Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସଲାମିକ୍ ସରିଆ ଆଇନ ଆଧାରରେ ଦିଆଯାଇଥିବା ତଲାକ ମହିଳାଙ୍କ ସହ ଅନ୍ୟାୟ-ନେପାଳ ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସଲାମିକ୍ ସରିଆ ଆଇନ ଆଧାରରେ ଦିଆଯାଇଥିବା ତଲାକ ମହିଳାଙ୍କ ସହ ଅନ୍ୟାୟ-ନେପାଳ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେପାଳ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଇସଲାମ ସମୁଦାୟରେ ତିନି ତଲାକ ପ୍ରଥାକୁ ମାନ୍ୟତା ଦିଆଯାଇପାରିବନାହିଁ ବୋଲି କହିଛନ୍ତି । ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି ନେପାଳର ବର୍ତ୍ତମାନର ଆଇନ ଅନୁଯାୟୀ ତଲାକ ବ୍ୟତୀତ ଅନ୍ୟ ପରମ୍ପରା ଏବଂ କୌଣସି ସଂପ୍ରଦାୟ ବିଶେଷର ବ୍ୟବସ୍ଥାକୁ ସ୍ୱୀକାର କରାଯାଇପାରିବ ନାହିଁ । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଇସଲାମିକ୍ ସରିଆ ଆଇନ ଆଧାରରେ ଦିଆଯାଇଥିବା ତଲାକ ମହିଳାଙ୍କ ସହ ଅନ୍ୟାୟ । ଏକ ମାମଲାରେ ଦାୟର ରିଟ୍ ପିଟିସନ ଉପରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିର ଶୁଣାଣି କରି ସୁପ୍ରିମକୋର୍ଟ ତଲାକ ଏବଂ ବହୁବିବାହରେ ଭେଦଭାବ ହେବା କଥା ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି ବହୁବିବାହ କରିବା ନେପାଳରେ ଆଇନତଃ ଅପରାଧ ଏବଂ ଇସଲାମିକ୍ ମାନ୍ୟତା ଆଧାରରେ ତଲାକ ପରେ ହେଉଥିବା ବିବାହ ବହୁବିବାହ ଧରାଯିବ । ଅଦାଲତ କହିଛନ୍ତି କୁରାନରେ ମହିଳାଙ୍କ ସହ ଭେଦଭାବ କରିବା ଏବଂ ପୁରୁଷଙ୍କୁ ବିଶେଷାଧିକାର ଦେବା କଥା କେଉଁଠାରେ ବି ଲେଖାଯାଇନାହିଁ ଏଥିପାଇଁ ତିନି ତଲାକ ପ୍ରସଙ୍ଗ ହିଁ ଭୁଲ୍ । ସୁପ୍ରିମକୋର୍ଟ ବିଚାରପତି ଟଙ୍କ ବାହାଦୂର ମୋକ୍ତାନ ଏବଂ ହରିପ୍ରସାଦ ଫୁୟାଲଙ୍କ ମିଳିତ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ସମୟରେ ଖଣ୍ଡପୀଠ ଭାରତର ସୁପ୍ରିମକୋର୍ଟଙ୍କ ଦ୍ୱାରା ତିନି ତଲାକକୁ ନେଇ ଦିଆଯାଇଥିବା ନିଷ୍ପତ୍ତିର ମଧ୍ୟ ଉଲ୍ଲେଖ କରିଥିଲେ । ନେପାଳ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତର ସୁପ୍ରିମକୋର୍ଟ ମଧ୍ୟ ତିନି ତଲାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ସେହି ନିଷ୍ପତ୍ତି ଆଧାରରେ ନେପାଳର ସୁପ୍ରିମକୋର୍ଟ ମଧ୍ୟ ‘ତଲାକ-ଏବିଦ୍ଦତ’ ପ୍ରସଙ୍ଗକୁ ଏକ ଅପରାଧିକ କାମ ମାନିଛନ୍ତି ଏବଂ ଏହାକୁ ଅବୈଧ ଘୋଷଣା କରିଛନ୍ତି ।

Leave a Reply