Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଜାନୁଆରି ୨୦ରୁ ୨୪ ମଧ୍ୟରେ ଯେ କୌଣସି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ’ପ୍ରାଣ ପ୍ରତିଷ୍ଠା’ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଜାନୁଆରି ୧୪ରେ ମକର ସଂକ୍ରାନ୍ତି ପରେ ରାମଲଲାଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବା ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ୧୦ ଦିନିଆ ରୀତିନୀତି ପାଳନ କରିବାକୁ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି । ଅଯୋଧ୍ୟାରେ ରାମଲଲାଙ୍କ ମୂର୍ତ୍ତିରେ ‘ପ୍ରାଣପ୍ରତିଷ୍ଠା’ ପରେ ଜାନୁଆରି ୨୪ରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲିବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ଏହି ସମାରୋହ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିବ । ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ଲୋକଙ୍କୁ ନିଜ ଘରୁ (ଟେଲିଭିଜନ ପ୍ରସାରଣ ମାଧ୍ୟମରେ) ଏହା ଦେଖିବାକୁ ଅନୁରୋଧ କରାଯାଇଛି ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ କହିଛନ୍ତି ।

Leave a Reply