Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଗାନ୍ଧୀଜୀଙ୍କ ଦୃଷ୍ଟିରେ ସ୍ୱରାଜ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାନ୍ଧୀଜୀଙ୍କ ଦୃଷ୍ଟିରେ ସ୍ୱରାଜ୍ୟ

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ

-ଡ. ସମନ୍ୱୟ ନନ୍ଦ-

ମହାତ୍ମା ଗାନ୍ଧୀ ଦେଶର ମାଟିର ନେତା ଥିଲେ । ତାଙ୍କର ଚିନ୍ତନ ଓ ବିଚାରରେ ଭାରତୀୟତାର ମହକ ରହିଥିଲା । ତାଙ୍କ ଦୃଷ୍ଟିରେ ସ୍ୱରାଜ୍ୟର ଅର୍ଥ ଭାରତର ଶାସନ ବ୍ୟବସ୍ଥା ଭାରତୀୟ ମାନଙ୍କ ହାତକୁ ଆସିବା ନ ଥିଲା ବରଂ ତାଙ୍କ ଦୃଷ୍ଟିରେ ସ୍ୱରାଜ୍ୟର ବାସ୍ତବିକ ଅର୍ଥ ଇଂରେଜ ଶାସନ ବ୍ୟବସ୍ଥା ବଦଳରେ ଭାରତୀୟ ବ୍ୟବସ୍ଥା ଲାଗୁ କରିବା ଥିଲା ।

ମହାତ୍ମା ଗାନ୍ଧୀଙ୍କ ସ୍ୱରାଜର ପରିକଳ୍ପନାକୁ ବୁଝିବାକୁ ହେଲେ ତାଙ୍କର ପୁସ୍ତିକା ହିନ୍ଦ ସ୍ୱରାଜ ବା ଇଣ୍ଡିଆନ ହୋମ ରୁଲ ପଢିବା ଜରୁରୀ । ବାସ୍ତବରେ ଏହି ଛୋଟ ପୁସ୍ତିକାରେ ମହାତ୍ମା ଗାନ୍ଧୀଙ୍କ ମୂଳ ବିଚାର ସାରତତ୍ୱ ରହିଛି ବୋଲି ବିଶେଷଜ୍ଞ ମାନେ ମନେ କରନ୍ତି । ଏହି ପୁସ୍ତକରେ ମହାତ୍ମା ଗାନ୍ଧୀ ଅତ୍ୟନ୍ତ ସରଳ ଭାଷାରେ ସ୍ୱରାଜର ଅର୍ଥ କଣ ତାହା ସ୍ପଷ୍ଟ କରିଛନ୍ତି ।

ଏହି ପୁସ୍ତକର ଚତୁର୍ଥ ଅଧ୍ୟାୟର ଶୀର୍ଷକ ହେଲା ‘ସ୍ୱରାଜ କଣ ?’ ଏହି ଅଧ୍ୟାୟରେ ସମ୍ପାଦକ ଗାନ୍ଧୀଜୀ ଜଣେ ପାଠକ ସହ କଥାବାର୍ତା କରି ସ୍ୱରାଜ କଣ ତାହାକୁ ସ୍ପଷ୍ଟ କରିଛନ୍ତି । ଏହି ଅଧ୍ୟାୟର ସାର ନିମ୍ନରେ ପ୍ରଦାନ କରା ଯାଇଛି । ଏହାକୁ ପଢିବା ଦ୍ୱାରା ଗାନ୍ଧୀଙ୍କ ସ୍ୱରାଜ କଣ ତାହା ସ୍ପଷ୍ଟ ହୋଇ ପାରିବ ।

ପୁସ୍ତକର ଏହି ଅଧ୍ୟାୟରେ ସମ୍ପାଦକ ପାଠକକୁ ପଚାରିଛନ୍ତି ଯେ ‘ସ୍ୱରାଜ ତାଙ୍କୁ କାହିଁକି ଆବଶ୍ୟକ । ଯଦି ଭାରତୀୟ ମାନେ ଯାହା ମାଗିବେ ଇଂରେଜ ମାନେ ଯଦି ତାକୁ ମାନି ନେବେ ତେବେ ତାଙ୍କୁ ଦେଶରୁ ବିତାଡିତ କରିବାର କଣ ଆବଶ୍ୟକତା ରହିଛି ? ’

ଏହାର ଉତରରେ ପାଠକ ଜଣଙ୍କ କହିଛନ୍ତି ଯେ ‘ଇଂରେଜ ମାନଙ୍କର ଶାସନରେ ଭାରତ କାଙ୍ଗାଳ ହେଉଛି । ଇଂରେଜ ମାନେ ଭାରତରୁ ଲୁଣ୍ଠନ କରୁଛନ୍ତି, ଗୋରା ମାନଙ୍କୁ ବଡ ପଦରେ ରଖନ୍ତି, ଭାରତୀୟ ମାନଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି । ତେଣୁ ସେମାନଙ୍କୁ ଭାରତରୁ ଚାଲି ଯିବା ଆବଶ୍ୟକ । ’

ଏହାର ଉତରରେ ଗାନ୍ଧୀଜୀ ଅର୍ଥାତ ସମ୍ପାଦକ ପ୍ରଶ୍ନ କରିଛନ୍ତି ଯେ ‘ଯଦି ଇଂରେଜ ମାନେ ଭାରତକୁ ଲୁଣ୍ଠନ ବନ୍ଦ କରି ଦେବେ, ନମ୍ର ବ୍ୟବହାର କରିବେ. ବଡ ବଡ ପଦରେ ଭାରତୀୟ ମାନଙ୍କୁ ରଖିବେ, ଭାରତୀୟ ମାନଙ୍କ ପ୍ରତି ଭଲ ବ୍ୟବହାର କରିବେ ତେବେ ଇଂରେଜ ମାନଙ୍କ ଭାରତରେ ରହିବାରେ କଣ ଅସୁବିଧା ରହିଛି । ’

ଏହାର ଉତରରେ ପାଠକ ଜଣଙ୍କ କହିଛନ୍ତି ଯେ ‘ଏହି ପ୍ରଶ୍ନ ହେଉଛି ବେକାର ପ୍ରଶ୍ନ । କାରଣ ଆପଣ ପଚାରୁଛନ୍ତି ଯେ ବାଘ ନିଜର ପ୍ରକୃତିକୁ ତ୍ୟାଗ କଲେ ତା ସହ ବନ୍ଧୁତାରେ କଣ ଅସୁବିଧା ଅଛି । ବାଘ ଯଦି ନିଜର ସ୍ୱଭାବ ଛାଡି ପାରିବ ନାହିଁ, ସେହିପରି ଇଂରେଜ ମାନେ ତାଙ୍କର ସ୍ୱଭାବ ଛାଡି ପାରିବେ ନାହିଁ । ତେଣୁ ଏପରି କେବେ ହେବ ନାହିଁ । ’

ଗାନ୍ଧୀଜୀ ଅର୍ଥାତ ସମ୍ପାଦକ ପାଠକଙ୍କୁ ପ୍ରଶ୍ନ କରିଛନ୍ତି ଯେ ‘ ଯଦି ଇଂରେଜ ମାନେ ଭାରତୀୟ ମାନଙ୍କ ଦାବି ଅନୁସାରେ ଦେଶ ଛାଡି ଚାଲି ଯାଆନ୍ତି , ତା ପରେ କଣ ହେବ ? ’

ଏହାର ଉତରରେ ପାଠକ ଜଣଙ୍କ କହିଛନ୍ତି ଯେ ‘ଏହାର ଉତର ବର୍ତମାନ ଠାରୁ ଦିଆ ଯାଇ ପାରିବ ନାହିଁ । ସେମାନେ କିଭଳି ପରିସ୍ଥିତିରେ ଯିବେ ତା ଆଧାରରେ ହେବ । ଆମେ ଇଂରେଜ ମାନଙ୍କ ଦ୍ୱାରା ତିଆରି କରା ଯାଇଥିବା ବ୍ୟବସ୍ଥାକୁ ଜାରୀ ରଖିବୁ, ଆମେ ସେହି ବ୍ୟବସ୍ଥା ଅନୁସାରେ ସରକାରୀ କାମ ହେବ । ସେମାନେ ଚାଲିଗଲେ ସୁଦ୍ଧା ତାଙ୍କ ଦ୍ୱାରା ଗଠିତ ସେନାବାହିନୀ ପ୍ରସ୍ତୁତ ରହିବ, ତେଣୁ ଆମକୁ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ । ’

ପାଠକ ଜଣଙ୍କ ପୁଣି କହିଛନ୍ତି ଯେ – ଆମେ ନିଜର ପତାକା ରଖିବୁ, ନିଜର ସେନା ବାହିନୀ ଓ ଜାହାଜ ରଖିବୁ । ଏହାଦ୍ୱାରା ସମଗ୍ର ବିଶ୍ୱରେ ଭାରତର ପ୍ରଭାବ ପ୍ରଦର୍ଶନ କରି ହେବ । ’

ଏହାର ଉତରରେ ଗାନ୍ଧୀଜୀ ଅର୍ଥାତ ସମ୍ପାଦକ ପାଠକକୁ କହିଛନ୍ତି ଯେ -‘ ଆପଣ ସ୍ୱରାଜକୁ ନେଇ ଏକ ଭଲ ଚିତ୍ର ପ୍ରଦାନ କରିଛନ୍ତି । ଏହାର ଅର୍ଥ ହେଲା ଯେ ଆପଣଙ୍କୁ ଇଂରାଜୀ ବ୍ୟବସ୍ଥା ବିଶିଷ୍ଟ ରାଜ୍ୟ ଚାହୁଁଛନ୍ତି , ହେଲେ ଇଂରେଜ ଶାସକ ଚାହୁଁ ନାହାନ୍ତି । ଆପଣ ବାଘର ସ୍ୱଭାବ ଚାହୁଛନ୍ତି ହେଲେ ବାଘ ଚାହୁଁ ନାହାନ୍ତି । ଏହା ଦ୍ୱାରା ଆପଣ ହିନ୍ଦୁସ୍ଥାନକୁ ଇଂରେଜ କରିବାକୁ ଚାହୁଁଛନ୍ତି । ହିନ୍ଦୁସ୍ଥାନ ଯେତେବେଳେ ଇଂରେଜ ହୋଇ ଯିବ ସେତେବେଳେ ଏହା ଆଉ ଭାରତ ହୋଇ ରହିବ ନାହିଁ ବରଂ ବାସ୍ତବରେ ଇଂଲିଶସ୍ତାନ ହୋଇ ଯିବ । ଏହା ମୋର କଳ୍ପନାର ସ୍ୱରାଜ ନୁହେଁ । ’

ଏହି ଅଧ୍ୟାୟରେ ଗାନ୍ଧୀ ଜୀ ତାଙ୍କର କଳ୍ପନାର ସ୍ୱରାଜ କଥା ଉଲ୍ଲେଖ କରିଛନ୍ତି । ସେ ଏହା ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ଇଂରେଜ ମାନଙ୍କୁ ବିତାଡିତ କରି ତାଙ୍କ ବ୍ୟବସ୍ଥାକୁ ଜାରୀ ରଖିବା ତାଙ୍କ କଳ୍ପନାର ସ୍ୱରାଜ ନୁହେଁ ବରଂ ଇଂରେଜ ମାନେ ରହିଲେ ମଧ୍ୟ ଆପତି ନାହିଁ ହେଲେ ଇଂରେଜ ମାନଙ୍କ ବ୍ୟବସ୍ଥାକୁ ବଦଳାଇ ଭାରତୀୟ ବ୍ୟବସ୍ଥା ଲାଗୂ କରିବା ହିଁ ତାଙ୍କର କଳ୍ପନାର ସ୍ୱରାଜ ।

ଅନେକ ଲୋକ ସ୍ୱରାଜ୍ୟକୁ ଇଣ୍ଡିପେଣ୍ଡେନ୍ସର ସମାନାର୍ଥୀ ଶବ୍ଦ ବୋଲି ମନେ କରନ୍ତି । ମାତ୍ର ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ସ୍ୱରାଜ୍ୟର ଇଣ୍ଡିପେଣ୍ଡେନ୍ସର ସମାନାର୍ଥୀ ନୁହେଁ । ଗାନ୍ଧୀଜୀ କହନ୍ତି – “ସ୍ୱରାଜ୍ୟ ଏକ ପବିତ୍ର ଶବ୍ଦ ଅଟେ, ଏହା ଏକ ବୈଦିକ ଶବ୍ଦ ଯାହାର ଅର୍ଥ ଆତ୍ମ ଶାସନ ଓ ଆତ୍ମ ସଂଯମ ଅଟେ । ଇଂରାଜୀ ଶବ୍ଦ ଇଣ୍ଡିପେଣ୍ଡେନ୍ସ ପ୍ରାୟତଃ ସମସ୍ତ ପ୍ରକାରର ମର୍ଯ୍ୟାଦାରୁ ମୁକ୍ତ ନିରଙ୍କୁଶ ସ୍ୱାଧୀନତା ବା ସ୍ୱଚ୍ଛନ୍ଦତାର ଅର୍ଥ ବହନ କରିଥାଏ , ସ୍ୱରାଜ୍ୟ ଶବ୍ଦରେ ଏହି ଅର୍ଥ ନାହିଁ । ”

ଗାନ୍ଧୀଜୀ କହନ୍ତି – “ସ୍ୱରାଜ୍ୟର ଅର୍ଥ ହେଲା ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବା ପାଇଁ ଲଗତାର ଚେଷ୍ଟା କରିବା, ସେ ନିୟନ୍ତ୍ରଣ ବିଦେଶୀ ସରକାରର ନିୟନ୍ତ୍ରଣ ହେଉ ବା ସ୍ୱଦେଶୀ ସରକାରର ନିୟନ୍ତ୍ରଣ ହେଉ । ଯଦି ସ୍ୱରାଜ୍ୟ ହେବା ପରେ ଲୋକ ମାନେ ନିଜ ଜୀବନର ପ୍ରତ୍ୟେକ ଛୋଟ ଛୋଟ କଥାର ନିୟମ ପାଇଁ ସରକାରଙ୍କ ଆଡକୁ ଦେଖିବାକୁ ପଡେ ତେବେ ସ୍ୱରାଜ୍ୟ-ସରକାରର କିଛି ଅର୍ଥ ନାହିଁ । ”

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ନିଜକୁ ଗାନ୍ଧୀବାଦୀ ବୋଲି କହି ପ୍ରଚାରିତ କରୁଥିବା ଲୋକ ମାନେ ଇଂରାଜୀ ବ୍ୟବସ୍ଥାକୁ ଜାରୀ ରଖିଛନ୍ତି । ବାସ୍ତବରେ ଗାନ୍ଧୀଙ୍କ ବିଚାରର ସ୍ୱରାଜ ସେତେବେଳେ ଆସି ପାରିବ ଯେତେବେଳେ ଦେଶରେ ଥିବା ଇଂରାଜୀ ବ୍ୟବସ୍ଥା ବଦଳରେ ଭାରତୀୟ ବ୍ୟବସ୍ଥା ଲାଗୁ ହେବା

ଗାନ୍ଧୀଙ୍କ ମୂର୍ତିରେ ମାଲ୍ୟାର୍ପଣ କଲେ କିଛି ଲାଭ ହେବ ନାହିଁ ଆମେ ତାଙ୍କ ବିଚାରର ସ୍ୱରାଜ୍ୟ ଅର୍ଥାତ ଭାରତୀୟ ବ୍ୟବସ୍ଥା ଲାଗୁ କରି ପାରିଲେ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ।

Leave a Reply