Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀଙ୍କ ଭୂସ୍ୱର୍ଗ : ଏବେ କାନାଡା ଓ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀଙ୍କ ଭୂସ୍ୱର୍ଗ : ଏବେ କାନାଡା ଓ ପାକିସ୍ତାନ

-ଆଶୁତୋଷ ନାୟକ-

ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସମଗ୍ର ବିଶ୍ୱ ଯେଉଁ ଏକ ଭୟଙ୍କର ସମସ୍ୟାରେ ଜର୍ଜରିତ ତାହା ହେଉଛି ଆତଙ୍କବାଦ । ନୈତିକତା ଓ ମାନବିକତାଶୂନ୍‌ଯ କେତେକ, ବିଶୃଙ୍ଖଳିତ ପଥଭ୍ରଷ୍ଟ, ଅଧର୍ମୀ, ଅତ୍ୟାଚାରୀ ଉଦ୍ଭ୍ରାନ୍ତ ବ୍ୟକ୍ତିଙ୍କର ଋଗ୍ଣ ଏବଂ ବର୍ବର ମାନସିକତା ପ୍ରସ୍ତୁତ ପୈଶାଚିକ ଆଚରଣ ହିଁ ଆତଙ୍କବାଦ । ନିରୀହ ଲୋକଙ୍କୁ ଆକ୍ରମଣ କରି ସେମାନଙ୍କୁ ଭୟଭୀତ କରିବା ସେମାନଙ୍କ ମୁଖ୍‌ଯ ଲକ୍ଷ୍ୟ । ସଂଘଟିତ ହତ୍ୟା, ଲୁଣ୍ଠନ, ଯାତ୍ରୀବାହୀ ବିମାନ ଅପହରଣ ଓ ବିସ୍ଫୋରଣ ଘଟାଇ ସାମାଜିକ ଧନଜୀବନ କ୍ଷତିସାଧନ ତାଙ୍କର ମୂଳଲକ୍ଷ୍ୟ । ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ୱ ପାଇଁ ଆତଙ୍କବାଦ ଏକ ଗମ୍ଭୀର ସମସ୍ୟା ଭାବେ ଦଣ୍ଡାୟମାନ । ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ସମସ୍ତ ରାଷ୍ଟ୍ରଗୁଡ଼ିକ ନିଜର ରାଜନୈତିକ ମହତ୍ୱାକାଙ୍କ୍‌ଷାରୁ ଉପରକୁ ଉଠି ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରି ଆତଙ୍କବାଦୀଙ୍କର ବଂଶ ନିପାତ କରିବା ପାଇଁ ତତ୍ପରତା ପ୍ରକାଶ କରିବା ନିହାତି ଆବଶ୍‌ଯକ । କିଛି ରାଜନୈତିକ ସଂକୀର୍ଣ୍ଣ ଧର୍ମାନ୍ଧ ଅମାନବୀୟ ଅଭିପ୍ରାୟ ନେଇ ପାକିସ୍ତାନ ଓ କାନାଡା ଭଳି କିଛି ରାଷ୍ଟ୍ର ଆତଙ୍କବାଦୀଙ୍କର ହର୍ତ୍ତାକର୍ତ୍ତା ଦୈବ ବିଧାତା ସାଜିଛନ୍ତି । ଆତଙ୍କବାଦୀ ସଂଗଠନ ମାନଙ୍କୁ ଆର୍ôଥକ ସହାୟତା ଚୀନ୍‌,ପାକିସ୍ତାନ, ଆମେରିକା ପରି ରାଷ୍ଟ୍ର ବାରମ୍ବାର କରୁଛନ୍ତି । ଏହି ଉଗ୍ରବାଦୀ ସଂଗଠନମାନଙ୍କୁ ସଶକ୍ତ କରିବାରେ ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି । ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ୍ ଥିବା କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀମାନେ ଚୀନ୍‌, ପାକିସ୍ତାନ, ତୁର୍କୀ, କାନାଡା ଭଳି ରାଷ୍ଟ୍ରରେ ନିର୍ବିଘ୍ନରେ ଆତ୍ମଗୋପନ କରୁଥିବାର ପ୍ରମାଣ ମିଳେ । ଆତଙ୍କବାଦୀଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ଅର୍ଥ ନିଜେ ବିପଦକୁ ଡାକି ଆଣିବା । ସେଥିପାଇଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ଲିଖିତ \”ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ’ ? ଆତଙ୍କବାଦ ଏକ ପନ୍ଥା ଯଦ୍ଦ୍ୱାରା ଏକ ସଂଘଟିତ ଗୋଷ୍ଠୀ ନିଜର ଲକ୍ଷ୍‌ଯ ମୁଖ୍‌ଯତଃ ହିଂସ୍ର ପଦ୍ଧତି ଅବଲମ୍ବନ କରି ଚରିତାର୍ଥ କରନ୍ତି । ଜଣେ ଚୀନ୍ ଦାର୍ଶନିକଙ୍କ ମତରେ ଆତଙ୍କବାଦର ମୁଖ୍‌ଯ ଲକ୍ଷ୍‌ଯ ହେଉଛି ଜଣକୁ ହତ୍‌ଯା କରି ଅନେକ ଲୋକଙ୍କୁ ଭୟଭୀତ କରାଇବା । ସାମାଜିକ ଓ ସାମ୍ପ୍ରଦାୟିକ ସମନ୍ୱୟକୁ କେନ୍ଦ୍ର କରି ସେମାନେ ଜନସାଧାରଣଙ୍କ ମଧ୍‌ଯରେ ହିଂସାର ବାତାବରଣ ରୂପ ଦେଉଛନ୍ତି । ସଂକୀର୍ଣ୍ଣ ସ୍ୱାର୍ଥ ନିମନ୍ତେ ଏମାନେ ଭୟ ଓ ଆତଙ୍କ ମାଧ୍ୟମରେ ସମାଜରେ ଅରାଜକତା ସୃଷ୍ଟି କରୁଛନ୍ତି ତଥା ଶିଳ୍ପ ଓ ବାଣିଜ୍ୟର ପ୍ରଗତିରେ ବାଧକ ସାଜୁଛନ୍ତି । ଏହା ସହିତ ସୂଚନା ଓ ପ୍ରଯୁକ୍ତି ଉଦ୍ୟୋଗକୁ ମଧ୍ୟ ସେମାନେ ଦୁର୍ବଳ କରିଦେଉଛନ୍ତି । ଉଗ୍ରପନ୍ଥୀ ମାନେ ଆମ ଦେଶର ଆର୍ôଥକ ରାଜଧାନୀ , ପ୍ରମୁଖ ବାଣିଜ୍‌ଯ ପେଣ୍ଠସ୍ଥଳୀ, ବିମାନ ବନ୍ଦର, ରେଳଷ୍ଟେସନ, ରେଳପଥ, ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ପ୍ରତିଷ୍ଠିତ ବ୍ୟବସାୟୀମାନଙ୍କୁ ଆକ୍ରମଣ କରି ଭୟାବହ ପରିସ୍ଥିତି ସୃଷ୍ଟି କରୁଛନ୍ତି । ସେମାନଙ୍କର ଲକ୍ଷ୍‌ଯ ହାସଲ ନିମନ୍ତେ ସୁଚିନ୍ତିତ ଷଡ଼ଯନ୍ତ୍ର କରୁଛନ୍ତି ଭାରତ ବିରୁଦ୍ଧରେ । ବିଭିନ୍ନ ସଂଗଠନମାନ ଗଢ଼ି ନିଜର ଅନୈତିକ ଦାବି ଉପସ୍ଥାପନ କରି ସରକାର ଉପରେ ଚାପ ପ୍ରୟୋଗ କରୁଛନ୍ତି । ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ସେମାନେ ଅସଂଖ୍‌ଯ ଜନସାଧାରଣଙ୍କୁ ମୃତ୍ୟୁର କରାଳ ଗ୍ରାସ ମଧ୍ୟକୁ ଟାଣି ନେଉଛନ୍ତି । ପ୍ରଚୁର ଅର୍ଥ ଲାଳସା ଓ ନିଶାଦ୍ରବ୍ୟର ଅଧୀନ ହୋଇ ସେମାନେ ଜନଗହଳିପୂର୍ଣ୍ଣ ଅଂଚଳ ଯେପରି ରେଳଷ୍ଟେସନ, ବିମାନବନ୍ଦର, ମାର୍କେଟ କଂପ୍ଲେକ୍ସ ରେ ବିସ୍ଫୋରଣ ଘଟାଇ ଅନେକ ଧନଜୀବନ ନଷ୍ଟ କରୁଛନ୍ତି । ଭାରତ ସରକାରଙ୍କ ପ୍ରତିରକ୍ଷା ରାଜ୍‌ଯ ମନ୍ତ୍ରୀ ଅଜୟ ଭଟ୍ଟ ରାଜ୍‌ଯସଭାରେ ଦେଉଥିବା ମନ୍ତବ୍ୟ ଅନୁସାରେ ସମୁଦାୟ ୫୬୦୧ ଥର ପାକିସ୍ତାନ ଅସ୍ତ୍ର ବିରତି ଚୁକ୍ତି ଉଲଙ୍ଘନ ( ୩୦ ନଭେମ୍ବର ୨୦୧୯ ରୁ ୨୯ ନଭେମ୍ବର ୨୦୨୧) ମଧ୍ୟରେ କରିଛି । ପାକିସ୍ତାନର ସଂଗଠିତ ହୋଇଥିବା ଆତଙ୍କୀ ସଂଗଠନ ‘ଜୈସ୍ -ଏ-ମହମ୍ମଦ\’ ୨୦୧୬ ମସିହାର ଉରୀ ଅତର୍କିତ ଆକ୍ରମଣ ପାଇଁ ଦାୟୀ । ସେଥିପାଇଁ ଆମଦେଶର ୧୯ଜଣ ଲଢୁଆ ସେନାନୀ ଆତ୍ମ ବଳିଦାନ ଦେଇଥିଲେ । ସେହିପରି ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଭାରତ ସରକାରଙ୍କ ସରକାରୀ ହିସାବ ମୁତାବକ ୫୨୭ ଜଣ ସଦୀଦ୍ ଏବଂ ୧୩୬୩ ଜଣ ଗମ୍ଭୀର ଆହତ ହୋଇଥିଲେ । ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ଗଣମାଧ୍ୟମର ତଥ୍‌ଯ ମୁତାବକ ୨୦୧୪ମସିହାରେ ୮୬୦ଥର , ୨୦୧୫ ରେ ରେ ୮୮୪ଥର , ୨୦୧୬ରେ ୧୦୨୫ଥର ଓ ୨୦୧୭ମସିହାରେ ୯୬୬ଥର ଅନୁପ୍ରବେଶ ହୋଇଥିଲା । ଆମଦେଶର ସଂଘଟିତ ସମସ୍ତ ଆତଙ୍କୀ ହମଲାରେ ପାକିସ୍ତାନର ପ୍ରତ୍ୟକ୍ଷ- ପରୋକ୍ଷ ସଂପଋକ୍ତି ରହିଆସିଛି । ସେମାନଙ୍କର ଅଭ୍ୟାସଗତ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା ନିମନ୍ତେ ଭାରତରେ ଏବେବି କିଛି ସ୍ଲିପରସେଲ୍ ଶୁପ୍ତାବସ୍ଥାରେ ଅଛନ୍ତି । ୨୬/୧୧ ମୁମ୍ବାଇ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଏହାଥିଲା ତତ୍ ସମୟର ଲୋମହର୍ଷକ ଘଟଣା ଯେଉଁଥିରେ ଏଟିଏସ୍ରର ମୁଖ୍ୟଙ୍କ ସମେତ ୧୭୫ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଥିଲେ ଓ ୩୦୮ଜଣ ଆହତ ହୋଇଥିଲେ । ପାକିସ୍ତାନର ପ୍ରରୋଚନାରେ ଆତଙ୍କୀ ସଂଗଠନ ଲସ୍କର-ଏତୋଇବା ଦ୍ୱାରା ପ୍ରେରିତ ୧୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଏହି ନାରକୀୟ କାଣ୍ଡ ଘଟାଇଥିଲେ । ସମସ୍ତ ଆତଙ୍କବାଦୀ ସଂଗଠନକୁ ପାକ୍ ସର୍ବଦା ଭାରତ ବିରୁଦ୍ଧରେ ଉପଯୋଗ କରେ ଏବଂ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ, ଅର୍ଥ ଆତଙ୍କବାଦୀ ସଂଗଠନକୁ ଗଢିବା, ବଢିବା ଓ ତାଲିମ୍ ଦେବାରେ ବିନିଯୋଗ କରେ । ଯାହାଫଳରେ ସେମାନେ ଭାରତରେ ଧ୍ୱଂସର ତାଣ୍ଡବ ଲୀଳା ରଚାଇ ପାରିବେ । ଗତ କିଛି ବର୍ଷ ମଧ୍‌ଯରେ ପାକିସ୍ତାନ ଦ୍ୱାରା ପ୍ରେରିତ ଉଗ୍ରବାଦୀମାନେ ଭାରତୀୟ ସେନା ସହ ସମ୍ମୁଖ ଲଢେଇରେ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନେ ସେନାକୁ ପଛପଟୁ ଆକ୍ରମଣ କରୁଛନ୍ତି । ଆତଙ୍କବାଦୀମାନଙ୍କୁ ଏହା ଭଲ ଭାବରେ ଜଣା ସମ୍ମୁଖ ଯୁଦ୍ଧରେ ଭାରତୀୟ ଯବାନମାନଙ୍କର ସମ୍ମୁଖୀନ ହେବା ତାଙ୍କ ପକ୍ଷରେ ଅସମ୍ଭବ ସେଥିପାଇଁ ସେମାନେ ଭୀରୁ କାପୁରୁଷ ଭଳି ଶୀତଳ ଯୁଦ୍ଧର ସାହାରା ନେଉଛନ୍ତି । ଭାରତ ସରକାରଙ୍କ ତଥ୍ୟ ଅନୁସାରେ ୧୯୭୦ ରୁ ୨୦୧୫ ମଧ୍ୟରେଭାରତରେ ୯୯୮୨ଟି ଆତଙ୍କବାଦୀ ହମଲା ହୋଇଥିବା ବେଳେ ୧୮,୮୪୨ ରୁ ଉର୍ଦ୍ଧ୍ୱ ନିରୀହ ଜନତାଙ୍କ ମୃତ୍ୟୁ ହୋଇଥିଲା । ୨୦୧୬ ଜାନୁଆରୀ ୨ ତାରିଖରେ ପଞ୍ଜାବର ପଠାନକୋଟ୍ ବାୟୁ ସେନା ଶିବିରରେ ଆତଙ୍କବାଦୀ ଅନୁପ୍ରବେଶ ଘଟିଥିଲା । ଏଥିରେ ୫ ଜଣ ସହିଦ୍ ହୋଇଥିଲେ ।୨୦୧୬ ସେପ୍ଟେମ୍ବର ୧୮ ରେ କାଶ୍ମୀରର ଊରୀରେ ସବୁଠୁ ଭୟାନକ ହମଲା ହୋଇଥିବା ବେଳେ ୧୯ ଜଣ ସହିଦ୍ ହୋଇଥିଲେ । ୨୦୧୯ ଫେବୃଆରୀ ୧୪ ରେ ବିଶ୍ୱ ଭାଲେଣ୍ଟାଇନସ୍ ଦିବସ ପାଳୁଥିବା ବେଳେ ଆମ ଦେଶର ବୀର ଯବାନ୪୨ ଜଣ ସହିଦ୍ ହୋଇଥିଲେ । ନିଜର ରାଜନୈତିକ ମହତ୍ୱାକାଂକ୍ଷା ଏବଂ କ୍ଷମତା ଲାଳସା ପାଇଁ କାନାଡା ପ୍ରଧାନମନ୍ତ୍ରୀ ‘ଜଷ୍ଟିନ୍ ଟ୍ରୁଡୋ\’ ସମସ୍ତ ଖଲିସ୍ଥାନୀ ଆତଙ୍କବାଦୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ନିଜ ଦେଶରେ ଭାରତ ବିରୋଧୀ ଖାଲିସ୍ ଆତଙ୍କୀ ମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପ କରିବାକୁ ଯଥେଷ୍ଟ ସୁଯୋଗ ଦେଉଛନ୍ତି । କ୍ଷମତା ରାଜନୀତି ପାଇଁ ଜଷ୍ଟିନ୍ ଟ୍ରୁଡୋଙ୍କ ଖଲିସ୍ଥାନୀ ଉଗ୍ରବାଦୀ ମାନଙ୍କ ଭଳି ଅସାମାଜିକ ତତ୍ୱଂକ ହତ୍‌ଯାରେ ବିଳାପ କରିବା ଅତ୍‌ଯନ୍ତ ନିନ୍ଦନୀୟ ଘଟଣା । ଖାଲିସ୍ ଦ୍‌ତୃଦାନ୍ତ ଆତଙ୍କୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ତାଙ୍କର ଭାରତ ଓ ଭାରତୀୟ କାନାଡ଼ା ନିବାସୀ ବଂଧୁ ମାନଂକ ପ୍ରତି ମନ୍ତବ୍ୟ ତାଂକର ଲୋକପ୍ରିୟତା ସାଂଘାତିକ ଭାବେ ହ୍ରାସ କରୁଛି । ନିକଟରେ ହୋଇଥିବା ଜନମତ ସର୍ଭେ ମୁତାବକ କାନାଡାର ୪୦% ନାଗରିକ ବିରୋଧୀ ଦଳ ନେତା \’ପିୟର୍ ପୋଲିବରେଙ୍କୁ ପ୍ରଧାନମନ୍ତ୍ରୀ ରୂପେ ପସନ୍ଦ କରୁଥିବା ଜଣାପଡିଛି । ଏବେ ନିର୍ବାଚନ ହେଲେ କାନାଡାରେ ପିୟର୍ ପୋଲିବରେଙ୍କୁ ୩୯% ଭୋଟ ମିଳିବ ଏବଂ ଟ୍ରୁଡୋଙ୍କୁ ମାତ୍ର ୩୦% ଭୋଟ ମିଳିବ । ସେହିପରି ଅନ୍ୟ ଏକ ସର୍ଭେରୁ ଜଣାପଡିଛି ଟ୍ରୁଡୋ ହଉଛନ୍ଥି ୫୦ବର୍ଷ ମଧ୍ୟରେ ସବୁଠୁ ଖରାପ ଏବଂ ବିଫଳ ପ୍ରଧାନମନ୍ତ୍ରୀ । ନିକଟରେ ଘଟିଥିବା ଘଟଣାକୁ ଲକ୍ଷ୍ୟ କଲେ ଏହା ପ୍ରତୀୟମାନ ହେଉଛି ଉଭୟ ଆତଙ୍କବାଦକୁ ନେଇ କୁମ୍ଭୀର କାନ୍ଦଣା ନୀତିକୁ ଆପଣେଇଛନ୍ଥି ଏବଂ ଦୁମୁହାଁ ନୀତି ଅନୁସରଣ କରୁଛନ୍ଥି । ଏହା ତାଙ୍କର ଏ ବିଶ୍ୱାସୀନତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଉପରେ ଆମେରିକା କାନାଡ଼ାକୁ ଗୁଇଦା ତଥ୍ୟ ପ୍ରଦାନ କରିଛି । ଏହି ମାମଲାରେ ଆମେରିକାର ଭୂମିକା ଏବେ ସନ୍ଦେହ ଘେରରେ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ \”ଲସ୍କର-ଏ -ତୋଏବା’ ପକ୍ଷରୁ ଜଣେ ଆତଙ୍କବାଦୀକୁ ଡ୍ରୋନ ସାହାଯ୍ୟରେ ପଞ୍ଜାବ ପଠାଯାଇଥିଲା । ଗୁଇନ୍ଦା ସୃତ୍ରରୁ ମିଳଥିବା ସୂଚନା ଅନୁସାରେ ପାକିସ୍ତାନ ପଟୁ ବିଶେଷ କରି ଜାମ୍ମୁ-କାଶ୍ମୀର, ପଞ୍ଜାବ ରେ ଡ୍ରୋନ ସାହାଯ୍ୟରେ ଡ୍ରଗ୍ସ ଏବଂ ଆତଙ୍କବାଦୀ ଗତିବିଧି ପାଇଁ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏବେ ଟେକ୍ନୋଲୋଜି ଏବଂ ଡ୍ରୋନ ଆଦିର ବ୍ୟବହାର କରି ପ୍ରାକ୍ ଆତଙ୍କବାଦୀ ମାନେ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ନିକଟରେ କାଶ୍ମୀର ଅନନ୍ତନାଗରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ \”ଲସ୍କର-ଏ-ତୋଏବା ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ସହିତ ଆମ ଦେଶର ସାହସୀ, ବୀର, ଯବାନମାନଙ୍କର ରକ୍ତାକ୍ତ ସଙ୍ଘର୍ଷ ହେଇଥିଲା । କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ସହିଦ ହୋଇଥିବା ମେଜର ଆଶିଷ ସାହସର ସହିତ ଲଢେଇ କରିଥିଲେ । ଘଞ୍ଚଜଙ୍ଗଲରେ ସେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେଇଥିଲେ । ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ଼ ପରେ ମେଜର ଆଶିଷଙ୍କ ଜଙ୍ଘରେ ଗୁଳି ବାଜିଥିଲା । ପ୍ରବଳ ରକ୍ତସ୍ରାବ ହେବା ସତ୍ତ୍ୱେ ଦୀର୍ଘ ୧୦ଘଣ୍ଟା ଧରି ଆତଙ୍କବାଦୀକୁ ନିପାତ ଅଭିଯାନରେ ଲାଗିଥିଲେ । ଶେଷରେ ସେ ସହିଦ୍‌ହେଇଯାଇଥିଲେ । ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀମାନଙ୍କ ଦ୍ୱାରା କେବେ ଏ ନରସଂହାର ବନ୍ଦ ହେବ ? ଆତଙ୍କବାଦୀଙ୍କ ବିରୋଧରେ ଭାରତସରକାରଙ୍କୁ ପୁଣିଥରେ ବଡ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାପାଇଁ ପଦକ୍ଷେପ ନେବାକୁ ପଡିବ । ଏଥିପାଇଁ ଭାରତ ସରକାରଙ୍କୁ ଗମ୍ଭୀରତାର ସହ ବିଚାର କରି ସୁଚିନ୍ଥିତ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଆତଙ୍କବାଦୀ ମାନଙ୍କୁ ଦମନ କରିବାରେ ବିଶ୍ୱର ସଫଳତମ ରାଷ୍ଟ୍ର ଇସ୍ରାଏଲ ଠାରୁ ଭାରତ ସରକାର ଶିକ୍ଷା ନେବା ଉଚିତ । କ୍ଷୁଦ୍ର ଦେଶ ହେଲେ ମଧ୍ୟ ଇସ୍ରାଏଲ ସରକାର ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଯେକୌଣସି ପଦେକ୍ଷପ ଗ୍ରହଣ କରିପାରନ୍ତି । ବିଶ୍ୱର ଏକମାତ୍ର ଦେଶ ଇସ୍ରାଏଲ ଯାହାର ସେନା ଦୈନିକ ସର୍ଜିକାଲ ଷ୍ଟ୍ରାଇକ କରନ୍ତି । ହେଲେ ଆମ ଦେଶର ନେତା ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ରଣକୌଶଳ ଆପଣେଇଥାନ୍ତି । ଯାହାଦ୍ୱାରା କି ସହଜ ରେ ଭୋଟ ହାତେଇ ପାରିବେ । ଏହିଭଳି କେତେକ ସୁବିଧାବାଦୀ କ୍ଷମତାପିପାସୁ ରାଜନେତା ମାନେ କ୍ଷମତା ହାସଲ କରିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ୍ୟ ଖସି ଯାଇପାରନ୍ତି । ସମୟ ଆସିଛି ଦଳଗତ ନିର୍ବିଶେଷରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଜେସ -ଇ -ମହମ୍ମଦ ଓ ଲସ୍କର -ଇ -ତୋଇବା ଭଳି ସଂଗଠନକୁ ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ଘୋଷଣା କରିବା । ଆତଙ୍କବାଦୀଙ୍କର ହର୍ତ୍ତା କର୍ତ୍ତା ଦୈବ୍ୟ ବିଧାତା ସାଜିଥିବା ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଯିବାକୁ ଅନ୍ତର୍ଜାତିକ ସ୍ତରରେ ଚାପ ସୃଷ୍ଟି କରାଯାଉ । ସେହି ସବୁ ରାଷ୍ଟ୍ର ମାନଙ୍କ ସହିତ ଆମ ଦେଶର ସମ୍ପର୍କ ଛିନ୍ନ କରିବା ଯେଉଁମାନେ ଆତଙ୍କବାଦୀ ମାନଙ୍କୁ ନିଜ ଦେଶରେ ପ୍ରଶୟ ଦେଉଛନ୍ତି ଏବଂ ଭାରତ ବିରୁଦ୍ଧରେ ନିଜର ଆତଙ୍କରାଜ ଚଳାଇଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ କାନାଡ଼ା, ପାକିସ୍ତାନ, ଚୀନ ଭଳି କିଛି ରାଷ୍ଟ୍ର । ଆମେରିକା ଓ ଚୀନ ପାକିସ୍ତାନକୁ ସାହାଯ୍ୟ କରୁଛନ୍ତି ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସାମରିକ ଓ ଆର୍ôଥକ ସହାୟତା ଯୋଗାଉଛନ୍ତି ଏବଂ ପାକିସ୍ତାନକୁ ଭାରତ ବିରୋଧରେ ଉସୁକାଉଛନ୍ଥି । ସେହି ସବୁ ରାଷ୍ଟ୍ର ମାନଙ୍କ ସହିତ ଭାରତ ସମ୍ପର୍କ ଛିନ୍ନ କରିବାରେ ଆବଶ୍ୟକତା ରହିଛି ।

Leave a Reply