଁ ସମାଜ ସଂସ୍କାରକ ଭାବରେ ବ୍ୟବସ୍ଥା କୁ ନୂତନ ସମାଧାନ ଦେଉଥିଲେ । ଗ୍ରାମ, ନଗର, ବନ, ଗିରି, କନ୍ଦର ଆଦି ସବୁ ସ୍ଥାନରେ ଜ୍ଞାନର ଗଙ୍ଗା ପ୍ରବାହିତ କରିବା ପାଇଁ ଏହି ମହାତ୍ମାମାନେ ସଦା ତତ୍ପର ଥିଲେ । ବତୀଘର ସଦୃଶ ନାଗରିକମାନଙ୍କ ଭିତରେ ରହି ଜନମାନସକୁ ସଠିକ ରାସ୍ତାରେ ପରିଚାଳିତ କରୁଥିଲେ । ନିଜେ ପ୍ରକାଶମାନ ହେବା ସହ ନିଜର ଚତୁଃର୍ଦିଗ କୁ ପ୍ରକାଶିତ କରୁଥିଲେ ।
ଗବେଷଣା ଓ ବିତରଣ ହିଁ ଆମର ପ୍ରାଚୀନ ଗୁରୁ ପରମ୍ପରାର ମୁଖ୍ୟ ଅଙ୍ଗ ଥିଲା । ସନ୍ନ୍ୟାସୀ, ବ୍ରହ୍ମଚାରୀ ଓ ପରିବ୍ରାଜକମାନେ ଦେବୋତ୍‌ଥାନ ଠାରୁ ଦେବ ଶୟନ ପର୍ଯ୍ୟନ୍ତ ଚାରିମାସ ଗବେଷଣା କାର୍ଯ୍ୟ କରିବାର ପୁରୁଣା ପରମ୍ପରା ଏବେ ସୁଦ୍ଧା ଅନେକ ସ୍ଥାନରେ ଜୀବତ ଅଛି । ଶ୍ରବଣ, ମନନ, ନିଦିଧ୍ୟାସନ ଆଦି କାର୍ଯ୍ୟରୁ ଜ୍ଞାନର ଉଦ୍‌ଗମ ହେଉଥିଲା । ତପସ୍ୟା ଓ ଗେବେଷଣା ଲବ୍ଧ ଜ୍ଞାନକୁ ବିତରଣ କରିବା ପାଇଁ ଆଠ ମାସକୁ ବ୍ୟବହାର ହେଉଥିଲା । ଗୃହୀମାନେ ନିଜର ପାରମ୍ପରିକ ବୃତି ଚଳେଇବା ସହ ନିୟମିତ ଜ୍ଞାନଭ୍ୟାସରେ ନିୟୋଜିତ ରହୁଥିଲେ । ପ୍ରତ୍ୟେକ ମୋଡରେ ସମାଜ ନିର୍ମାତା (ଝକ୍ଟମସବକ୍ଷ ରଦ୍ଭଶସଦ୍ଭରରକ୍ସଗ୍ଦ) ଉପଲବ୍ଧ ହେଉଥିଲେ । ବୈଚାରିକ ପ୍ରବୋଧନ କାର୍ଯ୍ୟ ଏକ ସ୍ୱାଭାବିକ ପ୍ରକ୍ରିୟାରେ ରୂପାନ୍ତର ହୋଇ ଯାଇଥିଲା । ସମାଜରେ ଏହା ଏକ ଅଭିନ୍ନ ଅଙ୍ଗ ହୋଇ ଯାଇଥିଲା । ଯେଉଁଥିରୁ ଉନ୍ନତ କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ ଆଦି ବିଷୟ ଚରମ ଶିଖର ଛୁଇଁ ଚାଲିଥିଲା । ପ୍ରତ୍ୟେକ ବ୍ୟକ୍ତି ନିଜ ଜ୍ଞାନର ପରାକାଷ୍ଠା ଦ୍ୱାରା ଧର୍ମ / ଅଧର୍ମ, ସଂସ୍କୃତି / ବିକୃତି, ଶତ୍ରୁ / ମିତ୍ର ଭିତରେ ଥିବା ସୁକ୍ଷ୍ମ ପାର୍ଥକ୍ୟ ଜାଣି ପାରୁଥିଲା । ନିଜର କର୍ତବ୍ୟ ଜ୍ଞାନ ଆଧାରରେ ସହଜରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ । ଏହି ସ୍ୱାଭାବିକ ପ୍ରକ୍ରିୟା ପାଇଁ କୌଣସି ବିଶ୍ୱବିଦ୍ୟାଳୟ ଯିବାକୁ ପଡୁନଥିଲା । ବରଂ ଏକ ଆତ୍ମ ଶିକ୍ଷତ ସମାଜ ବ୍ୟବସ୍ଥା ଛିଡା ହୋଇ ଥିଲା ।
ଗୁରୁ / ସମାଜ ସୁଧାରକ / ସମାଜ ଯନ୍ତ୍ରୀ ନିର୍ମାଣ ହୁଅନ୍ତୁ ତା ପାଇଁ ଅନୁକୂଳ ପରିବେଶ ନିର୍ମାଣ କରିବା ଦାୟିତ୍ୱ ମଧ୍ୟ ସମାଜ ନେବା ଉଚିତ । ଆମ ସମାଜରେ ରାଜା ଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ମାଣ ପ୍ରକ୍ରିୟା ପାଇଁ ସ୍ନେହ, ଶ୍ରଦ୍ଧା, ସମର୍ପଣ ପ୍ରଦର୍ଶନ କରୁଥିଲେ । ଆମର ଗୁରୁ ପରମ୍ପରା ଏକ ସମ୍ମାନ ଜନକ ସ୍ଥାନ ଅଧିକାର କରିଥିଲା । ସେହି ମହାନ ପରମ୍ପରାକୁ ସଶକ୍ତ କରିବା ପାଇଁ ଆମେ ପ୍ରକାଶିତ ରୂପରେ ସେମାନଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବା ଉଚିତ ହେବ ।
ଏହି ପରମ୍ପରା ଗତିଶୀଳ ଓ ମଜବୁତ ହେଲେ ଆମ ସମାଜ ଓ ରାଷ୍ଟ୍ର ଅଜେୟ ହେବ । ଚିରଞ୍ଜିବି ରାଷ୍ଟ୍ର ପାଇଁ ଆମର ପୂର୍ବ ପୁରୁଷମାନେ ଏପରି ବହୁ ପ୍ରରୀକ୍ଷିତ ରାସ୍ତା ଆପଣେଇ ଥିଲେ । ଏହି ସବୁ ବ୍ୟବସ୍ଥାର କେନ୍ଦ୍ର ଥିଲା ଗୁରୁ ଆଧାରିତ ଜ୍ଞାନ ପରମ୍ପରା । ଏହି ପରମ୍ପରା ର ପୁନରୁଥାନ ପାଇଁ ବୈଚାରିକ ପ୍ରବୋଧନ ମାଧ୍ୟମରେ ପ୍ରଥମେ ସମାଜ ନେତୃତ୍ୱର ଜାଗରଣ କରିବାକୁ ପଡିବ । ସେମାନଙ୍କ ଭିତରେ ଆମର ଜ୍ଞାନ ପରମ୍ପରା ପ୍ରତି ବିଶ୍ୱାସ, ଶ୍ରଦ୍ଧା ଓ ନିଷ୍ଠା ନିର୍ମାଣ କରିବାକୁ ପଡିବ । ସମୟ କ୍ରମେ ପାଶ୍ଚାତ୍ୟ ଧାରା ପ୍ରବାହରେ ଭାସୁ ଥିବା ଆମର ବିଦ୍ୱାନମାନଙ୍କୁ ପୁନଃ ସ୍ମରଣ କରେଇବାକୁ ପଡିବ । ସୁଗ୍ରୀବ ହୋଇ ପୁନଃ ସ୍ମରଣ କାର୍ଯ୍ୟ ସେହିମାନେ କରିପାରିବେ, ଯେଉଁମାନେ ଭାରତୀୟତା ଉପରେ ନିଜର ବିଶ୍ୱାସ ଅତୁଟ ରଖିଛନ୍ତି । ଏହି କାର୍ଯ୍ୟ କଷ୍ଟକର ଅଛି । ଅନ୍ୟ କୌଣସି ରାସ୍ତା ଦେଖାଯାଉ ନଥିବା କାରଣରୁ ଭାରତୀୟ ବିଦ୍ୱାନ ମାନଙ୍କୁ ଏହି କଷ୍ଟକର କାର୍ଯ୍ୟ କରିବାକୁ ପଡିବ । କାରଣ ଗୋଟିଏ ଜାତି ଓ ଦେଶର ଭବିଷ୍ୟତ ଏହି କାର୍ଯ୍ୟ ଉପରେ ନିର୍ଭର କରୁଛି । ସମୟର ଆହ୍ୱାନକୁ ଯେଉଁ ମାନେ ଯେତିକି ଉପେକ୍ଷା କରିବେ, ସମୟ ସେମାନଙ୍କୁ ସେତିକି ଉପେକ୍ଷା କରିବ । ଏହି ଉପେକ୍ଷା କାରଣରୁ ଆମେ ସ୍ୱାଧୀନତାର ୭୫ ବର୍ଷ ପରେ ବି ବିଶ୍ୱର ଉପେକ୍ଷିତ ହୋଇ ରହିଥିଲୁ । ସମ୍ଭତଃ ଆଗାମୀ ୨୫ ବର୍ଷ ଭାରତୀୟମାନଙ୍କ ପାଇଁ ସାଧନାର କାଳଖଣ୍ଡ । ସ୍ୱାଧୀନତା ର ୧୦୦ ବର୍ଷ ପୂରଣ ହେଲା ବେଳକୁ ଆମେ ଆମ ସ୍ୱପ୍ନର ଭାରତ ଦର୍ଶନ କରି ପାରିବା । ସମୟର ଏହି ଆହ୍ୱାନକୁ ଦୃଷ୍ଟିରେ ରଖି ଜଣେ ମହାନ ରାଷ୍ଟ୍ରଭକ୍ତ କବି ଲେଖିଛନ୍ତି…
ସମୟ ମାଗୁଛି ସମୟ ଆଜି
ଆମେରେ ଉତର ସାଧକ ସାଜି
ସାଧନାର ବଳେ ଆଣିବୁ ଭୁତଳେ
ନବଯୁଗ ଭାଗିରଥି ।
ପ୍ରଥମେ ସାଧନା, ତାପରେ ଆସେ ସିଦ୍ଧି, ତାପରେ ଆସେ ବିଜୟ । ବୀଜୟୀ ବୀର ହେବାକୁ ହେଲେ ଆମକୁ ସମୟର ଆହ୍ୱାନକୁ ସ୍ୱୀକାର କରିବା ସହ ନିଜକୁ ଉପଯୋଗୀ କରିବାକୁ ପଡିବ । ତାହେଲେ ଯାଇ ନିଜ ସହିତ, ନିଜ ରାଷ୍ଟ୍ରର ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ।
ମଠସାହି, ଭଦ୍ରକ, ମୋବାଇଲ-୯୪୩୭୦୧୭୮୫୭

Leave a Reply