Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍କୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀୟ ଆଇନ୍ର ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ ବା \”ନାରୀ ଶକ୍‌ତି ବନ୍ଦନ\’ ଅଧିନିୟମ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରୁ ପାରିତ କରାଯାଇଥିବା ଏହି ଐତିହାସିକ ମହିଳା ସଂରକ୍ଷଣ ବିଲ୍ ଏବେ ଆଇନ୍ରେ ପରିଣତ ହୋଇଛି । ସୂଚନାଥାଉକି, କୌଣସି ବିଲ୍ ସଂସଦର ଦୁଇ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥାଏ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନ୍ରେ ପରିଣତ ହୋଇଥାଏ । ତେବେ ଏହି ଆଇନ୍ ଲାଗୁ ହେବା ପରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ବିଲ୍ ସଂସଦରେ ପାସ୍ ହେବା ସମୟରେ ରାଷ୍ଟ୍ରପତି କହିଥିଲେ ଏହା ଏକ ପରିବର୍ତ୍ତନକାରୀ କ୍ରାନ୍ତି ହେବ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ହୋଇଥିଲା ଆଗତ ସରକାର ନିକଟରେ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ । ଏହି ସମୟରେ ଦୁଇ ଐତିହାସିକ ନିଷ୍ପତ୍ତି ହୋଇଛି । ଗୋଟିଏ ହେଉଛି ପୁରୁଣା ସଂସଦର କାମକୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତର ଏବଂ ଦ୍ୱିତୀୟ ମହିଳା ସଂରକ୍ଷଣ ବିଲ୍ ପାସ୍ । ଏହି ବିଲ୍ ଉପରେ ସଂସଦରେ ଚାରି ଦିନ ଧରି ଆଲୋଚନା ହୋଇଥିଲାୟ ଅଧିକାଂଶ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଅବଶ୍ୟ ବିରୋଧୀ ଏଥିରେ ଓବିସି ଏବଂ ମୁସଲିମ୍ ମହିଳାଙ୍କୁ ସାମିଲ୍ କରିବା ଦରକାରୟ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏହି ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିଲା, ଅବଶ୍ୟ ଲୋକସଭାରେ ବିପକ୍ଷରେ ଦୁଇ ଭୋଟ୍ ପଡ଼ିଥିଲା । ଏହା ପରେ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରୁ ୨୧୪ ଭୋଟ୍‌, ବିଲ୍ ସପକ୍ଷରେ ମିଳିଥିବାବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲ

Leave a Reply