ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନୀରିକ୍ଷକ ଧର୍ମ ପରିବର୍ତ୍ତନ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଲୁଗେଲ ପଞ୍ଚାୟତର ଏମପିଭି ୪୭ ଗ୍ରାମର ସୁନିତା ମଣ୍ଡଳ ନାମକ ମହିଳା ନିଜର ଜାତିଗତ ପ୍ରମାଣପତ୍ର ପାଇଁ ରାଜସ୍ୱ ନିରିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ରାଜସ୍ୱ ନିରିକ୍ଷକ ଜଣଙ୍କ ତାଙ୍କୁ ଧର୍ମ ପରିବର୍ତ୍ତନ କରିଲେ ସବୁ କାମ ଯଥା ଶୀଘ୍ର ହୋଇଯିବ ବୋଲି କହିଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ସୁନିତା ନର୍ସିଙ୍ଗ ପାଠ ପଢୀଥିବା ବେଳେ ଚାକିରି ନିମନ୍ତେ ଜାତିଗତ ପ୍ରମାଣପତ୍ରର ଆବଶ୍ୟକତା ଥିବାରୁ ସେ ନିଜ ନିକଟରେ ଥିବା ଅଫଲାଇନ ଜାତିଗତ ପ୍ରମାଣ ପତ୍ର ଥିବା ବେଳେ ଅନଲାଇନ ଜାତିଗତ ପ୍ରମାଣ ପତ୍ର ଆବଶ୍ୟକ ଥିବାରୁ ବିଗତ ଅଗଷ୍ଟ ୧୨ ତାରିଖ ଦିନ ନିଜର ଜାତିଗତ ପ୍ରମାଣ ପତ୍ର ପାଇଁ କାଲିମେଳା ତହସିଲରେ ଆବେଦନ କରିଥିଲେ । ତେବେ ଏହି ଜାତିଗତ ପ୍ରମାଣ ପତ୍ର ଆସିବାରେ ବିଳମ୍ବ ହେବାରୁ ମାଲାଭାରମ ରାଜସ୍ୱ ନିରକ୍ଷକ ଲବେନ ସୋରେନଙ୍କ ନିକଟକୁ ଯାଇଥିଲେ । ସେଠାରେ ରାଜସ୍ୱ ନିରିକ୍ଷକ ଜଣଙ୍କ ସୁନିତାଙ୍କୁ ତୁମେ କେଉଁ ଧର୍ମର ଅଟ ବୋଲି ପଚାରି ଥିଲେ , ଯେଉଁଥିରେ ମହିଳା ଜଣଙ୍କ ହିନ୍ଦୁ ଧର୍ମ ଓ କୃଷ୍ଣ ଭକ୍ତ ବୋଲି ଉତ୍ତର ଦେଇଥିଲେ । ଏହାପରେ ଶ୍ରୀ ସୋରେନ ମହିଳା ଜଣଙ୍କୁ ନିଜର ଧର୍ମ ପରିବର୍ତ୍ତନ କରି ନିର୍ଦ୍ଧିଷ୍ଟ ଏକ ଧର୍ମକୁ ଗ୍ରହଣ କର, ସବୁ କାମ ଯଥା ଶୀଘ୍ର ହୋଇଯିବ କହି ତାଙ୍କ ଶରୀରରେ ହାତ ରଖିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଶ୍ରୀ ସୋରେନଙ୍କ ଏହି କଥାକୁ ମହିଳା ଜଣଙ୍କ ନମାନିବାରୁ ତାଙ୍କର ବର୍ତ୍ତମାନ ଯାଏଁଜାତିଗତ ପ୍ରମାଣ ପତ୍ର ହୋଇ ପାରୁନଥିବା ସେ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବା ଛଡା ଆଉ କିଛି ଉପାୟ ନାହି ବୋଲି ମଧ୍ୟ ପ୍ରକାଶ କରି ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଜିଲ୍ଲା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ସମ୍ପୃକ୍ତ ରାଜସ୍ୱ ନିରିକ୍ଷକ ଜଣଙ୍କଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଅଟେ । ମୁ ତାଙ୍କୁ କୌଣସି ଖରାପ ବ୍ୟବହାର କରି ନାହି, ତାଙ୍କ ଅଭିଯୋଗ ସମ୍ପୂର୍ଣ ମିଥ୍ୟା ବୋଲି ଶ୍ରୀ ସୋରେନ ପ୍ରକାଶ କରିବା ସହ ମହିଳା ଜଣକ ଙ୍କ ଭାଇ ମଧ୍ୟ ମୋତେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *