Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଦକ ହାସଲ କଲେ ଅର୍ଜୁନ-ସୁନୀଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଦକ ହାସଲ କଲେ ଅର୍ଜୁନ-ସୁନୀଲ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୧୦୦୦ ମିଟର କେନୋ ଡବଲରେ ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଅର୍ଜୁନ ସିଂହ ଏବଂ ସୁନୀଲ ସିଂହ ସଲାମ । ଏହି କାଂସ୍ୟ ପଦକ ସହ ଆଜି ଦିନର ପ୍ରଥମ ପଦକ ହାସଲ କରିଛି ଭାରତ । ତେବେ ଏହି ବ୍ରୋଞ୍ଜ ସହ ଭାରତର ମୋଟ ପଦକ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ବାଂଲାଦେଶ ଉପରେ ବିଜୟୀ ହୋଇ କବାଡି ଟିମ୍ ନିଜ ଅଭିଯାନର ଆରମ୍ଭ କରିଛି । ସେହିପରି ତୀରନ୍ଦାଜରେ ଜ୍ୟୋତି ଏବଂ ଆଦିତି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଅନ୍ୟ ପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ନେପାଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଜାରି ରହିଛି । ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ବିସ୍ଫୋରକ ଶତକ ଦ୍ୱାରା ଭାରତ ନେପାଳକୁ ୨୦୩ ରନର ବିରାଟ ଲକ୍ଷ୍ୟ ପ୍ରଦାନ କରିଛି ।

Leave a Reply