Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବେ ଚୀନ ଓ ପାକିସ୍ତାନର ନିଦ ହଜିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ଚୀନ ଓ ପାକିସ୍ତାନର ନିଦ ହଜିବ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଏପରି ଏକ ସୂଚନା ଦେଇଛନ୍ତି, ଯାହା ନିଶ୍ଚିତ ଭାବେ ଚୀନ ଓ ପାକିସ୍ତାନର ନିଦ ହଜାଇଦେବ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍‌୧ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ ଏହାର ଆଞ୍ଚଳିକ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଆଇଆରଏନ୍‌ଏସ୍‌ଏସ୍‌)ର ପରିସୀମାକୁ ୧୫୦୦ କିଲୋମିଟରରୁ ୩୦୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଏହି ରେଞ୍ଜରେ ଚୀନ ଓ ପାକିସ୍ତାନର ସମସ୍ତ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସହର ରହିବ । ସେପ୍େଟମ୍ବର ୨୬ ରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)ର ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଏସ ସୋମନାଥ ଯୋଗ ଦେଇଥିଲେ । ଏଠାରେ ସେ ମହାକାଶ ଗବେଷଣା ସଂଗଠନର ଯୋଜନା ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ ଏବଂ ଏଜେନ୍ସିର ଫୋକସ୍ କ’ଣ ରହିଛି ସେ ବିଷୟରେ କହିଥିଲେ । ସେହି ଉପସ୍ଥାପନାରେ ସେ ଆଞ୍ଚଳିକ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବିଷୟରେ କହିଥିଲେ ଏବଂ ଏହାର ରେଞ୍ଜକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଥିଲେ । ଇଣ୍ଡିଆନ୍ ରିଜିଓନାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଆଇଆଏର୍ନ୍‌ଏସ୍‌ଏସ୍‌)କୁ ଏନ୍‌ଏଭିଆଇସି (ନେଭିଗେସନ୍ ୱିଥ୍ ଇଣ୍ଡିଆନ୍ କନଷ୍ଟେଲେସନ୍‌) ମଧ୍ୟ କୁହାଯାଏ । ଇସ୍ରୋ ଅନୁଯାୟୀ, ଏହା ବର୍ତ୍ତମାନ କ୍ଷେପଣାସ୍ତ୍ର ନେଭିଗେସନ୍‌, ପରିବହନ (ସ୍ଥଳରୁ ଆକାଶ), ବୈଜ୍ଞାନିକ ଗବେଷଣା, ବ୍ୟକ୍ତିଗତ ଗତିଶୀଳତା ଭଳି ସେବା ପ୍ରଦାନ କରୁଛି । ସରଳ ଭାଷାରେ କହିବାକୁ ଗଲେ, ଏହି ସିଷ୍ଟମ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପାଇଁ ଜିପିଏସ ଭାବରେ କାର୍ଯ୍ୟ କରେ ।

Leave a Reply