Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋ ବାଛି ସାରିଲାଣି ଗଗନଯାନ ଯାତ୍ରୀ! ବାୟୁସେନାର ଏହି ୩ ଜବାନ ହେବେ ଆଷ୍ଟ୍ରୋନଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋ ବାଛି ସାରିଲାଣି ଗଗନଯାନ ଯାତ୍ରୀ! ବାୟୁସେନାର ଏହି ୩ ଜବାନ ହେବେ ଆଷ୍ଟ୍ରୋନଟ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଏବେ ଗଗନୟାନର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କୁହାଯାଉଛି ଏହି ମିସନ ନିମନ୍ତେ ଇସ୍ରୋ ମହାକାଶଚାରୀ (ଆଷ୍ଟ୍ରୋନଟସ୍‌) ମଧ୍ୟ ବାଛି ସାରିଲେଣି । ତେବେ ସ୍ପେସ୍ ଏଜେନ୍ସୀ ଏପର୍ଯ୍ୟନ୍ତ ପ୍ରସଙ୍ଗରେ ଅଧିକାରୀକ ବୟାନ ଦେଇ ନାହାନ୍ତି । ତେବେ ଭାରତୀୟ ବାୟୁସେନାର ଏକ ଭିଡିଓରୁ ଏହାର ସଂକେତ ମିଳୁଛି । ସ୍ଥାପନାର ୯୧ତମ ବାର୍ଷିକ ଅବସରରେ ଭାରାତୀୟ ବାୟୁସେନା ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ \”ଏକ୍ସ\’ରେ ଏକ ଭିଡିଓ ସେୟାର କରିଛନ୍ତି । ୧୧ ମିନିଟ୍ ଦୀର୍ଘ ଏହି ଭିଡିଓରେ ଭାରତୀୟ ବାୟୁସେନାର ଉପଲବ୍ଧି ସମ୍ପର୍କରେ ସୂଚିତ କରାଯାଇଛି । ଏହି ଭିଡିଓରେ ୩ ଜବାନଙ୍କ ଝଲକ ମଧ୍ୟ ଦେଖାଯାଇଛି, ଯେଉଁମାନଙ୍କୁ ଗଗନୟାନ ମିସନ ନିମନ୍ତେ ବଛା ଯାଇଛିଫ ଭିଡିଓରେ ଜବାନମାନେ ପ୍ରସ୍ତୁତି କରୁଥିବାର ଦେଖାଯାଉଛନ୍ତି । ତେବେ ସୁରକ୍ଷାଗତ କାରଣ ନିମନ୍ତେ ଆଷ୍ଟ୍ରୋନଟମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁୟ ଇସ୍ରୋ ସୂଚିତ କରିଛନ୍ତି ଯେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁସ୍ଥିତ ଆଷ୍ଟ୍ରୋନଟ୍ ଟ୍ରେନିଂ ଫାସେଲିଟିରେ ସମସ୍ତ ସୁବିଧା ଉପଲବ୍ଧ ଅଛି । ଆଷ୍ଟ୍ରନଟ୍‌ଙ୍କ୍କ ନିମନ୍ତେ ମଡ୍ୟୁଲରେ ଶୈକ୍ଷଣିକ ପାଠ୍ୟକ୍ରମ ସହିତ ଗଗନୟାନ ଉଡାଣ ପ୍ରଣାଳୀ, ପାରାବୋଲିକ ଉଡାଣ ମାଧ୍ୟମରେ ମାଇକ୍ରୋ ଗ୍ରାଭିଟି ଫ୍ୟାମିଲିୟର, ଏୟରୋ ମେଡିକାଲ ପ୍ରଶିକ୍ଷଣ, ପ୍ରତ୍ୟାବଲ । ର୍ଲନ ଓ ପୁନର୍ବାସ ପ୍ରଶିକ୍ଷଣ,ଉଡାଣ ପ୍ରକ୍ରିୟାରେ ଦକ୍ଷଣତା ହାସଲ କରିବା ଓ ଚାଳକଦଳ ପ୍ରଶିକ୍ଷଣ ସିମୁଲେଟରରେ ପ୍ରଶିକ୍ଷଣ ଆଦି ସାମିଲ ରହିଛି । ତେବେ ସୁବୁଠୁ ଖାସ କଥା ଯାହା ତାହା ହେଉଛି ଇସ୍ରୋ ଏହି ମିସନ ନିମନ୍ତେ ସବୁଠୁ ମାନବ ସୁରକ୍ଷାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ଭାରତୀୟ ସ୍ପେସ୍ ଏଜେନ୍ସି ଏଥି ପାଇଁ ଅନେକ ଆଧୁନିକ ଟେକନିକ୍ ବିକଶିତ କରୁଥିବା କହିଛନ୍ତିୟ ଭାରତର ମହତ୍ୱାକାଙକ୍ଷୀ ଗଗନୟାନ ମିସନ ସମ୍ଭବତଃ୨୦୨୪ରେ ଲଞ୍ଚ ହୋଇପାରେ । ଏହା ସହିତ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ । ଏହି ସୂଚୀରେ ଏପର୍ଯ୍ୟନ୍ତ ଆମେରିକା, ଋଷିଆ ଓ ଚୀନ୍ ର ନାମ ରହିଛି । ଗଗନୟାନର ପ୍ରଥମ ମାନବରହୀତ ଉଡାଣ ପରୀକ୍ଷା ନିମନ୍ତେ ଖୁବ୍ ଶୀଘ୍ର ଲ କରାଯିବୟ ଇସ୍ରୋ ମହାକାସ ଯାନକୁ ୩ ଜଣଙ୍କ ନିମନ୍ତେ ଡିଜାଇନ କରିଛନ୍ତି । ଗଗନୟାନ ମହାକାଶ ଯାନ ୩ ଦିନିଆ ମିସନରେ ୪୦୦ କିମିର ଅର୍ବିଟକୁ ପଠାଯିବ ।

Leave a Reply