Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ

ମୁମ୍ବାଇ : ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ । ୨୩ ରନ୍‌ରେ ନେପାଳ ଟିମ୍ ମାତ୍ ଦେଲା ୟଙ୍ଗ ବ୍ରିଗେଡ୍ । ନେପାଳ ଟିମ୍ ମୋଟ ୨୦ ଓଭରରେ ୮ୱିକେଟ୍ ହରାଇ ୧୭୯ ରନ୍ କରିବାରେ ସକ୍ଷମ ହୋଇଛି । ଏହି କ୍ୱାଟର ଫାଇନାଲ ମୁକାବିଲାରେ ଭାରତ ପକ୍ଷରୁ ଯସଶ୍ରୀ ୪୯ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନର ପାହାଡ଼ ଭଳି ସ୍କୋର ଛିଡ଼ା କରିଛି । ଯସଶ୍ରୀ ଜୟଶୱାଲ ମାତ୍ର ୪୯ ବଲ୍‌ରେ ସେଞ୍ଜୁରୀ ମାରିଛନ୍ତି । ସେହିପରି ଅଧିନାୟକ ରିତୁରାଜ୍ ଗାଏକ୍ୱାଡ୍ ୨୫ ରନ୍ କରିଥିବା ବେଳେ ଶିବମ ଦୁବେ ୨୫ ସଂଗ୍ରହ କରିଥିଲେ । ଅନ୍ୟପଟେ ବ୍ୟାଟର ରିଙ୍କୁ ସିଂହ ଶେଷ ସମୟରେ ଆସି ଫିନିସିଂ ଟଚ୍ ଦେଇଛନ୍ତି । ମାତ୍ର ୧୫ରେ ୩୭ ରନ୍‌ର ଲଢୁଆ ପାଳି ଖେଳିଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୦୨ର ବିଶାଳ ସ୍କୋର ଛିଡ଼ା କରିଛି । ନେପାଳ ସାମ୍ନାରେ ୨୦୩ ରନର ବିଜୟ ଲକ୍ଷ୍ୟ ରହିଥିଲା । ସେପଟେ ଟିମ୍ ଇଣ୍ଡିଆ ଦେଇଥିବା ଟାର୍ଗେଟକୁ ନେଇ ପଡିଆକୁ ଓହ୍ଲାଇଥିଲା ନେପାଳ ଟିମ୍ । ଦଳ ପକ୍ଷରୁ ଭଲ ଆରମ୍ଭ ହୋଇଥିଲେ ମଧ୍ୟ ଲଗାତର ଅନ୍ତରାଳରେ ପଡିଚାଲିଥିଲା ୱିକେଟ୍ । ଯାହାଫଳରେ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା ନେପାଳ ଟିମ୍ । ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ ଆଇରୀ ସର୍ବାଧିକ ୩୨ ରନ୍ କରିଛନ୍ତି । ଶେଷରେ ମୋଟ ୨୦ ଓଭର ଖେଳି ୧୭୯ ରନ୍ କରିବାରେ ହିଁ ସକ୍ଷମ ହୋଇଥିଲା ନେପାଳ ଟିମ୍ । ଭାରତୀୟ ଟିମ୍ ଏହି ବିଜୟ ସହ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଆସନ୍ତା ୬ ତାରିଖ ଦିନ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଭାରତ ପ୍ରଥମ ଟିମ୍ ଭାବେ ସେମିରେ ପ୍ରବେଶ କରିଛି । ଦୁଇ ସେମି ବିଜେତା ଦଳକୁ ନେଇ ୭ ତାରିଖରେ ଫାଇନାଲରେ ମୁକାବିଲା ଖେଳାଯିବ ।

Leave a Reply