ପୂର୍ବ ସୈନିକ ସେବା ପରିଷଦର ବନ୍ଧୁମିଳନ

ବାରିପଦା : ଓଡିଶା, ଝାଡ଼ଖଣ୍ଡ, ଓ ବିହାର ରାଜ୍ୟର ଅବସରପ୍ରାପ୍ତ ପୂର୍ବ ସୈନିକ ସେବା ପରିଷଦ ପକ୍ଷରୁ ମୟୂରଭଞ୍ଜ ଯଶିପୁର ସ୍ଥିତ କନକ ରେସିଡେନ୍ସି ଠାରେ ଆନନ୍ଦ ଉଲ୍ଲାସର ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଇଗର୍ ଅବସରପ୍ରାପ୍ତ ସେବା ସହାୟତା ତରଫରୁ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ ବନ୍ଧୁ ମିଳନ ର ସଭା ପରିଚାଳନା କରିଥିଲେ । ମେଜର ଶ୍ରୀ ଦାସ ଭାରତ- ପାକିସ୍ତାନ ଗଙ୍ଗାସାଗର ଯୁଦ୍ଧ ସମୟର ଝାଡ଼ଖଣ୍ଡ ରାଜ୍ୟର ସହିଦ୍ ସୈନିକ ଆଲବର୍ଟ ଏକ୍କା , ଓଡ଼ିଶାର ସହିଦ୍ ସୈନିକ କାଶୀନାଥ ସାହୁ ଏବଂ ତାଙ୍କର ନିଜର ଭୂମିକା ସମ୍ପର୍କରେ ନକ୍ସା ଯୋଗେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସରଜେଣ୍ଟ୍ ଅନିରୁଦ୍ଧ ସିଂ ,ସିପିଓ ଶୁଶିଲ୍ କୁମାର ସିଂ, ଆଡଭୋକେଟ୍ ହରିଶ୍ ଚନ୍ଦ୍ର ଦାସ, ସମାଜସେବୀ ଓମ୍ କାର୍ ରାମ୍‌, ଡ଼ଃ ବିଜୟ ଗୋପାଲ ଦାସ୍ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ମୂହୁର୍ତ୍ତ ରେ ଦେଶ ମାତୃକାର ସେବା ରେ ବ୍ରତୀ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ତତସହିତ ନିଜ ନିଜ ମଧ୍ୟରେ ଭାଇ ବନ୍ଧୁ ସମ୍ପର୍କରେ ବାନ୍ଧି ହୋଇ ପରସ୍ପର ସାହାଯ୍ୟ କରିବାକୁ କହିଥିଲେ । ଭାରତ ସରକାରଙ୍କ ତରଫରୁ ନିକଟରେ ହୋଇଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଓଡ଼ିଶାର ସହିଦ୍ ସୈନିକ ମାନଙ୍କ ର ସମାଧିପୀଠରୁ ମାଟି ନେଇ ରାଞ୍ଚି ରାଜ୍ୟପାଳ ଭବନରେ ପହଞ୍ଚାଇ ଥିବା ମେଜର ଦାସ ଓ ତାଙ୍କ ପତ୍ନୀ କନକଲତା ଦାସ୍ ଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ସୈନିକ ବନ୍ଧୁ ମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅବସରପ୍ରାପ୍ତ ଅନ୍ୟ ସୈନିକ ଅତିଥି ମାନଙ୍କୁ ମଧ୍ୟ ଟାଇଗର୍ ସେବା ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ସୈନିକ ମୁକେଶ ଯୋଶୀ, ଏସ୍ କେ ମିଶ୍ର, ଜେଡ୍ୱ୍ଲୁଓ କେକେ ଶୁକ୍ଳା, ରାଜୀବ ରଞ୍ଜନ, ହଂସରାଜ ସିଂ, ମିଥିଲେଶ୍ ସିଂ, ହରେନ୍ଦୁ ଶର୍ମା, ପ୍ରଭାକର କୁମାର, ପଙ୍କଜ କୁମାର ସିଂହ, ସମେତ ତିନି ରାଜ୍ୟ ର ପୂର୍ବ ସୈନିକ ସେବା ପରିଷଦ ରସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *