Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନ୍ୟୁଜ କ୍ଲିକକୁ ବିଦେଶୀ ଫଣ୍ଡି ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ୍ୟୁଜ କ୍ଲିକକୁ ବିଦେଶୀ ଫଣ୍ଡି ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ

ନୂଆଦିଲ୍ଲୀ : ନ୍ୟୁଜ୍ କ୍ଲିକକୁ ବିଦେଶୀ ଫଣ୍ଡି ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ । ନ୍ୟୁଜ କ୍ଲିକ ୱେବସାଇଟ ସହ ଜଡିତ ସମ୍ବାଦିକମାନଙ୍କର ୩୦ରୁ ଅଧିକ ଠିକଣାରେ ମଙ୍ଗଳବାର ରେଡ୍ କରି ସାକ୍ଷୀ ଯୋଗାଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ଦିଲ୍ଲୀ-ଏନସିଆରରେ ଥିବା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ରେଡ୍ ସମୟରେ ଇଲୋକ୍ଟ୍ରୋନିକ୍ସ ସାକ୍ଷୀ ସହିତ କିଛି ମୋବାଇଲ୍ ଜବତ କରାଯାଇଛି । ବିଦେଶୀ ଫଣ୍ଡିଂ ଜରିଆରେ ବେଆଇନ ଭାବେ ଟଙ୍କା ଯୋଗାଡ କରାଯାଉଥିବାର ଅଭିଯୋଗ ରହିଛି ନ୍ୟୁଜ କ୍ଲିକ ବିରୁଦ୍ଧରେ । ଚୀନୀ ଫଣ୍ଡିଂ ଜରିଆରେ ୱେବସାଇଟରେ ଭାରତ ବିରୋଧୀ ଏଜେଣ୍ଡା ଖବର ପ୍ରସାର କରାଯାଉଥିବାର ସଙ୍ଗୀନ ଅଭିଯୋଗ ରହିଛି । ଏନେଇ ମାମଲା ରୁଜୁ କରାଯାଇଥିଲା । ଏହାପୂର୍ବରୁ ଇଡି ପକ୍ଷରୁ ମଧ୍ୟ ରେଡ୍ କରାଯାଇଥିଲା । ସୈଦୁଲାଜାବ ୨୭୫ ୱେଷ୍ଟ ମାର୍ଗରେ ଥିବା ନ୍ୟୁଜ କ୍ଲିକର ଅଫିସରେ ଦିଲ୍ଲୀ ପୋଲିସ ଟିମ୍ ଲଗାତର ଭାବେ ପଚରାଉଚରା କରୁଛି । ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ନ୍ୟୁଜ କ୍ଲିକ ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଏହି କାର୍ଯ୍ୟାନୁଷ୍ଠାନ କୌଣସି ମିଡିଆ ଉପରେ ନିଜ ତରଫରୁ ନିଆଯାଇଥିବା ପ୍ରଥମ କାର୍ଯ୍ୟାନୁଷ୍ଠାନ ଅଟେ । ଦିଲ୍ଲୀ ପୋଲିସର ଏହି ରେଡ୍ ପୂର୍ବରୁ ଇଡି ନ୍ୟୁଜ କ୍ଲିକ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଇଡି ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ନ୍ୟୁଜ ପୋର୍ଟାଲରେ ବିଦେଶୀ ଯୋଗଦାନ ବିନିୟମନ ଅଧିନିୟମ (ଏଫସିଆରଏ)ର ଉଲ୍ଲଂଘନ କରି ବିଦେଶୀ ଫଣ୍ଡି ସଂଗ୍ରହ କରୁଥିବାର ଅଭିଯୋଗ ରହିଛି । ଡିଜିଟାଲ ମିଡିଆ ପ୍ଲାଟଫର୍ମ ନ୍ୟୁଜ କ୍ଲିକ ଉପରେ ବିଦେଶୀ ଫଣ୍ଡିର ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପୂର୍ବରୁ ଇଡି ନ୍ୟୁଜ କ୍ଲିକ ଅଫିସ ଏବଂ ଏହା ସହିତ ଜଡିତ ଲୋକଙ୍କ ଘରେ ରେଡ୍ କରିଛି । ଇଡି ପକ୍ଷରୁ କୁହାଯାଇଛି ଯେ, ନ୍ୟୁଜ କ୍ଲିକକୁ ପ୍ରାୟ ୩୮କୋଟି ଟଙ୍କାର ବିଦେଶୀ ଫଣ୍ଡି ଆସିଛି । ଏହାପରେ ବିଜେପି ଅଭିଯୋଗ ଆଣିଥିଲା ଯେ, ୨୦୦୫ରୁ ୨୦୧୪ ମଧ୍ୟରେ କଂଗ୍ରେସ ଚୀନ ଠାରୁ ଫଣ୍ଡ ଆଣିଥିଲା । କେବଳ ଏତିକି ନୁହେଁ, ନ୍ୟୁଜ୍ କ୍ଲିକକୁ କୋଟି କୋଟି ଟଙ୍କାର ବିଦେଶୀ ଫଣ୍ଡି ମିଳିଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା ।

Leave a Reply