ତୁରନ୍ତ ବୋନସ ପ୍ରଦାନ ସମେତ ୫ ଦଫା ଦାବିରେ ଆରଆଇକେକେ ଏସର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା : ସେଲ ଅଧୀନରେ ପରିଚାଳିତ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆସନ୍ତା ଦୁର୍ଗା ପୂଜା ପୂର୍ବରୁ ଗତବର୍ଷ ପ୍ରଦାନ କରାଯାଇଥିବା ବୋନସ ରାଶିଠାରୁ ଅଧିକ ପ୍ରଦାନ କରିବା ସହ ଗତ ୨୦୨୧ରେ ସହମତିରେ ନ କରାଇ ମେଜରୀଟି ଭିତ୍ତିରେ କରାଯାଇଥିବା ଦଶମ ମଜୁରୀ ଚୁକ୍‌ତିନାମା ଅନୁସାରେ ଶ୍ରମିକମାନେ ୨୦୨୭ ରୁ ୩୧- ୩ ୨୦୩୦ ପାଇନଥିବା ୩୯ ମାସର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା , ୨୧ ବର୍ଷରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ସମ୍ପସର୍କିୟଙ୍କୁ ମେଡିକାଲ ସେବାରୁ ବଞ୍ଚିତ କରିବା ପସିନ ହୋଇଥିବା ନିଷ୍ପତିକୁ କର୍ତ୍ତୃପକ୍ଷ ତୁରନ୍ତ ଫେରସ୍ତ ନେବା, ଗଙଟ ହେବାର ୨୪ ମାସ ବିଟିଯାଇଥିବାରୁ ସମସ୍ତ ଶ୍ରମିକ ସଙ୍ଘଠନର ନେତାଙ୍କୁ ବିଶ୍ୱାସକୁ ନେଇ ତୁରନ୍ତ ଗଙଇ କରିବାପାଇଁ ଦାବି କରି ଆଜି ବିଶ୍ରା ଛକ ଠାରେ ଶ୍ରମିକ ସଂଘଠନ ଆର ଆଇ କେ କେ ଏସ(ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି ବିକ୍ଷୋଭରେ ଆର ଆଇ କେ କେ ଏସର ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବଳ, ଅଧ୍ୟକ୍ଷ ପ୍ରଦୋଷ ପଣ୍ଡା , ସମିତା ମିଶ୍ର , ସୁରେନ୍ଦ୍ର କଂସାରୀ, ଲଳିତ ଜେନା,ସତ୍ୟାନନ୍ଦ ଦାଶ, ରଞ୍ଜିତା ଜେନା,ଶ୍ରୀଧର ବେହେରା, ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *