Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ ଗେମ୍ସର ଜାଭେଲିନ ଥ୍ରୋରେ ନୀରଜ ଜିତିଲେ ସ୍ୱର୍ଣ୍ଣ ଏବଂ କିଶୋର ଜିତିଲେ ରୌପ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ ଗେମ୍ସର ଜାଭେଲିନ ଥ୍ରୋରେ ନୀରଜ ଜିତିଲେ ସ୍ୱର୍ଣ୍ଣ ଏବଂ କିଶୋର ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ବୁଧବାର(ଅକ୍ଟୋବର ୪) ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ ଷ୍ଟାର୍ ନୀରଜ ଚୋପ୍ରା । ସେହିପରି ଓଡ଼ିଆ ପୁଅ କିଶୋର ଜେନା ଜାଭେଲିରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚୀନର ହାଙ୍ଗଝୋରେ ଖେଳାଯାଉଥିବା ଏସିାନ ଗେମ୍ସ ୨୦୨୩ରେ ପୁରୁଷ ଜାଭେଲିନ ଥ୍ରୋ ବର୍ଗରେ ନୀରଜ ଚତୁର୍ଥ ଥର ପ୍ରୟାସ କରି ୮୮.୮୮ମଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ । ଏସିଆନ୍ ଗେମ୍ସରେ ଗତ ୪ ବର୍ଷ ତଳେ ସ୍ୱର୍ଣ୍ଣ ହାସଲ କରିଥିଲେ ନୀରଜ । ଗତକାଲି ମହିଳା ବର୍ଗରେ ଅନୁ ରାଣୀ ଜାଭେଲିନ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସୂଚନା ଅନୁସାରେ, ନୀରଜ ପ୍ରଥମ ପ୍ରୟାସରେ ୮୨.୩୮ ମିଟର ଜାଭେଲିନ ଫିଙ୍ଗିଥିଲେ । ଦ୍ୱିତୀୟ ଥ୍ରୋରେ ୮୪.୪୯ ମିଟର ଦୂର ଫିଙ୍ଗିଥିଲେ । ସେହିପରି ଚତୁର୍ଥ ପ୍ରୟାସରେ ସେ ୮୮.୮୮ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ ପଞ୍ଚମରେ ୮୦.୮୦ ମିଟର ଦୂରକୁ ଜାଭେଲିନ ଫିଙ୍ଗିବାର ସକ୍ଷମ ହୋଇଥିଲେ । ଅନ୍ୟପଟେ କିଶୋର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ସେ ମାତ୍ର ୮୭.୫୪ ମିଟର ଦୂରକୁ ଜାଭେଲିନ ଫିଙ୍ଗିବାରେ ସକ୍ଷମ ହୋଇଥିଲେ । ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଟେକ୍‌ନିକାଲ ସମସ୍ୟା ଯୋଗୁ ଉଭୟ ନୀରଜ କିଶୋରଙ୍କ ଉପରେ ଆରମ୍ଭରୁ ଚାପ ପଡ଼ିଥିଲା । ଏଥିପାଇଁ ନୀରଜଙ୍କର ପ୍ରଥମ ଥ୍ରୋ ଖରାପ ହୋଇଯାଇଥିଲା । ଏହାପରେ ଉଭୟ ଷ୍ଟାର କମ୍ ବ୍ୟାକ୍ କରିଥିଲେ । ଉଭୟ ଖେଳାଳି ସଫଳତା ପାଇବା ପରେ ପଡ଼ିଆରେ ହିଁ କିଶୋରଙ୍କୁ ଖୁସିରେ କୁଣ୍ଢାଇ ପକାଇଥିଲେ ନୀରଜ ଚୋପ୍ରା । ଏହି ସମୟର ଦୃଶ୍ୟ ପ୍ରତ୍ୟୋକ ଭାରତୀୟଙ୍କ ଖୁସୀର ମୁହୂର୍ତ୍ତ ଥିଲା । ଏହି ପ୍ରତିଯୋଗିତାରେ ଜାପାନ ଡିନ ଗେଙ୍କି ରୋଡେରିକ କାଂସ୍ୟ ପଦକ ହାସଲ କରିଥିଲେ । ସେ ଫାଇନାଲ୍‌ରେ ୮୨. ୬୮ ମିଟର ଥ୍ରୋ କରିଥିେ

Leave a Reply